କୃଷି ଉତ୍ପାଦନ ବୃଦ୍ଧି ପାଇଁ ଠିକ୍ ସମୟରେ ଋଣ ଦିଅନ୍ତୁ ବ୍ୟାଙ୍କ

ଖରିଫ ଫସଲ କୃଷି ନିର୍ଦ୍ଧାରଣ କମିଟି ବୈଠକ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ସଦେଇବେରେଣୀ ଆର୍ଟିଜାନ ଭିଲେଜ ଠାରେ ଜିଲ୍ଳାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କୃଷି କାର୍ଯ୍ୟ ନିମନ୍ତେ ଚାଷୀମାନେ ଯେପରି ଆବଶ୍ୟକ ମୁତାବକ ସାର, ବିହନ, କୀଟନାଶକ ସମୟାନୁସାରେ ପାଇପାରିବେ ସେଥିପ୍ରତି ପ୍ରାଧାନ୍ୟ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ ପର୍ଯ୍ୟାପ୍ତ ସୁବିଧା ଥିବାରୁ ବ୍ୟାଙ୍କମାନେ ଚାଷୀମାନଙ୍କୁ ଆବଶ୍ୟକ ଋଣ ପ୍ରଦାନ ନିମନ୍ତେ ଆଗେଇ ଆସିବା ପାଇଁ ସେ ନାବାର୍ଡର ଏଜିଏମ ଏବଂ ଲିଡ୍ ଡିଷ୍ଟ୍ରିକ ମ୍ୟାନେଜରଙ୍କୁ କହିଛନ୍ତି । ବୈଷୟିକ ଜ୍ଞାନ, କୋ÷ଶଳ, ଉନ୍ନତ କୃଷି ଯନ୍ତ୍ରପାତି ବ୍ୟବହାର ଅର୍ଗାନିକ ସାର ପ୍ରୟୋଗ, କମ କୀଟନାଶକ ବ୍ୟବହାର, ବ୍ୟବସ୍ଥିତ ସିଚନ ପ୍ରଣାଳୀ ପ୍ରୟୋଗ କରି କୃଷି ଉତ୍ପାଦନ ବୃଦ୍ଧି ଓ ଚାଷୀମାନଙ୍କର ରୋଜଗାର ବୃଦ୍ଧି ଉପରେ ଫୋକସ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ମାଟିର ଉର୍ବରତା ରକ୍ଷା ଓ ବର୍ଷାଜଳ ସଂରକ୍ଷଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ସରକାରଙ୍କ କୃଷି ବିକାଶ ସମ୍ପର୍କିତ ସମସ୍ତ ସୁବିଧା ସୁଯୋଗ ଓ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସମସ୍ତ ଚାଷୀ ଭାଇମାନେ ଯେପରି ସୂଚନା ପାଇପାରିବେ ସେଥିପ୍ରତି ନଜର ଦେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଂଶୁମାନ ପଟ୍ଟନାୟକ ଚଳିତ ବର୍ଷ ଖରିଫ ଫସଲ ନିମନ୍ତେ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ କୃଷକମାନଙ୍କୁ ସମସ୍ତ ପ୍ରକାରର ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ବୋଲି କହିଥିଲେ । ଜିଲ୍ଲାର ୧,୮୩,୮୪୧ ହେକ୍ଟର ଜମିରେ ଚାଷକାର୍ଯ୍ୟ କରାଯିବାକୁ ଲକ୍ଷ୍ୟ ରହିଛି । ଜିଲ୍ଲାରେ ବିଭିନ୍ନ ବ୍ୟବସ୍ଥା ମାଧ୍ୟମରେ ୧,୦୨,୮୩୧ ହେକ୍ଟର ଜମିରେ ଜଳସେଚନ କରାଯିବ । ଚଳିତ ବର୍ଷ ୩୬,୭୫୩ ମେଟ୍ରିକ ଟନ ଖରିଫ ଫସଲ ଉତ୍ପାଦନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରକାଶ କରିଛନ୍ତି । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ଏଲଡିଏମ ସନୋଜ କୁମାର ସିଂହ, ନାବାର୍ଡ ଏଜିଏମ ପ୍ରଶାନ୍ତ କୁମାର ଦାସ କୃଷିର ବିକାଶ ଓ ଉତ୍ପାଦନ ବୃଦ୍ଧି ପାଇଁ ଆଲୋଚନା କରିଥିଲେ । ଏହି ବୈଠକରେ ଚାଷ କାର୍ଯ୍ୟ ନିମନ୍ତେ ଏସ୍ଏସ୍ଜି ଗୁ୍ରପମାନଙ୍କୁ ଋଣ ପ୍ରଦାନ କରି ଉତ୍ସାହିତ କରିବା, ବ୍ୟବସ୍ଥିତ ଢଙ୍ଗରେ ଜଳସେଚନ,ସାର ବ୍ୟବହାର,ଜିଲ୍ଲାରେ ବୃଷ୍ଟି ପାତରପରିମାଣ, ରବି ଫସଲ ଅମଳ, ମୃର୍ତ୍ତିକା ସଂରକ୍ଷଣ, ଫସଲ ସୁରକ୍ଷା ବ୍ୟବସ୍ଥା, ନୂତନ ଯନ୍ତ୍ରପାତି ଓ ବୈଷୟିକ ଜ୍ଞାନକୌଶଳର ବ୍ୟବହାର, ବଳରାମ ଯୋଜନାରେ ଋଣ ପ୍ରଦାନ ଉପରେ ଆଲୋଚନା କରାଯାଇଥିଲା । ବୈଠକରେ ସଦର ବିଡିଓ ସୁଧୀର କୁମାର ନାୟକ ଏବଂ ବିଭିନ୍ନ ଲାଇନ ବିଭାଗର ଅଧିକାରୀ ଓ ସମସ୍ତ ବ୍ଲକର କୃଷି ଅଧିକାରୀମାନେ ଯୋଗ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *