ଜୋର ଧରିଲା ଦୋବଲ ବସ୍ଷ୍ଟାଣ୍ଡ ଜବରଦଖଲ ଉଚ୍ଛେଦ ଦାବି
ଧାମନଗର (ଆପ୍ର): ଧାମନଗର ବ୍ଲକ୍ ଦୋବଲ ବସ୍ଷ୍ଟାଣ୍ଡରୁ ଜବରଦଖଲ ଉଚ୍ଛେଦ ଦାବି କରି ଶୁକ୍ରାବାର ସୋହଡ଼ା ପଞ୍ଚାୟତ ଅଫିସ୍ ପରିସରରେ ବସ୍ଷ୍ଟାଣ୍ଡ ସୁରକ୍ଷା ମଞ୍ଚ ପକ୍ଷରୁ ସଭାପତି ଅମିୟ ମହାନ୍ତିଙ୍କ ସଭାପତିତ୍ୱରେ ପଞ୍ଚାୟତର ଶତାଧିକ ଲୋକଙ୍କୁ ନେଇ ଏକ ବୈଠକ ହୋଇଥିଲା । ଚଳିତ ମାସ ଅଗଷ୍ଟ ୧୫ ତାରିଖ ଦିନ ବସ୍ଷ୍ଟାଣ୍ଡରେ ପତାକା ଉତ୍ତୋଳନ କରାଯିବା ସହ ୧୬ରେ ପ୍ରତିବାଦ ସଭା ଓ ଆନେ୍ଦାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।
ପ୍ରକାଶ ଥାଉକି, ଦୋବଲ ବସ୍ଷ୍ଟାଣ୍ଡର ଚତୁପାଶ୍ୱର୍ ଜବରଦଖଲକାରୀଙ୍କ କବଳରେ ରହିଥିବା ବେଳେ କେତେକ ବ୍ୟକ୍ତି ସ୍ଥାୟୀ ବାଡ଼ ବୁଜିବା ଦ୍ୱାରା ବସ୍ଷ୍ଟାଣ୍ଡଟି ସଂକୁଚିତ ହୋଇପଡ଼ିଛି । ଏସଂକ୍ରାନ୍ତରେ ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ଦୃଷ୍ଟିଆକର୍ଷଣ କରିଥିଲେ । ଜିଲ୍ଲାପାଳ ଉକ୍ତ ବସ୍ଷ୍ଟାଣ୍ଡର ଜବରଦଖଲ ଉଚ୍ଛେଦ ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ମାତ୍ର ତହସିଲଦାର ଉକ୍ତ ଜବରଦଖଲ ସ୍ଥାନକୁ ମାପିବା ପାଇଁ ଆସି ଅଧାମାପି ଫେରି ଯାଇଥିଲେ । ଫଳରେ ଅଭିଯୋଗକାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ଏନେଇ ଅଞ୍ଚଳବାସୀ ପ୍ରତିବାଦ କରିବା ସହ ଆନେ୍ଦାଳନ ପାଇଁ ଚେତାବନୀ ଦେଇଥିଲେ । ଉପଜିଲ୍ଲାପାଳ ମନୋଜ ପାତ୍ର, ତହସିଲଦାର କ୍ଷୀରୋଦ ପଣ୍ଡା, ପୁଲିସ ଏସ୍ଡିପିଓ ବିଜୟକୃଷ୍ଣ ମହାପାତ୍ର, ଇନିସ୍ପେକ୍ଟର ବନମାଳି ବାରିକଙ୍କ ଉପସ୍ଥିତିରେ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ତହସିଲ କାର୍ଯ୍ୟାଳୟରେ ବୈଠକ ହୋଇଥିଲା । ବୈଠକର ଗୋଟିଏ ଦିନ ପରେ ବସ୍ଷ୍ଟାଣ୍ଡରେ ସୂଚନା ଫଳକ ଲଗା ଯାଇ ଉଠାଦୋକାନୀ ଓ ଟ୍ରକ୍ ଗୁଡ଼ିକୁ ହଟାଇ ଦିଆଯାଇଥିଲା ।