ବାଉଁଶମୂଳେ ଚାଲିଛି ପାଠପଢା
ବାଉଁଶନାଳୀ ଗାଁରେ ଶିଶୁଙ୍କ ଭବିଷ୍ୟତ ଅନ୍ଧାର
ଦାନଗଦୀ (ଅପ୍ରା): କେନ୍ଦ୍ର ଓÿ ରାଜ୍ୟ ସରକାର ଶିଶୁ ମାନଙ୍କ ପାଇଁ କାହିଁ କେତେ ଯୋଜନା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଶିଶୁ ମାନେ କିପରି ସୁରକ୍ଷିତ ଭାବରେ ପାଠ ପଢିବେ, ପ୍ରତିଦିନ ଆସିବେ ଏବଂ ଏକ ସୁନ୍ଦର ଶୈକ୍ଷିକ ବାତାବରଣରେ ଶିକ୍ଷାଦାନ ଗ୍ରହଣ କରି ଭଲ ମଣିଷ ହେବେ । କିନ୍ତୁ ସରକାରଙ୍କ ଯୋଜନା ଓ ପରିକଳ୍ପନା ଖାଲି ବିଜ୍ଞାପନ ଓ ଭାଷଣ ବାଜିରେ ଚାଲିଛି ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ଖୋଦ ଶିଳ୍ପ ନଗରୀ କଳିଙ୍ଗ ନଗରରେ ଦୃଶ୍ୟ ସାମ୍ନାକୁ ଆସିଛି । ଦାନଗଦି ବ୍ଲକ୍ ନଡ଼ିଆ ଭଙ୍ଗା ପଞ୍ଚାୟତର ଆଦିବାସୀ ଗାଁ ବାଉଁଶନାଳୀରେ ବାସ୍ତବତାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ଛେଳି କୁକୁଡ଼ା ମେଳରେ ଶିଶୁ ମାନେ ରାସ୍ତା କଡ଼ରରେ ବାଉଁଶ ମୂଳେ ପାଠ ପଢୁଛନ୍ତି । ୭୫ ରୁ ଉର୍ଦ୍ଧ ଏହି ଗାଁ ରେ ଆଜକୁ ୩ ବର୍ଷ ତଳେ ଶିଶୁ ମାନେ ପାଠ ପଢିବା ପାଇଁ ଏକ ଅଙ୍ଗନୱାଡି କେନ୍ଦ୍ର ଆରମ୍ଭ ହୋଇଥିଲା କିନ୍ତୁ ଦୁର୍ଭାଗ୍ୟର କଥା ଆଜି ପ୍ରଯ୍ୟନ୍ତ ଘର ଖଣ୍ଡେ ହୋଇପାରିଲା ନାହିଁ । ଅଙ୍ଗନୱାଡ଼ି ଦିଦି ଶ୍ରୀମତୀ ତୁଡୁ କହିବା କଥା କେନ୍ଦ୍ରର ଶିଶୁଙ୍କ ସଂଖ୍ୟା ୨୫, କିନ୍ତୁ ଏପରି ପରିବେଶରେ ପିଲାମାନେ ପାଠ ପଢ଼ୁଥିବାରୁ କେହି ବାପା ମା ପିଲାଙ୍କୁ ଛାଡୁ ନାହାଁନ୍ତି ।
ଖୋଲା ଆକାଶ ତଳେ ଗଛ ମୂଳେ ବର୍ଷା ହେଲେ ଶିଶୁ ମାନେ ଭିଜି ଯିବେ । ଦେହ ଖରାପ ହେବ ତେଣୁ ପିଲାମାନେ କମ୍ ଆସୁଛନ୍ତି । ବୁଦାମୂଳକୁ ଆସିବା ପାଇଁ ରାସ୍ତା ଟିର ଅବସ୍ଥା ନ କହିବା ଭଲ କାଦୁଅ ପଚ ପଚରେ ଭର୍ତ୍ତି । କୁକୁଡ଼ା ମେଳ ଓ ଖୋଲାଗାଡି ମଟର ଶବ୍ଦରେ ବୁଦା ମୂଳେ ପିଲାମାନେ ଭଲ ଭାବରେ ପଢି ପାରୁ ନାହାଁନ୍ତି । ଖାଲି ଖାଦ୍ୟ ଖାଇ ଆସିବା କଥା । ଏ ବିଷୟରେ ଦାୟିତ୍ୱ ଥିବା ସିଡିପିଓଙ୍କୁ ପଚାରିବାରୁ କହିଛନ୍ତି, ସେ କଣ କରିବେ ତାଙ୍କ ଅଫିସରେ ତ ପାଣି ପଶୁଛି, ଭୁତକୋଠି ପାଲଟିଗଲାଣି । ବର୍ଷା ହେଲେ ସୁରକ୍ଷିତ ଭାବେ ସିଡିପିଓ ଅଫିସରେ ବସି ପାରୁନାହାଁନ୍ତି । ସେଣ୍ଟର କଥା କଣ କହିବେ । ଏମିତି ଚାଲିଛି ଦାନଗଦି ବ୍ଲକ୍ର ଶିଶୁ ମାନଙ୍କ ପାଠ ପାଢ଼ା । ପ୍ରଶ୍ନ ଉଠେ ଯେଉଁଠି ଶିଶୁ ସୁରକ୍ଷା ଅଧିକାରିଣୀ ଏପରି କହୁଛନ୍ତି ତା ହେଲେ ବୁଝବାକୁ ହେବ ଆଦିବାସୀ ଗାଁ ବାଉଁଶ ନାଳୀର ଅଙ୍ଗନୱାଡ଼ି କେନ୍ଦ୍ର । ଗ୍ରାମବାସୀଙ୍କ ତରଫରୁ ଯଥାଶୀଘ୍ର ଏକ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପାଇଁ ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ନିବେଦନ କରିଛନ୍ତି ।