ହେରାଲ୍ଡରେ ହାୱଲା ଲିଙ୍କ୍

ନୂଆଦିଲ୍ଲୀ, ୪ା୮: ନ୍ୟାସ୍ନାଲ୍ ହେରାଲ୍ଡ ଧନଶୋଧନ ମାମଲାରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି)କୁ ମିଳିଛି ହାୱଲା ଲିଙ୍କ୍ । ତେଣୁ ସୋନିଆ ଗାନ୍ଧୀ ଓ ରାହୁଲ୍ ଗାନ୍ଧୀ ବିଗତ ଦିନରେ ଜେରା ସମୟରେ ଦେଇଥିବା ବୟାନର ପୁନର୍ବାର ଯାଞ୍ଚ୍ କରାଯିବ । ନ୍ୟାସ୍ନାଲ୍ ହେରାଲ୍ଡ ସମ୍ବାଦପତ୍ରର ହୋଲ୍ଡିଂ କମ୍ପାନୀ ୟଙ୍ଗ୍ ଇଣ୍ଡିଆନ୍ର କାର୍ଯ୍ୟାଳୟରେ ଇଡି ଗୁରୁବାର ପୁନର୍ବାର ଚଢ଼ଉ କରିଛି । କଂଗ୍ରେସ ନେତା ତଥା ୟଙ୍ଗ୍ ଇଣ୍ଡିଆନ୍ର ପ୍ରମୁଖ ଅଧିକାରୀ ମଲ୍ଲିକାର୍ଜ୍ଜୁନ ଖଡ୍ଗେଙ୍କ ଉପସ୍ଥିତିରେ କାର୍ଯ୍ୟାଳୟର ନଥିପତ୍ର ଯାଞ୍ଚ୍ କରାଯାଇଛି । ବୁଧବାରର ଚଢ଼ଉ ପରେ ୟଙ୍ଗ୍ ଇଣ୍ଡିଆନ୍ର କାର୍ଯ୍ୟାଳୟକୁ ଅସ୍ଥାୟୀ ଭାବେ ସିଲ୍ କରିଦିଆଯାଇଥିଲା । ଇଡି ସମନ ପାଇ ଖଡ୍ଗେ ୟଙ୍ଗ୍ ଇଣ୍ଡିଆନ୍ କାର୍ଯ୍ୟାଳୟରେ ପହଞ୍ଚôବା ପରେ ଆରମ୍ଭ ହୋଇଥିଲା ଛାନ୍ଭିନ୍ ।
ନ୍ୟାସ୍ନାଲ୍ ହେରାଲ୍ଡ, ଏହା ସହ ସମ୍ପୃକ୍ତ ବିଭିନ୍ନ କମ୍ପାନୀ ଏବଂ ଥାର୍ଡ ପାର୍ଟି ମଧ୍ୟରେ ହାୱଲା ଟ୍ରାଞ୍ଜାକ୍ସନ୍ର ପ୍ରମାଣ ମିଳିଥିବା ଇଡି ସୂତ୍ରରୁ ଜଣାଯାଇଛି । କଂଗ୍ରେସ ମାଲିକାନାରେ ଥିବା ଦିଲ୍ଲୀ ହେରାଲ୍ଡ ବିଲ୍ଡିଂ ପରିସରସ୍ଥ ୟଙ୍ଗ୍ ଇଣ୍ଡିଆନ୍ କମ୍ପାନୀ କାର୍ଯ୍ୟାଳୟରେ ଛାନ୍ଭିନ୍ କରାଯିବା ମଧ୍ୟରେ ଇଡିକୁ ହାୱଲା କାରବାର ସମ୍ବନ୍ଧୀୟ କେତେକ ଦଲିଲ୍ ମିଳିଛି । ମୁମ୍ବାଇ ଓ କୋଲ୍କାତାର ହାୱଲା ଅପରେଟର୍ମାନଙ୍କ ଜରିଆରେ ଏହି କାରବାର କରାଯାଇଥିଲା । ୟଙ୍ଗ୍ ଇଣ୍ଡିଆନ୍ କମ୍ପାନୀ କାର୍ଯ୍ୟାଳୟରେ ଯାଞ୍ଚ୍ ସରିବା ପରେ ଇଡି ହାୱଲା କାରବାର ନେଇ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେବ । କିନ୍ତୁ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସ୍ପଷ୍ଟଭାବେ କିଛି କୁହାଯାଇନାହିଁ ।
ସୋନିଆ ଓ ରାହୁଲ୍ ଗାନ୍ଧୀ ଇଡି ମୁଖ୍ୟାଳୟରେ ଜେରା ବେଳେ କହିଥିଲେ ଯେ, ୟଙ୍ଗ୍ ଇଣ୍ଡିଆନ୍ କମ୍ପାନୀରୁ ସେମାନେ ଆଦୌ ଆର୍ଥିକ ଫାଇଦା ନେଇନାହାନ୍ତି । ଏବେ ମିଳିଥିବା ଦଲିଲ୍ ଅନୁଧ୍ୟାନ କରିବା ପରେ ଇଡି ସୋନିଆ-ରାହୁଲ୍ଙ୍କ ବୟାନ ଉପରେ ସଂଶୟ ବ୍ୟକ୍ତ କରିଛନ୍ତି । ଏଥିଲାଗି ଦୁହିଁଙ୍କ ବୟାନର ଦ୍ୱିତୀୟବାର ଯାଞ୍ଚ କରାଯିବ ।
ଇଡି ତରଫରୁ ଗୁରୁବାର ନ୍ୟାସ୍ନାଲ୍ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ମଲ୍ଲିକାର୍ଜ୍ଜୁନ ଖଡ୍ଗେଙ୍କୁ ଜେରା କରାଯାଇଛି । ଅପରାହ୍ନ ୧.୩ଠରେ ଜେରା ଆରମ୍ଭ ହୋଇଥିଲା । ୫ଘଣ୍ଟାରୁ ଅଧିକ ସମୟ ଜେରା ପରେ ତାଙ୍କୁ ପୁଣି ସମନ୍ ଜାରି କରିଛି ଇଡି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *