ପୁଣି ବିପର୍ଯ୍ୟସ୍ତ ଅର୍ଥବ୍ୟବସ୍ଥାର କଳାବାଦଲ

ପ୍ରଥମେ କରୋନା ମହାମାରୀ, ପରେ ପରେ ରୁଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ବିଶ୍ୱ ଅର୍ଥ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଏବେ ଏବେ ଏଥିରେ ଆଂଶିକ ସୁଧାର ଆସିବା ଆରମ୍ଭ ହୋଇଛି । ତେବେ ଏପରିସ୍ଥିତିରେ ଯଦି ଚୀନ୍-ତାଇୱାନ୍ ଯୁଦ୍ଧ ହୁଏ ତେବେ ଏହା ବିଶ୍ୱ ଅର୍ଥନୀତିକୁ ତ ଯାହା ପ୍ରଭାବିତ କରିବ କରିବ, ଏସିଆ ମହାଦେଶର ଅର୍ଥନୈତିକ ମେରୁଦଣ୍ଡକୁ ହିଁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେବ । ରୁଷ୍-ୟୁକ୍ରେନ୍ ଯୁଦ୍ଧ କାରଣରୁ ରେ ୟୁକ୍ରେନ୍ର ବ୍ୟାପକ କ୍ଷତି ହୋଇଥିବା ବେଳେ ବିଶ୍ୱ ସମୁଦାୟର ସହଯୋଗ ଯୋଗୁ ୟୁକ୍ରେନ୍ ପୁଣିଥରେ ଅଣ୍ଟା ସଳଖିବାକୁ ସମର୍ଥ ହୋଇପାରିବ ବୋଲି କୁହାଯାଉଛି । ତେବେ ଯୁଦ୍ଧ କାରଣରୁ ରୁଷ୍ ପରି ଏକ ବିଶାଳ ଅର୍ଥନୀତିର ଯେଉଁ ସ୍ଥିତି ହୋଇଛି ଏବେ ଚୀନ୍ର ମଧ୍ୟ ସମାନ ସ୍ଥିତି ହେବା ନିଶ୍ଚିତ । କାରଣ ତାଇୱାନ୍କୁ କେବଳ ଆମେରିକା ନୁହେଁ, ସମୟ ୟୁରୋପ ମହାଦେଶୀୟ ରାଷ୍ଟ୍ରଙ୍କ ସମର୍ଥନ ରହିଛି । ସୁତରାଂ ଯୁଦ୍ଧରେ ସହଯୋଗ ସହ ଆର୍ଥିକ ଏବଂ ଅନ୍ୟ କ୍ଷେତ୍ରରେ ମଧ୍ୟ ତାଇୱାନ୍କୁ ସହଯୋଗର ହାତ ବଢ଼ିବା ନିଶ୍ଚିତ । ଏପରିସ୍ଥିତିରେ ତାଇୱାନ ଉପରେ ଆକ୍ରମଣ କରି ଚୀନ୍ ଅନେକ କିଛି ହାସଲ କରିବ ବୋଲି ଭାବିବା ବୃଥା । ତଥାପି ଯଦି ଚୀନ୍ ନିଜ ବିଶାଳ ସେନା କାରଣରୁ ଅହଂକାରରେ ଅନ୍ଧ ହୋଇ ତାଇୱାନ୍ ଭଳି ଏକ ସୂକ୍ଷ୍ମ ଦ୍ୱୀପଖଣ୍ଡ ଉପରେ ଆକ୍ରମଣ କରେ ତେବେ ଚୀନ୍ ନିଜ ଗୋଡରେ ହିଁ ନିଜେ କୁରାଢ଼ୀ ମାରିବା ସାର ହେବ । ତେବେ ଏସବୁର ପରିଣାମ ସମଗ୍ର ଏସିଆ ମହାଦେଶକୁ ଭୋଗିବାକୁ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *