୮ ଯାଏ ବଢ଼ିଲା ସଞ୍ଜୟଙ୍କ ଇଡ଼ି ରିମାଣ୍ଡ
ପାତ୍ରା ଚାଲ୍ ଜମି ଦୁର୍ନୀତି
ମୁମ୍ବାଇ (ଏଜେନ୍ସି): ବହୁ ଚର୍ଚ୍ଚିତ ପାତ୍ର ଚୌଲ୍ ଜମି ଦୁର୍ନୀତି ତଥା ବେଆଇନ୍ ଅର୍ଥ କାରବାର ମାମଲାରେ ଛନ୍ଦି ହୋଇପଡିଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ଗୁରୁବାର ଦିନ ଇଡି (ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ) ପକ୍ଷରୁ ସମନ୍ ଜାରି କରାଯାଇଛି । ଏଥିରେ ବର୍ଷା ରାଉତଙ୍କ ଆକାଉଣ୍ଟରୁ ବ୍ୟାପକ ଆର୍ଥିକ କାରବାର ହୋଇଥିବା ନେଇ ପ୍ରମାଣ ପାଇବା ପରେ ଇଡି କର୍ତ୍ତୃପକ୍ଷ ଏସମ୍ପର୍କରେ ବର୍ଷାଙ୍କୁ ଜେରା କରିବାକୁ ଚାହୁଁଥିବା ସମନ୍ରେ ଦର୍ଶାଯାଇଛି । ପ୍ରକାଶ, ଗୁରୁବାର ଦିନ ସଞ୍ଜୟଙ୍କ ରିମାଣ୍ଡ ଅବଧି ବୃଦ୍ଧି କରିବା ସଂକ୍ରାନ୍ତରେ କୋର୍ଟରେ ଶୁଣାଣି ଚାଲିଥିବା ବେଳେ ଇଡି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଶୁଣାଣି ବେଳେ ଇଡି କହିଥିଲା ଯେ, ସମ୍ପର୍କ ନଥିବା ବ୍ୟକ୍ତିଙ୍କ ଠାରୁ ବର୍ଷା ରାଉତଙ୍କ ଆକାଉଣ୍ଟକୁ ୧.ଠ୮କୋଟି ଟଙ୍କା ଆସିଥିବା ପ୍ରମାଣ ମିଳିଛି । ଅନ୍ୟପକ୍ଷେ ଏସମ୍ପର୍କରେ କୌଣସି ସଠିକ୍ ଜବାବ ଏପର୍ଯ୍ୟନ୍ତ ମିଳିନଥିବାରୁ ଅଧିକ ପଚରାଉଚରା ପାଇଁ ବର୍ଷାଙ୍କୁ ସମନ ଜାରି କରାଯାଇଥିବା ଇଡି ଦର୍ଶାଇଛି ।
ଗୁରୁବାର ଦିନ ସଞ୍ଜୟ ରାଉତ୍ଙ୍କ ଇଡି ହେପାଜତ୍ ଅବଧି ଶେଷ ହେଉଥିବା ବେଳେ କୋର୍ଟ ଏହାକୁ ଆସନ୍ତା ସୋମବାର ଅର୍ଥାତ୍ ୮ତାରିଖ ଯାଏ ବଢ଼ାଇ ଦେଇଛନ୍ତି । ବେଆଇନ୍ ଅର୍ଥ କାରବାର ପ୍ରସଙ୍ଗରେ ସଞ୍ଜୟଙ୍କୁ ଅଧିକ ଜେରା କରିବାର ଆବଶ୍ୟକତା ଥିବା ଇଡି କୋର୍ଟରେ ଦର୍ଶାଇବା ପୂର୍ବକ ଅଧିକ ରିମାଣ୍ଡ ଅବଧି ଦାବି କରିଥିଲା । ଏହାକୁ ଦୃଷ୍ଟିରେ ରଖି କୋର୍ଟ ଆସନ୍ତା ସୋମବାର ଯାଏ ସଞ୍ଜୟଙ୍କୁ ଇଡି ନିଜ ହେପାଜତ୍ରେ ରଖିବାକୁ ଅନୁମତି ଦେଇଛନ୍ତି । ତେବେ ଏସବୁ ମଧ୍ୟରେ ସଞ୍ଜୟ, ଇଡି ବିରୋଧରେ ଏକ ଅଭିଯୋଗ କରିବା ଦେଖିବାକୁ ମିଳିଛି । ରିମାଣ୍ଡ ଅବଧି ବୃଦ୍ଧି ସଂକ୍ରାନ୍ତ ଉପରେ ଶୁଣାଣି ଚାଲିଥିବା ବେଳେ ତାଙ୍କୁ ଏକ ଝରକା ନଥିବା ତଥା ବାୟୁ ଚଳାଚଳ କରୁନଥିବା ଘରେ ରଖାଯାଇଥିବା ସଞ୍ଜୟ କୋର୍ଟରେ ବିଚାରପତିଙ୍କୁ କହିଥିଲେ । ଇଡି ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ କହିଥିଲେ ଯେ, ସଞ୍ଜୟଙ୍କୁ ଏକ ଏସି ରୁମ୍ରେ ରଖାଯାଇଛି । ସୁତରାଂ ସେଥିରେ ଝରକାର କୌଣସି ଆବଶ୍ୟକତା ନାହିଁ । ତେବେ ସଞ୍ଜୟ ନିଜ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଏସି ବ୍ୟବହାର କରୁନଥିବା କହିବାରୁ ବିଚାରପତି ଇଡ଼ି କର୍ତ୍ତୃପକ୍ଷଙ୍କୁ ଏକ ନନ୍ ଏସି ରୁମ୍ ଯେଉଁଥିରେ ବଡ଼ ବଡ଼ ଝରକା ଥିବ ଏବଂ ବାୟୁ ଚଳାଚଳ ସ୍ୱାଭାବିକ କରୁଥିବ ସେଭଳି ଏକ ରୁମ୍ର ବନେ୍ଦାବସ୍ତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।