ଅଙ୍ଗନୱାଡି ନିର୍ମାଣକୁ ନେଇ ଉତ୍ତେଜନା
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା ମୁ୍ୟନିସିପାଲିଟିର ୭ନମ୍ବର ୱାର୍ଡର ଦଣ୍ଡାସାହିରେ ଏକ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣକୁ ନେଇ ଅଞ୍ଚଳବାସୀ ଓ ମୁ୍ୟନିସିପାଲିଟି ମଧ୍ୟରେ ମୁଁହାମୁଁହି ହୋଇଛନ୍ତି । ଉକ୍ତ ଅଞ୍ଚଳବାସୀଙ୍କ ଅଭିଯୋଗ ଯେ ଅଙ୍ଗନୱାଡି ନିମନ୍ତେ ଚିହ୍ନଟ କରାଯାଇଥିବା ଜାଗାଟି ଏକ ଖେଳ ପଡିଆ ଅଟେ । ଅଞ୍ଚଳବାସୀଙ୍କର ପିଲାମାନେ ଦୀର୍ଘ ଦିନ ହେଲା ସେଠାରେ ଖେଳ କୁଦକରି ଆସୁଛନ୍ତି । ମାତ୍ର ମୁ୍ୟନିସିପାଲିଟି ସେଠାରେ ଅଙ୍ଗନୱାଡି ନିମନ୍ତେ ନିଅଁ ଖୋଳିବା ଆରମ୍ଭ କରିଥିବାରୁ ଗୁରୁବାର ସକାଳେ ଉତ୍ତେଜନା ଦେଖା ଦେଇଥିଲା । ଘଟଣା ଉତ୍ତେଜନା ବଢିବାରୁ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଉଭୟ ପକ୍ଷ ସହିତ ଆଲୋଚନା କରିଥିଲେ । ଏ ସଂକ୍ରାନ୍ତରେ ମୁ୍ୟନିସିପାଲିଟିର ଏମ୍ଇ ରଶ୍ମି ମିଶ୍ରଙ୍କୁ ପଚାରିବାରୁ ସେ କୁହନ୍ତି ଯେ କିସମରେ ଜାଗାଟି ପତିତ ରହିଛି ଏବଂ ସରକାରୀ ଅଟେ । ଅନ୍ୟ ଅଞ୍ଚଳପରି ଏଠାରେ ମଧ୍ୟ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥିଲା । ଯଦି ସ୍ଥାନୀୟ ଲୋକେ ଏଥିନିମନ୍ତେ ଅଭିଯୋଗ ଉଠାଇଛନ୍ତି ତେବେ ପରବର୍ତ୍ତୀ ନିଦେ୍ର୍ଦଶ ପୂର୍ବରୁ କାମକୁ ସ୍ଥଗିତ କରାଯାଇଛି ବୋଲି ପ୍ରକାଶ କରିଥିଲେ । ଉକ୍ତ ଅଞ୍ଚଳର ଜନସାଧାରଣ ଏ ସଂକ୍ରାନ୍ତରେ ଗତ ମଙ୍ଗଳବାର ଦିନ ମୁ୍ୟନିସିପାଲିଟିର ନିର୍ବାହୀ ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ ଦେଇଥିବା ଜଣାଯାଏ ।