ଟିପର ମଡ଼ାଇ ହତ୍ୟା କରିଥିଲା ଡ୍ରାଇଭର

ଧର୍ମଶାଳା(ଆପ୍ର): ଜେନାପୁର ଥାନା ୫୩ ନମ୍ବର ଜାତୀୟ ରାଜପଥ ବରଡା ଛକରେ ଗତକାଲି ଟିପର ଧକ୍କାରେ ମାଆ ଝିଅଙ୍କ ମୃତୁ୍ୟ ଘଟଣା ଭିନ୍ନ ମୋଡ ନେଇଛି । ଡ୍ରାଇଭର ରାଗ ଶୁଝାଇବା ପାଇଁ ଟିପର ଚଢ଼ାଇ ମଆ-ଝିଅଙ୍କୁ ହତ୍ୟା କରିଥିବା ଜଣା ପଡିଛି । ପୁଲିସ ହତ୍ୟା ମାମଲା ରୁଜୁ କରି ଡ୍ରାଇଭର ଅମର ସ୍ୱାଇଁକୁ ଗିରଫ କରିଛି ।
ସୁକିନ୍ଦାର ଅଶୋକ ଚକ୍ରବର୍ତିଙ୍କ ପତ୍ନୀ ଶ୍ରୀତିକା ଚକ୍ରବର୍ତି ଓ ଝିଅ ଲିପିକା ଚକ୍ରବର୍ତି ଶ୍ୱଶୁରଙ୍କ ଶୁଦ୍ଧିକ୍ରୟା ସାରି ବୁଧବାର ଅପରାହ୍ଣ ୫ଟାରେ ସ୍କୁଟରରେ ଘରକୁ ଫେରୁଥିବା ବେଳେ ପଛରୁ ଆସୁଥିବା ଟିପର (ଓଆର-୬୪୦୮ ) ସେମାନଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପୁର୍ବରୁ ଡ୍ରାଇଭର ଓ ମାଆ-ଝିଅଙ୍କ ମଧ୍ୟରେ ସାଇଡ୍ ମାରିବାକୁ ନେଇ ବଚସା ହୋଇଥିଲା । ମାଆ-ଝିଅ ଆରୁହା ଛକରେ ଟିପର ଅଟକାଇ ପଚାରିବାରୁ ଡ୍ରାଇଭର ଅମର ତାଙ୍କୁ ଗାଳି କରିଥିଲା । ସ୍ଥାନୀୟ ଲୋକେ ବିବାଦର ସମାଧାନ କରିଥିଲେ । ଘଟଣାର ମାତ୍ର କେଇ ମିନିଟ୍ ପରେ ଅମର ସେମାନଙ୍କୁ ବରଡା ଛକରେ ଗାଡି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *