ଏମ୍ସରେ ରୋଗୀସେବା ପ୍ରଭାବିତ
ମେନ୍ ଗେଟ୍ରେ ସଫେଇ କର୍ମୀଙ୍କ ଧାରଣା
ଭୁବନେଶ୍ୱର (ବୁ୍ୟରୋ): ବିଭିନ୍ନ ଦାବିନେଇ ଭୁବନେଶ୍ୱର ଏମ୍ସ ସଫେଇ କର୍ମ·ରୀଙ୍କ ଧାରଣା ଦେଇଛନ୍ତି । ଗୁରୁବାର ଏମ୍ସର ମୁଖ୍ୟ ଫାଟକରେ ତାଲା ପକାଇ ସଫେଇ କର୍ମୀମାନେ ଧାରଣାରେ ବସିଥିବା ନଜରକୁ ଆସିଛି. ଯାହାଫଳରେ ମେଡିକାଲରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି । ଛଟେଇ ଓ ଦରମା କାଟ୍ ପ୍ରତିବାଦରେ ସଫେଇ କର୍ମୀମାନେ ଧାରଣା ଦେଇଥିବା ଜଣାପଡିଛି ।
ଭୁବନେଶ୍ୱର ଏମ୍ସରେ ଠିକା କର୍ମଚାରୀ ଆନେ୍ଦାଳନକୁ ଓହ୍ଲାଇଛନ୍ତି । ବିନା କାରଣରେ କର୍ମଚାରୀଙ୍କୁ ଛଟେଇର ପ୍ରତିବାଦ, ମାସରେ ୪ ଦିନ ଛୁଟି ଦାବି ଓ ଇପିଏଫ୍ ବାବଦରେ ଟଙ୍କା କାଟ୍ ବିରୋଧରେ ଭୁବନେଶ୍ୱର ଏମସରେ କାର୍ଯ୍ୟରତ ଠିକା କର୍ମଚାରୀ ଆନେ୍ଦାଳନକୁ ଓହ୍ଲାଇଛନ୍ତି । ଛଟେଇ ହୋଇଥିବା କର୍ମ·ରୀଙ୍କୁ ତୁରନ୍ତ ପୁନଃ ନିୟୋଜନ ସହ ସାଲାରି ସ୍ଲିପ ପ୍ରଦାନ ଦାବିରେ ଠିକା କର୍ମ·ରୀ କାର୍ଯ୍ୟବନ୍ଦ କରି ଏମ୍ସ ସାମ୍ନାରେ ଧାରଣାରେ ବସିଛନ୍ତି । ଦାବି ପୂରଣ ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରଖିବାକୁ କର୍ମୀ ଚେତାବନୀ ଦେଇଛନ୍ତି । ପୂର୍ବରୁ ସୁଲ୍ଭ ଇଣ୍ଟର ନ୍ୟାସନାଲ ସଂସ୍ଥା ଅଧୀନରେ ଥିବା ଠିକା କର୍ମ·ରୀ ବର୍ତ୍ତମାନ ଗୋଲଡେନ୍ ହସ୍ପିଟାଲ ସର୍ଭିସ ନାମକ ଏକ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟରତ ଅଛନ୍ତି । ହସ୍ପିଟାଲରେ ମାଳି, ଅଟେଣ୍ଡାଣ୍ଟ, ସଫେଇ କର୍ମ·ରୀ ଭଳି ପଦରେ ପ୍ରାୟ ୪ ଶହରୁ ଅଧିକ କର୍ମୀ ନିୟୋଜିତ ଅଛନ୍ତି । ସେମାନଙ୍କୁ ଠିକା ସଂସ୍ଥା ଶୋଷଣ କରୁଥିବା ଅଭିଯୋଗ ହୋଇଛି ।