ରତ୍ନସିଂହାସନ ଉପରେ ପଡ଼ିଲା ପ୍ଲାଷ୍ଟର ଖଣ୍ଡ
ଗର୍ଭଗୃହରେ ଅଘଟଣ
ପୁରୀ, ୩ା୮ (ବୁ୍ୟରୋ): ଶ୍ରୀମନ୍ଦିର ଗର୍ଭଗୃହରୁ ପ୍ଲାଷ୍ଟର ଖସି ରନôସିଂହାସନ ଉପରେ ପଡ଼ିଛି । ଏହି ଚୂନ ପ୍ଲାଷ୍ଟର ଓଜନ ଦେଢ଼ କେଜି ହେବ । ମାତ୍ର ଏହା ଠାକୁରଙ୍କ ଉପରେ ପଡ଼ିନାହିଁ । ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ପଛପାଶ୍ୱର୍ରେ ପ୍ଲାଷ୍ଟର ପଡ଼ିଥିବା ଦେଖାଯାଇଛି । ଏ ନେଇ ଶ୍ରୀମନ୍ଦିର କମାଣ୍ଡର ଅବଗତ ରହିଛନ୍ତି । ଘଟଣା ସର୍ମ୍ପକରେ ଏଏସ୍ଆଇକୁ ମଧ୍ୟ ଅବଗତ କରାଯାଇଛି । ଶ୍ରୀମନ୍ଦିର ନୀତି ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ଏହା କିଛି ବଡ଼ ଘଟଣା ନୁହେଁ । ଗର୍ଭଗୃହ ମଧ୍ୟରେ ପଥର ଖସିଥିବା ଘଟଣା ସମ୍ପୂର୍ଣ୍ଣ ମିଥ୍ୟା । ଚୂନ ପ୍ଲାଷ୍ଟର ଖସି ପଡ଼ିଛି । ଘଟଣା ସମ୍ପର୍କରେ ଏସ୍ଆଇ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି ଓ କେଉଁ ପରିସ୍ଥିତିରେ ପ୍ଲାଷ୍ଟର ଖସିଲା ତା’ର ରିପୋର୍ଟ ଦେବାକୁ କୁହାଯାଇଛି । ଅନ୍ୟପକ୍ଷରେ ପ୍ଲାଷ୍ଟର ଖସି ରତ୍ନ ସିଂହାସନ ଉପରେ ପଡ଼ିବା ଘଟଣାକୁ ସେବାୟତ ମହଲରେ ତୀବ୍ର ନିନ୍ଦା କରାଯାଇଛି । ଏହି ଘଟଣାରେ ଏଏସ୍ଆଇର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପ୍ଲାଷ୍ଟର ଯୋଗୁ କିଛି କ୍ଷତି ହୋଇନାହିଁ । ଗର୍ଭଗୃହ କାନ୍ଥ ଏବଂ ପ୍ରଥମ ମହଲାର ଛାତରେ ଲୁହା ଚାଦର ପ୍ୟାକିଂ ରହିଛି । ତାହା ମଧ୍ୟରେ ଦୁଇଟି ଏକଜିଟ୍ ଫ୍ୟାନ୍ ମଧ୍ୟ ଲାଗିଛି । ସେଠାରେ ଆର୍ଦ୍ରତା ଅଧିକ ରହୁଛି । ଏହି କାରଣରୁ ଚୂନ ପ୍ଳାଷ୍ଟର ଖସିଥିବା ସନେ୍ଦହ କରାଯାଉଛି । ଏଏସ୍ଆଇ ପକ୍ଷରୁ ଅନୁଧ୍ୟାନ ପରେ ଘଟଣା ଉପରୁ ପରଦା ହଟିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ମଙ୍ଗଳବାର ଶ୍ରୀଜୀଉଙ୍କ ସକାଳ ଧୂପ ନୀତିକାନ୍ତି ଶେଷ ହେବା ପରେ ହଠାତ୍ ଏକ ଚୂନ ପ୍ଲାଷ୍ଟର ରନôସିଂହାସନ ଉପରେ ପଡ଼ିଥିଲା । ଏ ସଂପର୍କରେ ସେବାୟତମାନେ ଶ୍ରୀମନ୍ଦିର କମାଣ୍ଡରଙ୍କୁ ଜଣାଇଥିଲେ ଓ ପ୍ଲାଷ୍ଟରକୁ ଗାରଦରେ ରଖଯାଇଥିଲା । ପ୍ରଥମେ ଘଟଣାକୁ ଗୁରୁତ୍ୱ ନ ଦେଇ ପ୍ରଶାସନ ଚୁପ୍ ରହିଥିଲା । କେବଳ ଏଏସ୍ଆଇ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ଏଏସ୍ଆଇ ଅଧିକାରୀ ମଧ୍ୟ ଚୂନ ପ୍ଲାଷ୍ଟର ଖସିବା ଘଟଣାକୁ ଗୁରୁତ୍ୱ ଦେଇ ନ ଥିଲେ । କିନ୍ତୁ ଗର୍ଭଗୃହରୁ ପଥର ଖସିଥିବା ସଂପର୍କରେ ଚର୍ଚ୍ଚା ହେବାରୁ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟୀକରଣ ଦେଇ ଚୂନ ପ୍ଲାଷ୍ଟର ଖସିଥିବା କୁହାଯାଇଥିଲା ।