ଆଦର୍ଶ ବିଦ୍ୟାଳୟ ହଷ୍ଟେଲ ନିର୍ମାଣରେ ଠିକାଦାରଙ୍କ ମନମାନି

ଦାନଗଦି (ଆପ୍ର): ଯାଜପୁର ଦାନଗଦି ବ୍ଲକ୍‌ର ରାଣୀପଡା ପଞ୍ଚାୟତ ଅଧିନସ୍ଥ ଗହୀରପାଟୁଳି ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ଛାତ୍ରଛାତ୍ରୀ ମାନେ ଏହି ବିଦ୍ୟାଳୟକୁ ପଢ଼ିବା ପାଇଁ ପ୍ରୟା କେଇ କିଲୋମିଟର ଦୂରରୁ ନିର୍ଭର କରିଥାନ୍ତି । କାରଣ ପିଲାମାନଙ୍କ ସୁବିଧାରେ ଅଭିଭାବକ ବହୁତ ହଇରାଣ ହରକତ ହୋଇଛନ୍ତି । ୨୦୧୬ ରୁ ଆରମ୍ଭ ଏହି ସ୍କୁଲ୍‌ରେ ଠିକାଦାରଙ୍କ ମନମୁଖୀ ଓ ନିମ୍ନ ମାନର କାମ ପାଇଁ ଖୋଦ ପଞ୍ଚାୟତ ସରପଞ୍ଚ ଅସନ୍ତୋଷ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟଟି ପୂର୍ତ୍ତ ବିଭାଗର ୧୦ କାଟି ଟଙ୍କା ବ୍ୟୟ ବରାଦରେ ଦୀର୍ଘ ଦିନ ଧରି ଆରମ୍ଭ ହୋଇଥିବା ବାଳକ ଓ ବାଳିକା ମାନଙ୍କ ନିମନ୍ତେ ହଷ୍ଟେଲ କାମ କଚ୍ଛପ ଗତିରେ ଚାଲିଛି । ବାଳକ ହଷ୍ଟେଲ କାମ ବହୁ ଆଗରେ ଥିବା ବେଳେ ବାଳିକା ହଷ୍ଟେଲ କାମ ଭୂଇଁରୁ ଉଠି ନାହିଁ ।
ବିଦ୍ୟାଳୟ କ୍ୟାଣ୍ଟିନ ରାସ୍ତା ନିର୍ମାଣ ସରୁ ସରୁ ରାସ୍ତାରେ ପାଣି ଜମୁଛି । ଡାଇନିଂ ହଲ୍‌ କ୍ୟାଣ୍ଟିନରେ ନାହିଁ, ପିଲାମାନେ ତଳେ ଇଆଡେ ସିଆଡେ ବସି ଖାଉଛନ୍ତି । ମୁଖ୍ୟ ଫାଟକ କାମ ସରିନାହିଁ । ସେପଟେ ସମ୍ମୁଖ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ବ୍ଲକ୍‌ର ୨୩ ଟି ପଞ୍ଚାୟତର ପିଲାମାନେ ୫୦ କିଲୋମିଟରରୁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଯାତାୟାତ କରୁଛନ୍ତି । ଅଭିଭାବକ ମାନେ ପିଲାଙ୍କ ପାଇଁ ଅଯଥା ଦୀର୍ଘ ଦିନ ଧରି ଟଙ୍କା ଖର୍ଚ୍ଚ ସହ, ରାସ୍ତାରେ ପିଲାମାନଙ୍କ ସୁରକ୍ଷା ନେଇ ଚିନ୍ତାରେ ରହୁଛନ୍ତି । ହଷ୍ଟେଲ ଶୀଘ୍ର ସରିଲେ ପିଲାମାନେ ଭଲ ପାଠ ପଢିପାରନ୍ତେ । ଯେଉଁ ଭୁବନେଶ୍ୱର ଠିକାଦାର କୋଟି କୋଟି ଟଙ୍କାର ବାଳିକା ହଷ୍ଟେଲ ବିଳମ୍ବରେ ହଉଛି ତା ଭିତରକୁ କାହାକୁ ପଶିବାକୁ ଛାଡୁ ନାହାନ୍ତି । ଏମିତି କି ସ୍ଥାନୀୟ ସରପଞ୍ଚ ଓ ଜନପ୍ରତିନିଧିଙ୍କୁ ମଧ୍ୟ ପ୍ରବେଶ ନିଷେଧ ହୋଇଛି । ଅଭିଭାବକ ମଧ୍ୟରେ ତୀବ୍ର ଅ ।ଲୋଚନା ସହ ଯଥା ଶୀଘ୍ର ପ୍ରଶାସନ ଏହି ହଷ୍ଟେଲ ର୍ନିମାଣ କାମ ସାରିବା ସହ ନିମ୍ନ ମାନ ର କାର୍ଯ୍ୟକୁ ପ୍ରଶାସନ ଓ ସ୍ଥାନୀୟ ବିଧାୟକ ତଦାରଖ କରିବାକୁ ସାଧାରଣ ରେ ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *