ୟଙ୍ଗ୍ ଇଣ୍ଡିଆନ୍ ଅଫିସ୍ ସିଲ୍
ନୂଆଦିଲ୍ଲୀ, ୩ା୮: ନ୍ୟାସ୍ନାଲ୍ ହେରାଲ୍ଡ ଧନ ଶୋଧନ ମାମଲା ସଂକ୍ରାନ୍ତରେ ପ୍ରବର୍ତ୍ତନ ନିଦେ୍ର୍ଦଶଳୟ (ଇଡି) କ୍ରମାଗତ ଦ୍ୱିତୀୟ ଦିନର କାର୍ଯ୍ୟାନୁଷ୍ଠାନକ୍ରମେ ବୁଧବାର ନ୍ୟାସ୍ନାଲ୍ ହେରାଲ୍ଡ ବିଲ୍ଡିଂସ୍ଥିତ ୟଙ୍ଗ୍ ଇଣ୍ଡିଆନ୍ ପରିସରକୁ ଅସ୍ଥାୟୀ ଭାବେ ସିଲ୍ କରିଦେଇଛି । ବିନାନୁମତିରେ ୟଙ୍ଗ୍ ଇଣ୍ଡିଆନ୍ ପରିସରକୁ ଖୋଲା ଯାଇପାରିବ ନାହିଁ ବୋଲି ଇଡି ନିଦେ୍ର୍ଦଶ ଜାରି କରିଛି । ଇଡି ଅଧିକାରୀମାନେ କହିଛନ୍ତି, ମଙ୍ଗଳବାର ଚଢ଼ଉ ସମୟରେ ଉକ୍ତ କାର୍ଯ୍ୟାଳୟରେ ୟଙ୍ଗ୍ ଇଣ୍ଡିଆନ୍ ଲିଃ.ର କୌଣସି ଅଧିକୃତ ପ୍ରତିନିଧି ଉପସ୍ଥିତ ନଥିଲେ । ପ୍ରମାଣ ସୁରକ୍ଷିତ ରଖିବା ଉଦେ୍ଦଶ୍ୟରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଏକ ସୂତ୍ର ଅନୁଯାୟୀ ଇଡି ଯେକୌଣସି ସମୟରେ କଂଗ୍ରେସ ମୁଖ୍ୟାଳୟରେ ଚଢ଼ଉ କରିପାରେ । ଏଭଳି ଆଶଙ୍କା ମଧ୍ୟରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍ଗେ, ସଲ୍ମାନ୍ ଖୁର୍ଶିଦ, ଦିଗ୍ବିଜୟ ସିଂହ, ପି. ଚିଦମ୍ବରମ୍ ଏବଂ ଅନ୍ୟ ବରିଷ୍ଠ ଦଳୀୟ ନେତାମାନେ ବୁଧବାର ଏଆଇସିସି ମୁଖ୍ୟାଳୟରେ ପହଞ୍ଚôଛନ୍ତି । ରାହୁଲ ଗାନ୍ଧୀ କର୍ଣ୍ଣାଟକ ଗସ୍ତ କାଣ୍ଟଛାଣ୍ଟ କରି ବୁଧବାର ରାତିରେ ଦିଲ୍ଲୀ ଫେରିଆସୁଥିବା ଖବର ମିଳିଛି । ଦଳର ଆଗାମୀ ରଣନୀତି ଉପରେ ଚର୍ଚ୍ଚା କରିବା ଲାଗି ଗୁରୁବାର ପୂର୍ବାହ୍ନ ୯ଟା ୪୫ରେ କଂଗ୍ରେସ ସଂସଦୀୟ ଦଳ କାର୍ଯ୍ୟାଳୟରେ ସବୁ କଂଗ୍ରେସ ସାଂସଦମାନଙ୍କ ବୈଠକ ଡକାଯାଇଛି । ବୁଧବାରର ଘଟଣାବଳୀ ସମ୍ବନ୍ଧରେ ଦଳ ପକ୍ଷରୁ ଗୁରୁବାର ସଂସଦରେ ମୁଲତବୀ ପ୍ରସ୍ତାବ ନୋଟିସ୍ ମଧ୍ୟ ଦିଆଯିବ । ୫ ତାରିଖର ପ୍ରସ୍ତାବିତ ବିକ୍ଷୋଭ ପାଇଁ କଂଗ୍ରେସକୁ ଅନୁମତି ମିଳିନାହିଁ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।
ୟଙ୍ଗ୍ ଇଣ୍ଡିଆନ୍ କମ୍ପାନୀ ପରିସରକୁ ସିଲ୍ କରାଯିବାର କିଛି ସମୟ ପରେ କଂଗ୍ରେସ ମୁଖ୍ୟାଳୟ ଏବଂ ୧ଠ ଜନପଥସ୍ଥିତ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବାସଭବନ ବାହାରେ ବହୁସଂଖ୍ୟକ ପୁଲିସ୍ ମୁତୟନ କରାଯାଇଛି । କଂଗ୍ରେସ ମୁଖ୍ୟାଳୟକୁ ସଂଯୋଗ କରୁଥିବା ମାର୍ଗକୁ ସିଲ୍ କରିଦିଆଯାଇଛି । ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ମୋଦି ସରକାର ବିରୋଧୀ ଦଳମାନଙ୍କ ବିରୋଧରେ ପ୍ରତିଶୋଧପରାୟଣ ହୋଇ ଇଡିର ଦୁରୁପଯୋଗ କରୁଛନ୍ତି ।
ଇତିମଧ୍ୟରେ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ କହିଛନ୍ତି, ନ୍ୟାସ୍ନାଲ୍ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଜେଲ୍ ଯିବାରେ ସନେ୍ଦହ ନାହିଁ । ଇଡି ତଦନ୍ତ ଠିକ୍ ବାଟରେ ଚାଲିଛି । ନ୍ୟାସ୍ନାଲ୍ ହେରାଲ୍ଡ ହାଉସ୍ର ଚତୁର୍ଥ ମହଲାରେ ଭ୍ରଷ୍ଟାଚାରର ପର୍ଯ୍ୟାପ୍ତ ପ୍ରମାଣ ଅଛି ।