ପ୍ରତି ପରିବାରରୁ ଜଣକୁ ନିଯୁକ୍ତି

ରାଜ୍ୟବାସୀଙ୍କୁ ଯୋଗୀଙ୍କ ବଡ଼ ପ୍ରତିଶ୍ରୁତି
ଲକ୍ଷ୍ନୌ(ଏଜେନ୍ସି): ଉତ୍ତରପ୍ରଦେଶ ମୁୂଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବୁଧବାର ରାଜ୍ୟବାସୀ ବିଶେଷକରି ରାଜ୍ୟର ଯୁବପୀଢ଼ିଙ୍କ ଉଦେ୍ଦଶ୍ୟରେ ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟର ପ୍ରତ୍ୟେକ ପରିବାରରୁ ଜଣେ ବ୍ୟକ୍ତିଙ୍କୁ ଶିକ୍ଷାଗତ ଯୋଗ୍ୟତା ଆଧାରରେ ନିଯୁକ୍ତି ଦେବାକୁ ଯୋଗୀ ଆଦିତ୍ୟନାଥ କହିଛନ୍ତି । ତେବେ ଏହି ପ୍ରକ୍ରିୟାକୁ ସାକାର କରିବା ଉଦେ୍ଦଶ୍ୟରେ ତାଙ୍କ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି । ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ଗୋରଖପୁର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ନିଯୁକ୍ତି ମେଳାକୁ ଉଦ୍ଘାଟନ କରିବା ଉଦେ୍ଦଶ୍ୟରେ ଯୋଗୀ ଏହା ଘୋଷଣା କରିଛନ୍ତି ।
ଯୋଗୀ କହିଛନ୍ତି, ରାଜ୍ୟରେ ଆରମ୍ଭ ହୋଇଥିବା ସର୍ଭେ ବା ଦକ୍ଷତା ମ୍ୟାପିଂ ପ୍ରକ୍ରିୟା ଅନ୍ତର୍ଗତ ଯେଉଁ ପରିବାରରେ ଅତିକମ୍ରେ ଜଣେ ବ୍ୟକ୍ତି ମଧ୍ୟ ସରକାରୀ ନିଯୁକ୍ତିରୁ ବଞ୍ଚôତ ରହିଥିବା ଜଣାପଡିବ ସେହି ପରିବାରର ସବିଶେଷ ତଥ୍ୟ ସଂଗ୍ରହ କରାଯିବ । ପରବର୍ତ୍ତୀ ସମୟରେ ଚିହ୍ନଟ ହୋଇଥିବା ଏପ୍ରକାର ପରିବାରର ଯୋଗ୍ୟ ହିତାଧିକାରୀଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ସରକାରୀ ନିଯୁକ୍ତି ପ୍ରଦାନ କରାଯିବ । ତେବେ ପରିବାର ପିଛା ଅତିକମ୍ରେ ଜଣେ ବ୍ୟକ୍ତିଙ୍କୁ ସରକାରୀ ନିଯୁକ୍ତି ଦେବାକୁ ତାଙ୍କ ସରକାର ଯୋଜନା ପ୍ରସ୍ତୁତ କରିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି । ଯୋଗୀଙ୍କ କହିବାନୁସାରେ ସରକାରୀ ନିଯୁକ୍ତି ପାଇଁ ଆବଶ୍ୟକ ଦକ୍ଷତା ତଥା ଯୋଗ୍ୟତା ଅନୁଯାୟୀ ହିତାଧିକାରୀମାନଙ୍କୁ ତାଲିମ୍ ପ୍ରଦାନ କରାଯିବ, ଯାହାଦ୍ୱାରା ସେମାନେ ନିଯୁକ୍ତି କିମ୍ବା ସ୍ୱରୋଜଗାର ଯୋଜନା ସହ ସେମାନେ ସହଜରେ ଜଡିତ ହୋଇପାରିବେ । ରାଜ୍ୟର କୌଣସି ପରିବାର ନିଯୁକ୍ତି ସୁଯୋଗରୁ ବଞ୍ଚôତ ହେବେ ନାହିଁ ବୋଲି ଯୋଗୀ ଦୃଢ଼ତାର ସହ କହିଛନ୍ତି ।
ଏହି ଅବସରରେ ସେ କେନ୍ଦ୍ର ସରକାର ପ୍ରାୟୋଜିତ ସ୍କିଲ୍ ଇଣ୍ଡିଆ ଏବଂ ଷ୍ଟାର୍ଟ ଅପ୍ ଇଣ୍ଡିଆ ପରି ଅନେକ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ବଖାଣିଛନ୍ତି । ଯୋଗୀ କହିଛନ୍ତି, ଗତ ୬ ବର୍ଷର ବିଜେପି ସରକାରରେ ଉତ୍ତରପ୍ରଦେଶ ଏବେ ୧ଟି୍ରଲିୟନ୍ ଡଲାର ଅର୍ଥନୀତି ହେବା ଦିଗରେ ଅଗ୍ରସର ହେଉଛି, ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତକୁ ୫ଟିଲିୟନ୍ ଡଲାର ଅର୍ଥନୀତିରେ ପରିଣତ କରିବାର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ । ୨ଠ୧୬ରେ ୟୁପି ଦେଶର ୬ଷ୍ଠ ଅର୍ଥନୀତି ଭାବେ ସ୍ଥାନିତ ହୋଇଥିବା ବେଳେ ସମ୍ପ୍ରତି ଏହା ଦେଶର ୨ୟ ଅର୍ଥନୀତି ଭାବେ ଉଭା ହୋଇଛି । ଗତ ୫ବର୍ଷ ମଧ୍ୟରେ ୟୁପିରେ ମୁ୍ଣ୍ଡପିଛା ଆୟ ଏବଂ ଜିଡିପି ଦ୍ୱିଗୁଣିତ ହୋଇଛି । ଯୁବପୀଢ଼ି ଆତ୍ମନିର୍ଭରଶୀଳ ହେବା ଉପରେ ଜୋର ଦେଉଛନ୍ତି ଏବଂ ଦକ୍ଷ ତଥା କୁଶଳୀ କାରିଗର ନିଜ ହିସାବରେ ଆୟକୁ ଦ୍ୱିଗୁଣିତ କରିବାରେ ସଫଳ ହୋଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *