ଜିଲ୍ଲାପାଳ ଅଫିସ୍ ଘେରିଲେ ଆଇଟିଆଇ ଛାତ୍ର

ବିନା ଦୋଷରେ ପିଲାଙ୍କୁ ମାଡ଼ ମାରି ଟିସି ଦେଲେ
ବାରିପଦା (ଆପ୍ର): ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ରୀତାଇନି ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରକୁ ପ୍ରିନ୍ସପାଲଙ୍କ ସାନ ଭାଇ ମାଡ଼ ମାରୁଥିବା ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ମାଡ଼ ମାରି ରାଗ ସେତିକିରେ ଶାନ୍ତ ହୋଇନଥିଲା ଯେ, ଶେଷରେ ଛାତ୍ରମାନଙ୍କୁ ହଷ୍ଟେଲରୁ ଟିସି ଦେଇ ବଳ ପୂର୍ବକ ବିଦା କରିଦେଇଛନ୍ତି । ଛାତ୍ରମାନେ କିଛି ଉପାୟ ନପାଇ ରାତି ୩ ଟାରେ ଚାଲି ଚାଲି ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ଏହାସହ ପ୍ରିନ୍ସପାଲ ଏବଂ ତାଙ୍କ ସାନଭାଇଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
ସୂଚନାଯୋଗ୍ୟ ପିଲାଙ୍କ ପରୀକ୍ଷା ପାଇଁ ଇଲେକ୍ଟି୍ରସିଆନ ଟ୍ରେଡ୍ ପିଲାଙ୍କ ଆଡମିଟ୍ କାର୍ଡ ପରିବର୍ତ୍ତେ ଫିଟର୍ ଟ୍ରେଡ୍ ପିଲାଙ୍କ ଆଡମିଟ୍କାର୍ଡ ଆସିଥିଲା । ସେପଟେ ଫିଟର୍ ଟ୍ରେଡ୍ ପିଲାଙ୍କ ପାଇଁ ଇଲେକ୍ଟି୍ରସିଆନର ଆଡମିଟ୍ କାର୍ଡ ଆସିଥିଲା । ଏନେଇ ଛାତ୍ରମାନେ କଲେଜ ପ୍ରିନ୍ସିପାଲକୁ ଅଭିଯୋଗ କରିଥିଲେ ମଧ୍ୟ ସେ ଏହି ସମସ୍ୟାର ସମାଧାନ ପରିବା ବଦଳରେ ସେମାନଙ୍କୁ ପରୀକ୍ଷା ଦେବାକୁ ବାଧ୍ୟ କରାଯାଇଥିଲା । ହେଲେ ଭୁଲ୍ ଆଡିମିଟ କାର୍ଡରେ ପରୀକ୍ଷା ଦେବାକୁ ଛାତ୍ରମାନେ ରାଜି ହୋଇନଥିଲେ । ଏହାର ସମାଧାନ ଦାବିରେ ଛାତ୍ରମାନେ କଲେଜ ଗେଟ ବନ୍ଦ କରି ଆନେ୍ଦାଳନ କରିଥିଲେ । ଘଟଣାକୁ ନେଇ ପ୍ରିନ୍ସିିପାଲ୍ଙ୍କ ସାନ ଭାଇ ଜଣେ ଛାତ୍ରଙ୍କୁ ମାଡ଼ ମାରିଥିଲେ । ଏହାର ପ୍ରତିବାଦରେ ଛାତ୍ରମାନେ କୁଳିଅଣା ଥାନାରେ ଲିଖିତ ଅଭିଯୋଗ କରିବାରୁ ବିନାଦୋଷରେ ସେମାନଙ୍କୁ ବାଧ୍ୟତାମୂଳକ ଟିସି ଦିଆଯିବା ସହ ଗାଳି ଗୁଲଜ କରି ହଷ୍ଟେଲ୍ରୁ ବିଦା କରି ଦିଆଯାଇଥିଲା । ଛାତ୍ରମାନେ ଶାରୀରିକ ଓ ମାନସିକ ଭାବେ ଆଘାତ ପାଇ ଗତକାଲି ରାତି ୩ଟାରେ ଚାଲି ଚାଲି ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ୨୪ ଘଣ୍ଟା ଭିତରେ ପ୍ରିନ୍ସିପାଲଙ୍କ ସାନଭାଇଙ୍କୁ ଗିରଫ ନକରିବା ଯାଏ ଧାରଣା ଜାରି ରହିବ ଏବଂ ରାଜରାସ୍ତାରେ ନିଆଁ ଜାଳିବାକୁ ମୟୂରଭଞ୍ଜ ମୁକ୍ତିମୋର୍ଚ୍ଚା ସଂଗଠନ ଚେତାବନୀ ଦେଇଛି ।
ସେପଟେ ଗଣମାଧ୍ୟମରେ ଖବର ପ୍ରକାଶ ପରେ କୁଳିଅଣା ପୁଲିସ ତତ୍ପରତା ଦେଖାଇ ତନାଘନା ଆରମ୍ଭ କରିଛି । ପିଲାଙ୍କୁ ମାଡ଼ ମାରିଥିବା ମୁଖ୍ୟ ଅଭିଯୁକ୍ତ ଦିବ୍ୟଲୋଚନ ବାରିକ ଫେରାର ଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି । ଗିରଫ ବ୍ୟକ୍ତିମାନେ ହେଲେ କଲେଜ ପ୍ରିନ୍ସିପାଲ୍ ତଥା ମାଲିକ ତ୍ରିଲୋଚନ ବାରିକ ଓ ଅଧ୍ୟାପକ ସତ୍ୟଜିତ ଗିରି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *