ଅନଭିଜ୍ଞ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ବଦଳି ଦାବି

ପିଆର୍ଏମ୍ ମେଡିକାଲ୍ କଲେଜ ଆଗରେ ଭଞ୍ଜସେନାର ବିକ୍ଷୋଭ
ବାରିପଦା (ଆପ୍ର): ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ଦାୟିତ୍ୱରେ ଥିବା ଅନଭିଜ୍ଞ ସୁପରିଣ୍ଟେଣ୍ଡେଣ୍ଟ, ବ୍ୟବସାୟ ମନବୃତ୍ତି ରଖୁଥିବା ପ୍ରଫେସର, ଡାକ୍ତର ଓ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଜିଲ୍ଲାର ବହୁ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଲୋକେ ପ୍ରତିଦିନ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ମେଡିକାଲ୍କୁ ଆସୁଥିବା ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାର ଓ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ସବୁ ଜାଣିଶୁଣି ମଧ୍ୟ କୌଣସି ସମସ୍ୟାରେ ହସ୍ତକ୍ଷେପ କରୁନାହାନ୍ତି । ଏହାର ପ୍ରତିବାଦରେ ଭଞ୍ଜସେନା ପକ୍ଷରୁ ତୁରନ୍ତ ମେଡିକାଲ କଲେଜର ଅନଭିଜ୍ଞ ସୁପାରିଣ୍ଟେଣ୍ଡେଣ୍ଟଙ୍କୁ ବଦଳି, ମେଡିକାଲ କଲେଜରେ କାର୍ଯ୍ୟରତ ପ୍ରଫେସର, ଡାକ୍ତର ଓ କର୍ମଚାରୀଙ୍କୁ ସାଧାରଣ ଲୋକଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇଦେବା ଦାବି ନେଇ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ।
ଜିଲ୍ଲା ସଭାପତି ପିଣ୍ଟୁ ମାଈତିଙ୍କ ନେତୃତ୍ୱରେ ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଓବିସି ଶାଖା ସଭାପତି ରାକେଶ ବେହେରା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସାମନ୍ତ ଶେଖର ପାଲ, ଜିଲ୍ଲା ଯୁବ ଶାଖା ସଭାପତି ସୌମ୍ୟରଞ୍ଜନ ମିଶ୍ର, କପ୍ତିପଦା ଉପଖଣ୍ଡ ସଭାପତି ରବିନ ମହାନ୍ତି, ଏମଡି ନାଜିରଙ୍କ ସମେତ ଅନ୍ୟମାନେ ପ୍ରମୁଖ ଯୋଗ ଦେଇ ମେଡିକାଲ୍ର ସ୍ୱାସ୍ଥ୍ୟାବସ୍ଥା ପରିଚାଳନାକୁ ଦୃଢ଼ ନିନ୍ଦା କରିଥିଲେ । ଏହାସହ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହି ବ୍ୟବସ୍ଥାରେ ହସ୍ତକ୍ଷେପ କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *