ବାଡ଼ ଖାଉଛି ଫସଲ: ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା

ଛେଣ୍ଡିପଦା (ଆପ୍ର): “ବାଡ ଖାଉଛି ଫସଲ’ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି, ଛେଣ୍ଡିପଦା ତହସିଲରେ । ଯେଉଁଠି ତହସିଲଦାର ପ୍ରଜାମାନଙ୍କ ଜମିକୁ ବାଡ ହୋଇ ସରକାରୀ ଏବଂ ବେସରକାରୀ ଜମିକୁ ତହସିଲଦାର ସୁରକ୍ଷା ଦେବା କଥା, ଏଠାରେ ଠିକ୍ କାମ ହୋଇନଥିବା ପରୋକ୍ଷରେ ସ୍ୱିକାର କାରିଛନ୍ତି ଛେଣ୍ଡିପଦା ସବ୍-ରେଜିଷ୍ଟାର ତଥା ତହସଲିଦାର ଡାନିଏଲ ଏକ୍କା । ଘଟଣାରୁ ଜଣାପଡିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ତହସିଲରେ ଜାଲିଆତି କରାଯାଇ ଜମି ବିକ୍ରି କରାଯାଇଥିବାକକୁ ନେଇ ଛେଣ୍ଡିପଦା ଥାନାରେ ଗତ ଜୁଲାଇ ମାସ୧୬ ତାରିଖ ଦିନ ଛେଣ୍ଡିପଦା ତହସିଲଦାରଙ୍କ ନାମରେ ମାମଲା ହେବାପରେ ଖୋଦ୍ ତହସିଲଦାର ଧରା ପଡିବା ଭୟରେ ମାମଲା କରିଥିବା ମହିଳାଙ୍କ ପରିବାରକୁ ତାଙ୍କ ଜମି ଫେରାଇ ଦେଇଛନ୍ତି । ଘଟଣାରୁ ଜଣାପଡିଛି ଛେଣ୍ଡିପଦା ତହସିଲ ଅନ୍ତର୍ଗତ ବାଗଡିଆ ମୈାଜାରେ ଖାତା ନମ୍ବର୯୭୪ରେ ୭ଟି ପ୍ଲଟ ଲଛମନ ବେହେରା, ଓସ୍ତି ବେହେରା, ଦୂର ବେହେରା, ଇନ୍ଦୁ ବେହେରା ଓ ରୁଦୁନା ବେହେରାଙ୍କ ନାମରେ ଥିଲା । ସରକାରଙ୍କ ମୃତୁ୍ୟ ପ୍ରମାଣ ପତ୍ର ଅନୁଯାୟୀ ଜମିର ମାଲିକ ଲଛମନ ବେହେରାଙ୍କ ଗତ ୧୧ ନଭେମ୍ବର ୨୦୨୦ରେ ୭୭ ବର୍ଷ ବୟସରେ ମୃତୁ୍ୟ ହୋଇଛି । କିନ୍ତୁ ତାଙ୍କ ଆଧାର କାର୍ଡକୁ ଜାଲିଆତି କରି ପଡେଶୀ ବ୍ରଜ ସୁନ୍ଦର ମାଝୀ(୫୫) ଗତ ମାର୍ଚ୍ଚ ମାସ ୧୬ ତାରିଖ ଦିନ ଲଛମନ ବେହେରାଙ୍କ ୯୭୪ ଖାତାରେ ଥିବା ୪୦୮୪ ପ୍ଲଟକୁ ସେହି ଗ୍ରାମର ନରୋତମ ମାଝୀ, ବିଜୟ କୁମାର ମାଝୀଙ୍କ ନାମରେ କବଲା କରିବା ସହ ଦାଖଲ ଖାରଜ କେଶ ନମ୍ବର ୧୪୦୮ରେ ଖତିୟାନ ନମ୍ବର ୧୧୬୨/୭୩୯ରେ ଘରଡିହ ପଟ୍ଟା ମଧ୍ୟ କରାଇ ନେଇଥିଲେ ।
ଅପର ପକ୍ଷେ ମାମଲା ତଦନ୍ତାଧିନ ଥିବାବେଳେ ଗତ ଜୁଲାଇ ମାସ ୨୭ ତାରିଖ ଦିନ ତହସିଲଦାର ଡାନିଏଲ ଏକ୍କା ଚଚଂକତା କରି ଖାତା ନମ୍ବର ୧୧୬୨/୭୩୯ରେ ଥିବା ଉକ୍ତ ପ୍ଲଟକୁ ଲଛମନଙ୍କ ପୁରୁଣା ଖାତାକୁ ଫେରାଇ ଦେଇଥିଲେ ଏବଂ ନୂତନ ଖାତା ୧୧୬୨/୭୩୯ କୈାଣସି ପ୍ଲଟ ମଧ୍ୟ ନଥିବା ଦେଖାଯାଇଛି । ଯାହାକି ତହସିଲଦାର ବାଡ଼ ହୋଇ ଫସଲ ଖାଇଥିବା କଥା ପରୋକ୍ଷ ଭାବେ ସ୍ୱିକାର କରିଥିବା ସାମ୍ନାକୁ ଆସିଛି । ନିୟମାନୁସାରେ ଖତିୟାନ ନମ୍ବର ୯୭୪ରେ ଲଛମନ ଏବଂ ଅନ୍ୟ ତିନିଜଣ ଓଗେର ବ୍ୟକ୍ତି ରହିଥିବାବେଳେ ଓଗେରମାନଙ୍କୁ ନଖୋଜି ବା ତାଙ୍କର ଆଇନତ ମତ ନନେଇ ତହସିଲଦାର କିପରି ଭାବେ ଜମିର କବଲା କରାଇଲେ? କବଲା କରିବା ପରେ ଅଭିଯୋଗ କରିବା ପାଇଁ ଯାଇଥିବା ଲଛମନଙ୍କ ବୋହୁ କଳ୍ପନାଙ୍କ ଅଭିଯୋଗକୁ ଗ୍ରହଣ ନକରି କାହିଁକି ଫେରାଇ ଦେଲେ? ତହସିଲଦାର ଏଭଳି ଏକ ଗର୍ହିତ କାର୍ଯ୍ୟ ଆଇନକୁ ଅସମ୍ମାନ କରି ଜମି ଫରାଇ ପାରିଲେ ତାହେଲେ ଏକ ଛୋଟ ଘଟଣାକୁ ନେଇ କାହିଁକି ଘଟଣାର ସମାଧାନ ନକରି ଜଣେ ଆଇନଜିବୀଙ୍କ ନାମରେ ମାମଲା କଲେ? ଛେଣ୍ଡିପଦା ତହସିଲରେ ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ବିଭାଗର କର୍ମଚାରୀ ପଦବୀ ଖାଲି ପଡିଥିବା ବେଳେ ଉକ୍ତ ବିଭାଗରେ ବେସରକାରୀ କର୍ମଚାରୀମାନଙ୍କୁ ନିଯୁକ୍ତି ଦେଇ କେତେ ଜାଲିଆତି କରିଛନ୍ତି ଏବଂ କେତେ ମୁନାଫା ଉଠାଇଛନ୍ତି? ଦୁର୍ନୀତିଖୋର ଏହି ତହସିଲଦାରଙ୍କୁ ଛେଣ୍ଡିପଦାରୁ ତୁରନ୍ତ ବଦଳି କରାଯାଇ ତାଙ୍କ ନାମରେ ମାମଲାରେ ଗିରଫ କରାଯିବା ନେଇ ଓକିଲସଂଘ ୧ ସପ୍ତାହ ଧରି ତହସିଲ ସାମ୍ନାରେ ଧାରଣାରେ ବସିଥିବା ବେଳେ ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କାଙ୍କ କେଳେଙ୍କାରୀର ଗୁମର ଖୋଲିବା ପାଇଁ କ୍ରାଇମବ୍ରାଚଂ ତଦନ୍ତ ହେବା ଆବଶ୍ୟକ ବୋଲି ଛେଣ୍ଡିପଦା ଅଞ୍ଚଳର ବୁଦ୍ଧିଜିବୀମାନେ ପ୍ରକାଶ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *