ବଣାଇ ବିକାଶ ଦେଖିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା

ଭୁବନେଶ୍ୱର, ୩ା୮ (ବୁ୍ୟରୋ): ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତି୍ରପାଠୀ ଜିଲ୍ଲା ଗସ୍ତର ତୃତୀୟ ଦିନରେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପ ସହ ଜିଲ୍ଲାର ଝିରଡ଼ାପାଲିଠାରେ ନିର୍ମାଣାଧୀନ ଭାରୀ ମୋଟର ଯାନ ଡ୍ରାଇଭିଂ ତାଲିମ କେନ୍ଦ୍ର ବୁଲି ଦେଖିଥିଲେ । ଶ୍ରୀ ତି୍ରପାଠୀ ବଣାଇ ବ୍ଲକ୍ର ବଇଦପାଲିସ୍ଥିତ ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟ ଯାଇ ସେଠାରେ ୫-ଟି ଉପକ୍ରମରେ କରାଯାଉଥିବା ରୂପାନ୍ତରଣ କାର୍ଯ୍ୟ ପରିଦର୍ଶନ କରିଥିଲେ । ଶିକ୍ଷିତ ଯୁବବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ପ୍ରାକ୍-ନିଯୁକ୍ତି ତାଲିମ କେନ୍ଦ୍ର ‘ସୁଦକ୍ଷ’ ପରିଦର୍ଶନ କରି ସେଠାରେ ତାଲିମ ନେଉଥିବା ୪୦ ଜଣ ଶିକ୍ଷାନବିଶଙ୍କୁ ସରକାର ସେମାନଙ୍କ ପାଇଁ ନେଉଥିବା ବିଭିନ୍ନ ପଦକ୍ଷେପ ଓ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରିଥିଲେ । ବୈଦୁ୍ୟତିକ ଡାଟା ପ୍ରୋସେସିଂ ତାଲିମ ନେଲେ ଯୁବବର୍ଗ ଏମ୍ଏସ୍ଏମ୍ଇ ଏବଂ କୃଷି ଶିଳ୍ପ ପ୍ରତି ଆଗ୍ରହ ପ୍ରକାଶ କରିବେ ବୋଲି କହିଥିଲେ । ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅଧିନରେ କାର୍ଯ୍ୟରତ ଦକ୍ଷତା ବିକାଶ ତାଲିମ କେନ୍ଦ୍ରରେ ଚାଲିଥିବା ସିଲେଇ, ନର୍ସିଂ, କମ୍ପୁ୍ୟଟର ମରାମତି ତାଲିମ ପରିଦର୍ଶନ କରିଥିଲେ ।
ଇଡ଼୍କୋ ଦ୍ୱାରା ବଣାଇରେ ୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ଚାଲିଥିବା ସିନ୍ଥେଟିକ୍ ହକି ତାଲିମ କେନ୍ଦ୍ର ନିର୍ମାଣ କାର୍ଯ୍ୟ ବୁଲିଦେଖି କାର୍ଯ୍ୟର ମାନ ବିଷୟରେ ସେଠାରେ ଅବସ୍ଥପିତ ଡିଭିଜନାଲ ମୁଖ୍ୟଙ୍କ ସହ ବାର୍ତାଳାପ କରିଥିଲେ । ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି ।
ଶ୍ରୀ ତି୍ରପାଠୀ ଜିଲ୍ଲା ଖଣିଜ ପାଣ୍ଠିରୁ ୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ସେଣ୍ଟ୍ରାଲ ନର୍ସରୀ ଏବଂ ଟସର ପାର୍କ ବୁଲି ଦେଖିଥିଲେ । ଚାଷୀମାନଙ୍କ ପାଇଁ କଞ୍ଚାମାଲ ସଂରକ୍ଷଣ ଭଣ୍ଡାର, ଉତ୍ପାଦନ କେନ୍ଦ୍ର, ଛାତ୍ରାବାସ ଏବଂ ଅତିଥି ଭବନ ନିର୍ମାଣ ଚାଲିଥିବା ସେ ଦେଖିଥିଲେ । ଏନ୍ବିସିସି ଦ୍ୱାରା କରାଯାଉଥିବା ଏହି ନିର୍ମାଣ କାର୍ଯ୍ୟ ଏ ବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ଜଣାପଡ଼ିଛି । ପରେ ଶ୍ରୀ ତି୍ରପାଠୀ ଲହୁଣିପଡ଼ା ବ୍ଲକ୍ ସ୍ଥିତ ଖୁଂଟଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଯାଇ ସେଠାରେ ବିଦ୍ୟାଳୟ ରୂପା”ରଣ ପରିଦର୍ଶନ କରିଥିଲେ । ସେଠାରୁ ଲଲେଇ ଗ୍ରାମ ଯାଇ ସେଠାରେ ୪ଟି ଗ୍ରାମାଞ୍ଚଳ ପାଇପ ଜଳଯୋଗାଣ ପ୍ରକଳ୍ପ ଯାହା ଖଣି ପ୍ରଭାବିତ ଗାଆଁଗୁଡ଼ିକୁ ଜଳ ଯୋଗାଇବ । ଏଥି ପାଇଁ ୨୭୫ କୋଟି ଟଙ୍କା ଓଡ଼ିଶା ଖଣିଜ ବହୁଳ ଅଞ୍ଚଳ ବିକାଶ ନିଗମ ପାଣ୍ଠିରୁ ପ୍ରଦାନ କରାଯାଇଛି । ଏହାକୁ ନାଗାର୍ଜୁନ କମ୍ପାନୀ ନିର୍ମାଣ କରୁଛି ।
ଶ୍ରୀ ତି୍ରପାଠୀ ପରେ ବରଘାଟ ଗ୍ରାମ ଯାଇ ସେଠାରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ପ୍ରୋତ୍ସାହିତ ଲିଚି ଓ କଦଳୀ ମିଶ୍ରିତ କୃଷି ଉଦ୍ୟାନ, ଯେଉଁଥିରେ ୧୭ ଗୋଟି ଆଦିବାସୀ ପରିବାର ଉପକୃତ ହେଉଥିବା ଦେଖିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *