ଜଳ ସରଂକ୍ଷଣକୁ ଗୁରୁତ୍ୱ ଦିଅ

ଭୁବନେଶ୍ୱର, ୨ା୮ (ବୁ୍ୟରୋ): ୧୦୬ ଜଣ ଜୁନିଅର ଇଞ୍ଜିନିୟର୍ (ମେକାନିକାଲ୍)ଙ୍କୁ ମଙ୍ଗଳବାର ଜଳ ସମ୍ପଦ ବିଭାଗରେ ଯୋଗ ଦେଇଛନ୍ତି । ସମସ୍ତଙ୍କୁ ରାଜ୍ୟ କର୍ମ·ରୀ ଚୟନ ଆୟୋଗ ମାଧ୍ୟମରେ ନିଯୁକ୍ତି ଦିଆଯାଇଛି । ଏନେଇ ଆୟୋଜିତ ଏକ ଭର୍ଚୁଆଲ ପ୍ଲାଟଫର୍ମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ଦେବା ସହ ନୂଆ କର୍ମଚାରୀଙ୍କୁ ସ୍ୱାଗତ କରିଛନ୍ତି । ନବନିଯୁକ୍ତଙ୍କୁ ପରାମର୍ଶ ସଦୃଶ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ କହିଛନ୍ତି, ନୂଆ ଟେକ୍ନୋଲୋଜି ମାଧ୍ୟମରେ ସମସ୍ତେ କାମ କରିବା ଆବଶ୍ୟକ । କଠିନ ପରିଶ୍ରମ ସହ ୫ଟି ଆଧାରରେ ସ୍ୱଚ୍ଛତା ଆଣିବାକୁ ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।
ରାଜ୍ୟର ବିଭିନ୍ନ ନଦୀରେ ·ଲିଥିବା ଜଳ ପ୍ରକଳ୍ପ ଉପରେ ବୁଝାଇବା ସହ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଜଳ ସଂରକ୍ଷଣ ଦ୍ୱାରା ବନ୍ୟା, ବାତ୍ୟା ସମୟରେ ଜନସାଧାରଣ ଉପକୃତ ହେବେ । ଚାଷୀ କିପରି ସହାୟତା ପାଇବେ ସେନେଇ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଭୂତଳ ଜଳସ୍ତରରକୁ ବଢାଇବା ଦିଗରେ କାମ କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଜଳ ସମ୍ପଦ ବିଭାଗ ୩୦ଟି ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର ନିର୍ମାଣ କାର୍ଯ୍ୟ ଗ୍ରହଣ କରିଛି ଏବଂ ୧୬ଟି ବିଭିନ୍ନ ନଦୀ ପାଶ୍ୱର୍ରେ ଅବସ୍ଥିତ ପାଇପଲାଇନରେ ଅଛି । ଏହି ସଂରଚନା କେବଳ ଗ୍ରାମାଞ୍ଚଳର ଜଳ ଯୋଗାଣ ସମେତ ବିଭିନ୍ନ ଉଦେ୍ଦଶ୍ୟରେ ଭୂପୃଷ୍ଠ ଜଳ ସଂରକ୍ଷଣ କରିବାରେ ସହାୟକ ହେବ ନାହିଁ ବରଂ ଭୂତଳ ଜଳ ସ୍ତରକୁ ମଧ୍ୟ ବଢାଇବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନଟ୍ଟନାୟକ କହିଛନ୍ତି ।
ଓଡିଶା ମୁଖ୍ୟତଃ ଏକ କୃଷିଭିତ୍ତିକ ରାଜ୍ୟ । ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇବା ଏହି ବିଭାଗର ପ୍ରମୁଖ ଦାୟିତ୍ୱ । ଜଳଭଣ୍ଡାରର ବୈଜ୍ଞାନିକ ପରିଚାଳନା ସହ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟରୁ ଲୋକଙ୍କ ଜୀବନ ଏବଂ ସମ୍ପତ୍ତି ରକ୍ଷା କରିବା ମଧ୍ୟ ସେମାନଙ୍କ ଦାୟିତ୍ୱ । ଆମର ଦୁଇ ହଜାର ପାଞ୍ଚଶହରୁ ଅଧିକ ଡ୍ୟାମ୍ ଅଛି ଏବଂ ଲୋୟର ସୁକେଲ୍, ଦେଓ, କାନପୁର ଏବଂ ଘାଟକେଶ୍ୱର ଭଳି ଆଉ କିଛି ଡ୍ୟାମ୍ ନିର୍ମାଣ କାର୍ଯ୍ୟ ଚାଲିଛି । ଦିନକୁ ଦିନ ବଢୁଥିବା ଜନସଂଖ୍ୟା ସହ ଜଳ ଏକ ଅଭାବୀ ଉତ୍ସରେ ପରିଣତ ହେଉଛି । ଏହି ପରିପ୍ରେକ୍ଷୀରେ ପାନୀୟ ଜଳ, ଜଳସେଚନ, ଜଳ ବିଦୁ୍ୟତ ଶକ୍ତି, ଶିଳ୍ପ, ପିସି-ସଂସ୍କୃତି ଏବଂ ପରିବେଶ ସନ୍ତୁଳନ ଭଳି ବିଭିନ୍ନ ଉଦେ୍ଦଶ୍ୟରେ ଜଳ ସଂରକ୍ଷଣରେ ଇଞ୍ଜିନିୟରମାନଙ୍କୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।
ରାଜ୍ୟର ବିକାଶରେ ମେକାନିକାଲ୍ ଇଞ୍ଜିନିୟରଙ୍କର ଭୂମିକାକୁ ଦର୍ଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଯଦିଓ ନିର୍ମାଣ କାର୍ଯ୍ୟ ସିଭିଲ୍ ଇଞ୍ଜିନିୟରଙ୍କ ଦ୍ୱାରା କରାଯାଇଥାଏ, ତଥାପି ହାଇଡ୍ରୋଲିକ୍ ଷ୍ଟ୍ରକଚରର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ସ୍ଥାପନ ପାଇଁ ମେକାନିକାଲ୍ ଇଞ୍ଜିନିୟରଙ୍କର ଅଧିକ ଭୂମିକା ରହିଛି । ଯେପରିକି ସେମାନଙ୍କ କାର୍ଯ୍ୟ ଏବଂ ରକ୍ଷଣାବେକ୍ଷଣ ସହିତ ଗେଟ୍ କାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ମହିଳା ସଶକ୍ତିକରଣକୁ ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ୱ ଦେଇଆସୁଛନ୍ତି । ନୂତନ ଭାବେ ନିଯୁକ୍ତ ଇଞ୍ଜିନିୟରମାନେ ରାଜ୍ୟ ସରକାରଙ୍କର ପଦକ୍ଷେପଗୁଡିକର ଲାଭ ଲୋକଙ୍କ ଦ୍ୱାରରେ ପହଞ୍ଚାଇବାକୁ ଯଥାସମ୍ଭବ ଚେଷ୍ଟା କରିବେ ବୋଲି ସେ ପରାମର୍ଶ ଦେଇଛନ୍ତି ।
ମୁଖ୍ୟ ସଚିବ ଶ୍ରୀ ସୁରେଶ ମହାପାତ୍ର ଇଞ୍ଜିନିୟରମାନଙ୍କୁ ପ୍ରତିବଦ୍ଧତା ଏବଂ ସ୍ୱଚ୍ଛତା ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ସେମାନଙ୍କ ଅଭିଜ୍ଞତା ବାଣ୍ଟି ନୂତନ ଭାବରେ ନିଯୁକ୍ତ ଇଞ୍ଜିନିୟର କୃଷ୍ଣ ପ୍ରିୟଦର୍ଶିନୀ, ଅଞ୍ଜଲି ପାରିଡା ଏବଂ ଅର୍ଜୁନ ଦାସ ନିଯୁକ୍ତି ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ପୋଷ୍ଟିଂ ପାଇଁ କମ୍ପୁ୍ୟଟର ଆଧାରିତ ପସନ୍ଦ ଲକିଂ ସିଷ୍ଟମରେ ପ୍ରଶଂସା କରିଥିଲେ । ନୂତନ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରି ୫ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଇଞ୍ଜିନିୟରଙ୍କୁ ନିଜ ଯୋଗ୍ୟତା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିବାକୁ ପରାମର୍ଶ ଦେଇଛନ୍ତି । ଯେହେତୁ ସେମାନେ କେବଳ ଏକ ଯୋଗ୍ୟତା ଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ଦେଇ ଆସିଛନ୍ତି, ସେମାନେ କୌଣସି ଭୟ କିମ୍ବା ଅନୁଗ୍ରହ ବିନା କାର୍ଯ୍ୟ କରିବା ଉଚିତ୍ ବୋଲି କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *