ତାଇୱାନରେ ନାନ୍ସୀ

ଚୀନ୍-ଆମେରିକା ମଧ୍ୟରେ ଯୁଦ୍ଧ ଅନୁରୂପ ସ୍ଥିତି
ତାଇପେ/ୱାଶିଂଟନ୍, ୨ା୮: ଆମେରିକୀୟ ସଂସଦ (ପ୍ରତିନିଧି ସଭା)ର ସ୍ପିକର ନାନ୍ସୀ ପେଲୋସି ପରିଶେଷରେ ତାଇୱାନ୍ରେ ପହଞ୍ଚôଛନ୍ତି । ତାଇୱାନ୍କୁ ନିଜ ଦେଶର ଅଂଶ ବିଶେଷ ବୋଲି ଦାବି କରି ଆସୁଥିବା ଚୀନ୍ର ତୀବ୍ର ବିରୋଧ, ଏପରିକି ଯୁଦ୍ଧ ଓ ତାଇପେଈ ବିମାନବନ୍ଦରକୁ ବୋମା ମାଡରେ ଉଡାଇ ଦେବା ଧମକ ସତ୍ତ୍ୱେ ନାନ୍ସୀ ମଙ୍ଗଳବାର ସ୍ଥାନୀୟ ରାତି ୧୦ଟା ୪୫ ମିନିଟ୍ରେ ରାଜଧାନୀ ତାଇପେଈସ୍ଥିତ ସଙ୍ଗ୍ଶାନ୍ ବିମାନ ବନ୍ଦରରେ ଅବତରଣ କରିଛନ୍ତି । ତାଙ୍କୁ ତାଇୱାନ୍ର ବିଦେଶ ମନ୍ତ୍ରୀ ଯୋଶେଫ ଉ ଏବଂ ତାଇୱାନ୍ରେ ଅବସ୍ଥାପିତ ଆମେରିକୀୟ ପ୍ରତିନିଧି ସାଣ୍ଡ୍ରା ଆଉଡ୍କିର୍କ ସ୍ୱାଗତ କରିଛନ୍ତି । ବୁଧବାର ସକାଳେ ତାଇୱାନ୍ର ରାଷ୍ଟ୍ରପତି ସାଇ ଇଂ-ୱେନ୍ ଓ ନାନ୍ସୀଙ୍କ ମଧ୍ୟରେ ଐତିହାସିକ ସାକ୍ଷାତ ହେବା ଆଶା କରାଯାଉଛି ।
ନାନ୍ସୀ ମଙ୍ଗଳବାର ରାତିରେ ରାଜଧାନୀ ତାଇପେଈର ସହରତଳି ଇଲାକାସ୍ଥିତ ଗ୍ରାଣ୍ଡ ହାୟର୍ଟ୍ଟ ହୋଟେଲରେ ଅବସ୍ଥାନ କରୁଛନ୍ତି । ନାନ୍ସୀଙ୍କ ଏସୀୟା ଗସ୍ତ କ୍ରମରେ ତାଇପେଠାରେ ରାତ୍ରିଯାପନ ବିଷୟ ଉଲ୍ଲେଖ କରାଯାଇନାହିଁ । ସେ ସିଙ୍ଗାପୁର, ଜାପାନ, ମାଲେସିଆ ଓ ଦକ୍ଷିଣ କୋରିଆ ଗସ୍ତ କରିବେ ବୋଲି କୁହାଯାଇଛି ।
ସମ୍ପ୍ରତି ଏସିଆ ଗସ୍ତରେ ଥିବା ନାନ୍ସୀ ମାଲେସିଆରୁ ତାଇୱାନ୍ ଅଭିମୁଖେ ଯାତ୍ରା କରିବାର ଠିକ୍ ପୂର୍ବରୁ ହ୍ୱାଇଟ୍ ହାଉସ୍ ପକ୍ଷରୁ ତାଙ୍କ ତାଇୱାନ୍ ଗସ୍ତକ୍ରମ ପ୍ରକାଶ କରାଯାଇଥିଲା । ସେଥିରେ କୁହାଯାଇଛି ଯେ ନାନ୍ସୀ ବାୟୁସେନା ବିମାନ ଯୋଗେ ଏସିଆ ଗସ୍ତ କରୁଛନ୍ତି । ସେ ମାଲେସିଆରୁ ଦକ୍ଷିଣ ଚୀନ୍ ସାଗର ଉପର ଦେଇ ଯିବେ ନାହିଁ, ଫିଲିପିନ୍ସ ଆକାଶ ସୀମା ଦେଇ ତାଇୱାନ୍ ଯିବେ । ବୁଧବାର ସେ ରାଷ୍ଟ୍ରପତିଙ୍କୁ ଭେଟିବେ । ଚୀନ୍ ପକ୍ଷରୁ ତାଙ୍କ ପ୍ରତି ପ୍ରତ୍ୟକ୍ଷ ବିପଦ ନାହିଁ । ଯଦିବା ଚୀନ୍ ତରଫରୁ କୌଣସି ତ୍ରୁଟି ହୁଏ, ସେଭଳି ସ୍ଥିତିରେ ଚୀନ୍ରହିଁ ଅଡୁଆ ବଢିବ ।
ନାନ୍ସୀଙ୍କ ତାଇୱାନ୍ ଗସ୍ତ ଅବସରରେ ଚୀନ୍ ଓ ଆମେରିକା ମଧ୍ୟରେ ଉତ୍ତେନା ଚରମ ସ୍ତରରେ ପହଞ୍ଚôଛି । ଦୁଇଦେଶ ପକ୍ଷରୁ ଯୁଦ୍ଧ ଜାହାଜ ମୁତୟନ କରାଯାଇଥିବାବେଳେ ତାଇୱାନ୍ ସେନା ମଧ୍ୟ ହାଇ ଆଲର୍ଟରେ ରହିଛି । ଦେଶସାରା ଅଭୂତପୂର୍ବ ସୁରକ୍ଷା ବନେ୍ଦାବସ୍ତ କରାଯାଇଛି ।
ତାଇୱାନ୍ର ଜଳସୀମା ବାହାରେ ଚୀନ୍ ପକ୍ଷରୁ ଯୁଦ୍ଧାଭ୍ୟାସ ଆରମ୍ଭ ହୋଇଛି ।
ନାନ୍ସୀଙ୍କ ଗସ୍ତ ପୂର୍ବରୁ ଚୀନ୍ ଧମକ ଦେଇ କହିଥିଲା ଯଦି ସେ (ନାନ୍ସୀ) ତାଇୱାନ୍ରେ ପାଦ ରଖନ୍ତି, ପିଏଲ୍ଏ (ଚୀନ୍ର ସେନାବାହିନୀ) ଚୁପ୍ ରହିବ ନାହିଁ । ଏହାସତ୍ତ୍ୱେ ନାନ୍ସୀ ମାଲେସିଆରେ ପହଞ୍ଚôଥିଲେ ଏବଂ ସେଠାରୁ ତାଇୱାନ୍ ଅଭିମୁଖେ ଯାତ୍ରା କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଗତ ୨୫ ବର୍ଷ ଭିତରେ ତାଇୱାନ୍ ଗସ୍ତ କରିବାରେ ନାନ୍ସୀ ପ୍ରଥମ ଆମେରିକୀୟ ସ୍ପିକର । ନାନ୍ସୀଙ୍କ ଗସ୍ତକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍ ମଧ୍ୟ ପ୍ରସନ୍ଦ କରିନାହାନ୍ତି । ନାନ୍ସୀ ପେଲୋସିଙ୍କୁ ବାଇଡନ୍ଙ୍କ ଭାବି ଉତ୍ତରାଧିକାରୀ କୁହାଯାଉଥିବାବେଳେ ଆମେରିକା ପକ୍ଷରୁ କୁହାଯାଇଛି ଯେ ଚୀନ୍ର ବିରୋଧ ଅଯୌକ୍ତିକ, ତାଇୱାନ୍ ଗସ୍ତ ପାଇଁ ତାଙ୍କର ପୂର୍ଣ୍ଣ ଅଧିକାର ରହିଛି । ହ୍ୱାଇଟ୍ ହାଉସ୍ର ରାଷ୍ଟ୍ରୀୟ ନିରାପତ୍ତା ପରିଷଦ ପ୍ରବକ୍ତା ଜନ୍ କିର୍ବି କହିଛନ୍ତି, ତାଇୱାନ୍ ଉପରେ ଚୀନ୍ର ଯେକୌଣସି ଚାପ ପ୍ରୟୋଗକୁ ଆମେରିକା ବିରୋଧ କରିଆସିଛି ଏବଂ କରିବ ।
ସମ୍ଭାବ୍ୟ ଚୀନା ବିପଦ ପ୍ରତି ଧ୍ୟାନ ଦେଇ ଆମେରିକା ପକ୍ଷରୁ ତାଇୱାନ୍ ନିକଟରେ ୪ଟି ଯୁଦ୍ଧପୋତ ଗୋଟିଏ ଏୟାରକ୍ରାଫ୍ଟ କ୍ୟାରିଅର ମୁତୟନ କରାଯାଇଛି । ଅପରପକ୍ଷେ ଚୀନ୍ ମଧ୍ୟ ବଡ ଆକାରରେ ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି । ଏହି କ୍ରମରେ ଚୀନ୍ ପକ୍ଷରୁ ମଧ୍ୟ ଯୁଦ୍ଧ ପୋତ ଓ ଫାଇଟର୍ ଜେଟ୍ ତାଇୱାନ୍ ଅଭିମୁଖେ ପଠାଇଛି । ଆମେରିକା ନିଜ ଗୁଇନ୍ଦା ରିପୋର୍ଟ ଆଧାରରେ କହିଛି ଯେ ତାଇୱାନ୍ ଷ୍ଟ୍ରେଟ୍ରେ ଚୀନ୍ ବହୁ ମିସାଇଲ୍ ମୁତୟନ କରିବା ସହ ଆଉ ଏକ ଯୁଦ୍ଧ ପୋତକୁ ପ୍ରସ୍ତୁତ କରି ରଖିଛି । ନାନ୍ସୀଙ୍କ ତାଇୱାନ୍ ଗସ୍ତରୁ ଋଷିଆ ମଧ୍ୟ ବିରୋଧ କରିଛି ।
ପ୍ରାୟ ଅଢେଇ କୋଟି ଜନସଂଖ୍ୟା ବିଶିଷ୍ଟ ତାଇୱାନ୍ ନିଜକୁ ସ୍ୱାଧୀନ ରାଷ୍ଟ୍ର ଦାବି କରୁଥିôଲେ ହେଁ ଜାତିସଂଘରେ ସେପରି ମାନ୍ୟତା ମିଳି ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *