ମହିଳାଙ୍କୁ ଅସଦାଚରଣ ଓ ନାବାଳକକୁ ମାଡ଼ ଅଭିଯୋଗ

ପୁଲିସର ଗୁଣ୍ଡାଗିରି: ନ୍ୟାୟ ପାଇଁ ଏସ୍ପିଙ୍କୁ ଗୁହାରି
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଟାଉନ ଥାନା ପିସିଆର ଭ୍ୟାନର ୩ ଜଣ ପୁଲିସଙ୍କ ଗୁଣ୍ଡାଗିରି ଏନଂ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ପରିବାର ବର୍ଗ ନ୍ୟାୟ ପାଇଁ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପୁଲିସର ଏଭଳି ଗୁଣ୍ଡାଗିରିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଟାଉନ୍‌ ଥାନା ଅନ୍ତର୍ଗତ ଆନନ୍ଦନଗର ଠାରେ ଥିବା ନଣନ୍ଦ ବିନୋଦିନୀ ବେହେରାଙ୍କ ଘରକୁ ଗଁଦିଆ ଥାନା ନାଟିମା ଗ୍ରାମର ତି୍ରବେଣୀ ବେହେରା ଘର କାମ ଦେଖିବାକୁ ଆସିଥିଲେ । ଆନନ୍ଦ ନଗର ନଣନ୍ଦଙ୍କ ଘରେ ଥିବା ବେଳେ ଟାଉନ୍‌ ଥାନା ପିସିଆର ଭ୍ୟାନର ୩ ଜଣ ପୁଲିସ ସେଠାରେ ପହଞ୍ଚି ଘର କାମ କରୁଥିବା ଠିକାଦାରକୁ ଧମକ ଚମକ ଦେବା ସହ ସେଠାରୁ ଚାଲିଯିବାକୁ କହିଥିଲେ । ଏହାକୁ ବିନୋଦିନି ପ୍ରତିବାଦ କରିବା ସହିତ ଘରେ କୌଣସି ପୁରୁଷ ନ ଥିବାରୁ ଠିକାଦାରକୁ ଘରକାମ କରିବାକୁ ଦେଇଥିବାର କହିଥିଲେ ।
ଏପରିକି ଘର କାମ ବନ୍ଦ କରିବାକୁ କହିବା ସହିତ ଥାନାକୁ ନେଇ ହାଜତରେ ଭର୍ତ୍ତି କରି ମାଡ ମାରିବାକୁ ମଧ୍ୟ ଧମକ ଦେଇଥିଲେ । ସେହିି ସମୟରେ ବିନୋଦିନୀଙ୍କ ଭଣଜା ପୁଲିସର ଅସଦାଚରଣକୁ ନେଇ ଭିଡିଓ ରେକଡିଂ କରିଥିବା ବେଳେ, ପୁଲିସ ଦୁଇଜଣ ମହିଳା ବିନୋଦିନୀ ଏବଂ ତ୍ରୀବେଣୀକୁ ଅସଦାଚରଣ କରିବା ସହିତ ଦୁଇଟି ମୋବାଇଲ ଛଡାଇ ନେଇଥିଲେ । ସେଠାରେ ଉପସ୍ଥିତ ଥିବା ନାବାଳକକୁ ମାଡ ମାରିବାକୁ ପଛାଇ ନ ଥିଲେ । ପୁଲିସ ମାନେ ଖରାପ ଭାଷା ପ୍ରଯୋଗ କରିବା ସହିତ ଅସଦ୍ ବ୍ୟବହାର କରିଥିବା ତ୍ରିବେଣୀ ଲିଖିତ ଭାବରେ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପରିବାରକୁ ନ୍ୟାୟ ସହିତ ମୋବାଇଲ ଦୁଇଟି ଫେରାଇ ଦେବାକୁ ନିବେଦନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *