ପିଇବା ପାଣି ପାଇଁ ଡହଳବିକଳ: ପୋଖରୀ ପାଣି ପିଉଛନ୍ତି ଉତ୍ତରପଡ଼ାବାସୀ

ସାକ୍ଷୀଗୋପାଳ (ଆପ୍ର): ନଳକୂପ ଅଛି ହେଲେ ପିଇବା ଯୋଗ୍ୟ ପାଣି ବାହାରୁନି । ନିକଟରେ ଥିବା ପୋଖରୀର ମଇଳା ପାଣି ପିଇବାକୁ ବାଧ୍ୟ ହୋଇ ନାନା ରୋଗର ଶିକାର ହେଉଛନ୍ତି ଗ୍ରାମବାସୀ । ଏପରି ଏକ ଅବସ୍ଥା ଦେଖିବାକୁ ମିଳିଛି ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ନୂଆ ସୋମେଶ୍ୱରପୁର ପଞ୍ଚାୟତର ଉତ୍ତରପଡ଼ା ଗ୍ରାମରେ ।
ବସୁଧା ଯୋଜନାରେ ପ୍ରକଳ୍ପ ଅଛି ହେଲେ ଉତ୍ତରପଡ଼ାବାସୀଙ୍କ ପାଇଁ ସବୁକିଛି ଫେଲ୍ ମାରିଛି । ଗାଁରେ ପ୍ରାୟ ୩୦ ପରିବାରର ୨୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ପିଇବା ପାଣି ଟୋପେ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁରେ ଥିବା ଏକମାତ୍ର ନଳକୂପ ସହ ସଂଯୁକ୍ତ ହୋଇଥିବା ସୋଲାର ପ୍ୟାନେଲ୍ ପାଣି ପମ୍ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଥିରେ ପର୍ଯ୍ୟାପ୍ତ ପରିମାଣର ପାଣି ଯୋଗାଣ ହେଇପାରୁନି । ଯାହାଦ୍ୱାରା ଗ୍ରାମବାସୀମାନଙ୍କୁ ଏକ କିଲୋମିଟରରୁ ଊର୍ଦ୍ଧ୍ୱ ଯଦୁପୁର ଗଉଡ଼ହାଟ ପାଣି ନେବାକୁ ପଡ଼ୁଛି । ଜଳ ସମସ୍ୟା ଦୂରୀକରଣ ପାଇଁ ଆସୁଥିବା ପାଣି ଟ୍ୟାଙ୍କର ମଧ୍ୟ ଅନେକ ଦିନ ଧରି ବନ୍ଦ ହୋଇଯାଇଥିବା କହିଛନ୍ତି ଗ୍ରାମବାସୀ । ଏଠାରେ ପାନିୟ ଜଳ ଯୋଗାଣ ସମସ୍ୟା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ, ପ୍ରଶାସନକୁ ବାରମ୍ବାର ଜଣାଇବା ପରେ କୌଣସି ସୁଫଳ ମିଳି ନ ଥିବାରୁ ଗାଁର ସତ୍ୟଭାମା ସାହୁ, ରୀତା ନାୟକ, ପାଗେଲି ନାୟକ, ପାର୍ବତୀ ପାତ୍ର, ହରସ ସାହୁ ପ୍ରମୁଖ ମହିଳା ଅଭିଯୋଗ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *