୮ଠ% ଲୋକ ପିଉଛନ୍ତି ବିଷାକ୍ତ ପାଣି
ରାଜ୍ୟସଭାରେ କେନ୍ଦ୍ରର ସୂଚନା
ନୂଆଦିଲ୍ଲୀ (ଏଜେନ୍ସି): ଦେଶର ୮ଠ%ରୁ ଊଦ୍ଧ୍ୱର୍ ଜନତା ପ୍ରତିଦିନ ବିଷାକ୍ତ ପାଣି ପିଉଛନ୍ତି । ସୋମବାର ରାଜ୍ୟସଭାରେ କେନ୍ଦ୍ର ସରକାର ଏହି ତଥ୍ୟ ଦେଇଛନ୍ତି । ଏଥିରେ ଦେଶର ଭୂତଳ ଜଳର ଗୁଣବତ୍ତା ଦିନକୁ ଦିନ ଖରାପ ହେଉଥିବା ହେଉଥିବା କେନ୍ଦ୍ର ଦର୍ଶାଇଛି । ସରକାରୀ ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଦେଶବାସୀ ଯେଉଁ ପାଣି ପିଉଛନ୍ତି ତାହା ବିଷାକ୍ତ । ଦେଶର ପ୍ରାୟ ସମସ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଭୂତଳ ଜଳ ସ୍ଥିତି ଅତ୍ୟନ୍ତ ଖରାପ ସ୍ତରରେ ପହଞ୍ଚôôଥିବା ଜାଣିବାକୁ ମିଳିଛି । ଭୂତଳ ଜଳରେ ଅତ୍ୟଧିକ ପରିମାଣର ବିଷାକ୍ତ ଉପାଦାନ ମିଳୁଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏପରି କହିଛନ୍ତି । ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ରିପୋର୍ଟ ଅନୁସାରେ ଦେଶର ୮ଠ%ରୁ ଊଦ୍ଧ୍ୱର୍ ନାଗରିକ ଭୂତଳ ଜଳ ପାଣିକୁ ସିଧାସଳଖ ବ୍ୟବହାର କରୁଛନ୍ତି । ସହରାଞ୍ଚଳ ତୁଳନାରେ ଗ୍ରାମୀଣ କ୍ଷେତ୍ରରେ ଭୂତଳ ଜଳର ସିଧା ବ୍ୟବହାର ହାର ସର୍ବାଧିକ ରହିଛି । ନଳକୂପ, କୂପ, ପୋଖରୀ, ଚୁଆ ଆଦି ଉତ୍ସରୁ ଗ୍ରାମବାସୀମାନେ ସିଧାସଳଖ ପାଣି ଆଣି ପିଇଥାନ୍ତି । ତେବେ ସଦ୍ୟ ଯାଞ୍ଚ୍ ରିପୋର୍ଟରୁ ଭୂତଳ ଜଳରେ ବିଷାକ୍ତ ଉପାଦାନ ମିଳିବା ସ୍ପଷ୍ଟ ହେବା ଅର୍ଥ ଭୂତଳ ଜଳ ଏବେ ବିଷାକ୍ତ ହେଉଥିବା ଏବଂ ଦେଶବାସୀ ଏହାକୁ ଦୀର୍ଘ ସମୟ ଧରି ପିଇଆସୁଥିବା ପ୍ରମାଣିତ ହେଉଛି ।
ରାଜ୍ୟସଭାରେ କେନ୍ଦ୍ର ଉପସ୍ଥାପିତ କରିଥିବା ସରକାରୀ ତଥ୍ୟ ଅନୁସାରେ ଦେଶର ୬୭୧ ଅଞ୍ଚଳରେ ଭୂତଳ ଜଳରେ ଫ୍ଲୋରାଇଡ୍, ୮୧୪ ଅଞ୍ଚଳରେ ଭୂତଳ ଜଳରୁ ଆର୍ସାନିକ୍, ୧୪,ଠ୭୯ ଅଞ୍ଚଳର ଭୂତଳ ଜଳରେ ଆଇରନ୍, ୯୯୩ଠ ଅଞ୍ଚଳର ଭୂତଳ ଜଳରେ ସଲିନିଟି, ୫୧୭ ଅଞ୍ଚଳର ଭୂତଳ ଜଳେରେ ନାଇଟ୍ରେଟ୍ ଏବଂ ୧୧୧ ଅଞ୍ଚଳର ଭୂତଳ ଜଳରେ ଅନ୍ୟ ଧାତବ ପଦାର୍ଥର କଣିକା ଠାବ କରାଯାଇଛି । ଦେଶର ପ୍ରାୟ ସବୁ ରାଜ୍ୟର ଅଧିକାଂଶ ଅଞ୍ଚଳର ଭୂତଳ ଜଳର ଏପ୍ରକାର ସ୍ଥିତି ରହିଥିବା ବେଳେ ଏହା ଅତ୍ୟନ୍ତ ଉଦ୍ବେଗଜନକ ବୋଲି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଦର୍ଶାଇଛନ୍ତି । ଏପହି ପରିପ୍ରେକ୍ଷୀରେ ସେ କେନ୍ଦ୍ର ସରକାର ତଥା ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଉଥିବା ବିହିତ ପଦକ୍ଷେପ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ ।
ସାଧାରଣତଃ ଜଣେ ବ୍ୟକ୍ତି ଦୈନିକ ୩ ଲିଟର କିମ୍ବା ଏହା ଠାରୁ ଅଧିକ ପାଣି ସ୍ୱାଭାବିକ୍ ଭାବେ ପିଇଥାନ୍ତି । ଯଦି ୧ଲିଟର ପିଛା ଠ.ଠଠଠ୧ ମିଲିଗ୍ରାମର ଧାତବ କଣିକା ମିଶିକରି ଆସୁଥାଏ ତେବେ ଏହାର ସିଧାସଳଖ ଅର୍ଥ ହେଉଛି ୩ ଲିଟର ପାଣି ସହ ଜଣେ ମଣିଷ ନିଜ ଅଜାଣତରେ ହିଁ ଠ.ଠଠଠ୩ ମିଲିଗ୍ରାମର ଧାତବ କଣିକା ନିଜ ଦେହ ମଧ୍ୟକୁ ନେଉଛନ୍ତି, ଯାହାକି ଶରୀର ପାଇଁ ବେଶ୍ ଘାତକ । ବିଜ୍ଞାନ ଅନୁସାରେ ଆର୍ସେନିକ୍ ତଥା ୟୁରୋନିୟମ୍ ଧାତବ କଣିକା ଶରୀରକୁ ଗଲେ ବ୍ୟକ୍ତି ଚର୍ମ ରୋଗ ଏପରିକି କ୍ୟାନସର ଭଳି ଦୂରାସାଧ୍ୟ ରୋଗରେ ପୀଡ଼ିତ ହୋଇପାରେ । ଆଇରନ୍ କଣିକା ଦ୍ୱାରା ଆଲଜାଇମର ଏବଂ ପାର୍କିଂସନ୍ ଭଳି ରୋଗ, ସୀସା କଣିକା ଦ୍ୱାରା ସ୍ନାୟୁଗତ ରୋଗ, କ୍ୟାଡମିୟମ୍ କଣିକା ଦ୍ୱାରା କିଡନୀ ରୋଗ, କ୍ରୋମିୟମ୍ କଣିକା ଦ୍ୱାରା ଟୁ୍ୟମର ଭଳି ରୋଗର ଶିକାର ହେବାର ଆଶଙ୍କା ସର୍ବାଧିକ ରହିଥାଏ । ୮ଠ% ଗ୍ରାମୀଣ ଭାରତ ଏପ୍ରକାର ଧାତବ କଣିକାଯୁକ୍ତ ପାଣି ଦୈନିକ ସେବନ କରିଆସୁଥିବା ବେଳେ ଏଠାରେ ଏସବୁ ରୋଗର ପ୍ରଭାବ ମଧ୍ୟ ଅଧିକ ରହିବା ସ୍ୱାଭାବିକ୍ । ଭୂତଳ ଜଳର ଗୁଣବତ୍ତା ଖରାପ ହେବା ପଛରେ ନଦୀ, ନାଳ, ପୋଖରୀରେ ମିଶୁଥିବା ଶିଳ୍ପଦ୍ୟୋଗର ବର୍ଜ୍ୟସାମଗ୍ରୀ ଏକ ପ୍ରମୁଖ କାରଣ ଭାବେ ପରିବେଶ୍ବିତ୍ କୁହନ୍ତି ।