ଲୋକଙ୍କ ସହିତ ସୌହାର୍ଦ୍ଦପୂର୍ଣ ସଂପର୍କ ରଖ

ସ୍ୱାଭିମାନ ଅଞ୍ଚଳରେ ବିଏସ୍ଏଫ୍ ଏଡିଜି
ମାଲକାନଗିରି(ଆପ୍ର): ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଏଡିଜି ଆଶୀଷ ଗୁପ୍ତା ତିନି ଦିନିଆ ମାଲକାନଗିରି ଓ କୋରାପୁଟ ଜିଲ୍ଲାର ମାଓ ଅଧ୍ୟୁଷିତ ଅଞ୍ଚଳ ଗସ୍ତ କରି ମାଓ ନିୟନ୍ତ୍ରଣ ଲାଗି ମୁତୟନ ଯବାନମାନଙ୍କ ମନୋବଳ ବୃଦ୍ଧି କରିବା ସହିତ ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଏଡିଜି ଶ୍ରୀ ଗୁପ୍ତା ଶନିବାର ବରିଷ୍ଠ ଅଧିକାରୀମାନଙ୍କ ସହିତ ଛତିଶଶଗଡ଼ ସୀମା ସଂଲଗ୍ନ କର୍ତନପଲ୍ଲୀ କମ୍ପାନି ବେସ୍ ଅଫିସ (ସିଓବି) ପରିଦର୍ଶନ କରି ଯବାନଙ୍କ ସଙ୍ଗେ ଭାବ ବିନିମୟ କରିଥିଲେ । ଏହି ଅବସରରେ ସ୍ଥାନୀୟ ଲୋକଙ୍କ ସହିତ ସୌହାର୍ଦ୍ଦପୂର୍ଣର୍ ସଂପର୍କ ରଖିବା ପାଇଁ ସେ ଯବାନମାନଙ୍କୁ ପରାମର୍ଶ ଦେଇଥିଲେ । ସେଠାରୁ ସ୍ୱାଭିମାନ ଅଞ୍ଚଳକୁ ଯାଇ ବନ୍ତଳଗୁଡ଼ା ସିଓବି ସେଠାରେ ସୈନିକଙ୍କ ସମ୍ମିଳନୀରେ ସାମିଲ ହୋଇଥିଲେ । ରବିବାର ବାଲିମେଳା ଜଳ ଭଣ୍ଡାରରେ ଡଙ୍ଗାରେ ପାଟ୍ରୋଲିଂରେ ସାମିଲ ହୋଇଥିଲେ ।
ଏଥିସହ ବେଜରାଙ୍ଗିୱାଡା ସଂରକ୍ଷିତ ଜଙ୍ଗଲର ସ୍ଥିତି ଆକାଶମାର୍ଗରୁ ନକ୍ସଲଙ୍କ ଗତିବିଧି ଅନୁଧ୍ୟାନ କରିଥିଲେ । ସୋମବାର କୋରାପୁଟ ଯାଇ ସେଠାରେ ଥିବା ବିଏସ୍ଏଫ୍ କ୍ୟାମ୍ପରେ ୩ ହଜାର ବୃକ୍ଷରୋପଣ କରିଛନ୍ତି । ଗସ୍ତ ସମୟରେ ଏଡିଜି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ସଙ୍ଗେ ସଙ୍ଗେ ମିଠା ବାଣ୍ଟିଥିଲେ । ଦିନେ ମାଓବାଦୀଙ୍କ ଗଡ ଥିବା ମାଲକାନଗିରି ଓ ସ୍ୱାଭିମାନ ଅଞ୍ଚଳ ଏବେ ବିକାଶ ଧାରାରେ ସାମିଲ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ । ଏଡିଜିଙ୍କ ସହିତ ବିଏସ୍ଏଫ୍ ଆଇଜି ସତୀଶ ବୁଦକୋଟି, ଡିଆଇଜି ବିବି ଗୋସାଇଁ ପ୍ରମୁଖ ସାମିଲ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *