ଜିଓ ହାତେଇଲା ସିଂହଭାଗ
୫-ଜି ସ୍ପେକ୍ଟ୍ରମ୍ ନିଲାମ ଶେଷ
ନୂଆଦିଲ୍ଲୀ, ୧ା୮: ଦେଶରେ ଜୁଲାଇ ୨୬ରେ ଆରମ୍ଭ ହୋଇଥିବା ପଞ୍ଚମ ପିଢ଼ି (୫-ଜି)ର ସ୍ପେକ୍ଟ୍ରମ୍ ନିଲାମ ସୋମବାର ଶେଷ ହୋଇଛି । ୭ ଦିନର ୪୦ ପର୍ଯ୍ୟାୟ ନିଲାମରେ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ ସବୁଠାରୁ ଅଧିକ ବୋଲି ଡାକି ୮୮ଠ୭୮ କୋଟି ଟଙ୍କାର ସ୍ପେକ୍ଟ୍ରମ୍ (ମୋଟ ସ୍ପେକ୍ଟ୍ରମ୍ର ଅଦେ୍ର୍ଧକ) କିଣିଛି । ଆଗାମୀ ୨ଠ ବର୍ଷ ପାଇଁ ରିଲାଏନ୍ସ ଜିଓ ମୋଟ ୨୪୭୪ଠ ମେଗାହର୍ଜର ସ୍ପେକ୍ଟ୍ରମ୍ କିଣିଥିବାସ୍ଥଳେ ଭାରତୀ ଏୟାରଟେଲ୍ ରହିଛି ଦ୍ୱିତୀୟ ସ୍ଥାନରେ । ସୁନୀଲ୍ ମିତ୍ତଲ୍ଙ୍କ ଭାରତୀ ଏୟାରଟେଲ୍ କମ୍ପାନୀ ମୋଟ ୧୯୮୬୭ ମେଗାହର୍ଜ ସ୍ପେକ୍ଟ୍ରମ୍ କିଣିଛି । ଭୋଡ଼ାଫୋନ୍-ଆଇଡିଆ କ୍ରୟ କରିଛି ୬୨୨୮ ମେଗାହର୍ଜ ସ୍ପେକ୍ଟ୍ରମ୍ । ଦୂରସଂଚାର କ୍ଷେତ୍ରରେ ପ୍ରଥମଥର ପାଇଁ ପାଦ ରଖୁଥିବା ଅଡାଣି ଡାଟା ନେଟୱାର୍କ୍ସ ନିଜ ପ୍ରାଇଭେଟ୍ ନେଟୱର୍କ ଗଠନ ଉଦେ୍ଦଶ୍ୟରେ ୨୬ ଜିଗାହର୍ଜ ଏୟାରୱେଭ୍ ସ୍ପେକ୍ଟ୍ରମ୍ ପାଇଁ ବୋଲି ଲଗାଇ ୪ଠଠ ମେଗାହର୍ଜ କିଣିଛି ।
ଭାରତ ସରକାରଙ୍କ ଟେଲିକମ୍ ବିଭାଗ ଆନୁକୂଲ୍ୟରେ ଆୟୋଜିତ ୫-ଜି ସ୍ପେକ୍ଟ୍ରମ୍ ନିଲାମ ପ୍ରକି୍ରୟା ଶେଷ ହେବା ପରେ ଦୂରସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶରେ ପ୍ରଥମଥର ପାଇଁ ୫-ଜି ସ୍ପେକ୍ଟ୍ରମ୍ ନିଲାମ ପ୍ରକି୍ରୟାରେ ୭୨ଠ୯୮ ମେଗାହର୍ଜ ମଧ୍ୟରୁ ୫୧୨୩୬ ମେଗାହର୍ଜ ସ୍ପେକ୍ଟ୍ରମ୍ (୭୧%) ବିକି୍ର ହୋଇଛି । ବିଭିନ୍ନ କମ୍ପାନୀ ମୋଟ ୧୫ଠ୧୭୩ କୋଟି ଟଙ୍କାର ସ୍ପେକ୍ଟ୍ରମ୍ ପାଇଁ ବୋଲି ଲଗାଇଥିଲେ ।
ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ନିଲାମ ପ୍ରକି୍ରୟା ଶେଷ ହୋଇଥିବାରୁ ଚଳିତ ମାସ ୧୨ ତାରିଖ ସୁଦ୍ଧା ସ୍ପେକ୍ଟ୍ରମ୍ ଅନୁମୋଦନ, ଆବଣ୍ଟନ ଇତ୍ୟାଦି କାର୍ଯ୍ୟର ଔପଚାରିକତା ପୂର୍ଣ୍ଣାଙ୍ଗ ହେବ । ଅକ୍ଟୋବରରେ ଦେଶରେ ୫-ଜି ସେବା ଆରମ୍ଭ ହେବା ଆଶା କରାଯାଉଛି ।
ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିଃର ଅଧ୍ୟକ୍ଷ ତଥା ମୁକେଶ ଅମ୍ବାନିଙ୍କ ଜ୍ୟେଷ୍ଠ ପୁତ୍ର ଆକାଶ ଅମ୍ବାନି କହିଛନ୍ତି, ଦୃଢ଼ ସଂକଳ୍ପର ସହ ଆଡ୍-ଜିଓ ୫-ଜି ଯୁଗରେ ଭାରତର ନେତୃତ୍ୱ ନେବାଲାଗି ପ୍ରସ୍ତୁତ । ଆମେ ଦେଶର କୋଣେ ଅନୁକୋଣେ ଶସ୍ତାରେ ୫-ଜି ରୋଲ୍ଆଉଟ୍ ସହିତ ‘ଆଜାଦୀ କା ଅମୃତ ମହୋତ୍ସବ’ ମନାଇବୁ ।