ନିଜ କ୍ୟାବିନେଟ୍ ସଜାଡ଼ିବେ ମମତା

ସାମିଲ ହେବେ ୫ ନୂଆ ମନ୍ତ୍ରୀ, ଗଠନ ହେବ ଆଉ ୭ ଜିଲ୍ଲା
କୋଲକାତା (ଏଜେନ୍ସି): ବେଆଇନ୍ ଅର୍ଥ ଠୁଳ ମାମଲାରେ ଛନ୍ଦି ହୋଇପଡି ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ଜାଲରେ ପଡ଼ିଥିବା ପାର୍ଥ ଚାଟାର୍ଜୀଙ୍କୁ ନିଲମ୍ବନ କରିବା ପରେ ଶାସକ ଦଳ ମୁଖିଆ ଏବେ ନିଜ କ୍ୟାବିନେଟ୍କୁ ସଜାଡିବାକୁ ଚିନ୍ତା କରୁଛନ୍ତି । କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମ୍ସି) ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ କ୍ୟାବିନେଟ୍ରେ ବ୍ୟାପକ ପରିବର୍ତ୍ତନ କରିବା ସହ ଏଥିରେ ନୂଆ ୫ ମନ୍ତ୍ରୀଙ୍କୁ ସାମିଲ କରିବାକୁ ଯୋଜନା କରୁଛନ୍ତି । ଏସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଜେ ମମତା ସୂଚନା ଦେଇଛନ୍ତି । ପାର୍ଥ ଚାଟାର୍ଜୀଙ୍କ ଗିରଫଦାରୀକୁ ନେଇ ସମାଲୋଚନାର ଶିକାର ହୋଇଥିବା ଟିଏମ୍ସି ସରକାର ଏବେ ନିଜ ଭାବମୂର୍ତ୍ତି ସଜାଡିବା ପାଇଁ ନିଜ କ୍ୟାବିନେଟ୍କୁ ନୂଆ ରୂପ ଦେବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି ।
ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ମମତା କହିଛନ୍ତି, ଆମେ ଆମ ମନ୍ତ୍ରଣାଳୟକୁ ପୁନର୍ବିନ୍ୟାସ କରିବାକୁ ନିଷ୍ପତ୍ତି ନେଇଛୁ । ପାର୍ଥ ଚାଟାର୍ଜୀ ଗିରଫ ହେବା, ସୁବ୍ରତ ମୁଖାର୍ଜୀ ଓ ସାଧନ ପାଣ୍ଡେଙ୍କର ଗତବର୍ଷ ଦେହାନ୍ତ ହେବା କାରଣରୁ ଖାଲିପଡ଼ିଥିବା ପଦ ପୂରଣ କରିବା ଉଦେ୍ଦଶ୍ୟରେ କ୍ୟାବିନେଟ୍କୁ ପୁନଃ ସଂଗଠିତ କରିବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ମମତା କହିଛନ୍ତି, ନୂଆ କ୍ୟାବିନେଟ୍ରେ ଏଥର ୫ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ । ସେହିପରି କିଛି ପୁରୁଣା ମନ୍ତ୍ରୀଙ୍କ ବିଭାଗ ମଧ୍ୟ ଅଦଳବଦଳ ହେବ । ମମତା କହିଛନ୍ତି, ଗଣମାଧ୍ୟମରେ ଟିଏମ୍ସି ନିଜ କ୍ୟାବିନେଟ୍ରେ ସଂପୂର୍ଣ୍ଣ ଅଦଳବଦଳ ହେବ ବୋଲି ରିପୋର୍ଟ ପ୍ରକାଶ ପାଉଥିବାର ତାଙ୍କ ନଜରକୁ ଆସିଛି । ଏହା ସତ୍ୟ ନୁହେଁ । ମନ୍ତ୍ରିମଣ୍ଡଳକୁ ସଂପୂର୍ଣ୍ଣ ଭାବେ ଅଦଳବଦଳ କରାଯିବ ନାହିଁ ବୋଲି ମମତା ସ୍ପଷ୍ଟ କରିଛନ୍ତି । ତେବେ ଏସମ୍ପର୍କରେ ଆସନ୍ତା ବୁଧବାର ଦଳ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯିବା ନେଇ ସେ ଇଙ୍ଗିତ କରିଛନ୍ତି ।
ଅନ୍ୟପକ୍ଷେ ମମତାଙ୍କ ଏପ୍ରକାର ଘୋଷଣା ପରେ ପରେ ସମ୍ପ୍ରତି କ୍ୟାବିନେଟ୍ରେ ସାମିଲ ଥିବା କେତେକ ମନ୍ତ୍ରୀ ବାଦ୍ ପଡ଼ିପାରନ୍ତି ବୋଲି ଆଶଙ୍କା କରୁଛନ୍ତି । ଏସବୁ ସହ ମମତା ଏହି ପରିପ୍ରେକ୍ଷୀରେ ଆଉ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି । ମମତା କହିଛନ୍ତି, ପଶ୍ଚିମବଙ୍ଗରେ ଆଉ ୭ଟି ନୂତନ ଜିଲ୍ଲା ଗଠନ କରାଯାଇଛି । ୭ଟି ଜିଲ୍ଲାରୁ ୬ଟି ହେଉଛି ସୁନ୍ଦରବନ, ଇଚ୍ଛାମତୀ, ରଣଘାଟ, ବିଷ୍ଣୁପୁର, ଜାଙ୍ଗିପୁର ଏବଂ ବହ୍ମମ୍ପୁର । ବସିରହାଟ ଅଞ୍ଚଳରେ ଆଉ ଏକ ଜିଲ୍ଲାର ମଧ୍ୟ ନାମକରଣ କରାଯିବ । ପୂର୍ବରୁ ପଶ୍ଚିମବଙ୍ଗର ୨୩ ଜିଲ୍ଲା ରହିଥିବା ବେଳେ ଏବେ ଏହା ୩ଠରେ ପହଞ୍ଚôବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *