ଓଡ଼ିଶା ଜଗରନଟ୍ସର ଜର୍ସି ଅନାବରଣ କଲେ ମୁଖ୍ୟମନ୍ତ୍ରୀ

ଅଲ୍ଟିମେଟ୍ ଖୋ ଖୋ ଲିଗ୍
ଭୁବନେଶ୍ୱର, ୧ା୮ (ବୁ୍ୟରୋ): ଅଲ୍ଟିମେଟ୍ ଖୋ ଖୋ ଲିଗ୍ର ପ୍ରଥମ ସଂସ୍କରଣ ଲାଗି ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଫ୍ରାଞ୍ଚାଇଜୀ ‘ଓଡ଼ିଶା ଜଗରନଟ୍ସ’ର ଜର୍ସିକୁ ଅନାବରଣ କରିଛନ୍ତି । ଏହି ଅବସରରେ ୫ଟି ସଚିବ ଭି.କେ. ପାଣ୍ଡିଆନ୍, କ୍ରୀଡ଼ା ସଚିବ ଆର୍. ଭିନୀଲ୍ କ୍ରିଷ୍ଣା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀ ଟିମ୍ର କୋଚ୍ ଓ ଖେଳାଳିମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ ଏବଂ ଲିଗ୍ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଓଡ଼ିଶା ଜଗରନଟ୍ସ ଅଗଷ୍ଟ ୧୫ରେ ମହାରାଷ୍ଟ୍ରର ପୁନେ ଠାରେ ପ୍ରଥମ ମ୍ୟାଚ୍ ଖେଳିବ । ଏହି ଲିଗ୍ ଅଗଷ୍ଟ ୧୪ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୪ ଯାଏଁ ଚାଲିବ । ଓଡ଼ିଶା ସ୍ପୋର୍ଟ୍ସ ଡେଭଲପ୍ମେଣ୍ଟ ଆଣ୍ଡ୍ ପ୍ରମୋସନ୍ କମ୍ପାନୀର ମାଲିକାନାରେ ଥିବା ଓଡ଼ିଶା ଜଗରନଟ୍ସ ଲିଗ୍ର ପଞ୍ଚମ ଫ୍ରାଞ୍ଚାଇଜ୍ । ଅଶ୍ୱିନୀ କୁମାର ଶର୍ମା ଟିମ୍ର ମୁଖ୍ୟ କୋଚ୍ ଅଛନ୍ତି । ଟିମ୍ରେ ମୋଟ୍ ୨୫ ଜଣ ଖେଳାଳି ଅଛନ୍ତି । ସେଥି ମଧ୍ୟରେ ରାଜ୍ୟର ଛଅ ଜଣ ଖେଳାଳି ଅଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *