ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଲା ନଦୀ ସୁରକ୍ଷା ସମିତି
ଭୁବନେଶ୍ୱର (ବୁ୍ୟରୋ): ନଦୀକୁ ସୁରକ୍ଷା ଦେବା ଲାଗି ଭାରତୀୟ ଜନତା ପାର୍ଟିର ନଦୀ ସୁରକ୍ଷା ସମିତିର ରାଜ୍ୟ ସଂଯୋଜକ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ରାଜ୍ୟପାଳ ଗଣେଶୀ ଲାଲ୍ଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି । କେନ୍ଦୁଝର ଜିଲ୍ଲାର ଏସାର(ମିତଲ) କାରଖାନା ବୈତରଣୀ ଓ କାରୋ ନଦୀରୁ ଜଳ ଶୋଷଣ କରୁଛନ୍ତି । ଟାଟା କମ୍ପାନୀ ମୁର୍ଗା ଓ ସୋନନଦୀ ଜିନ୍ଦଲ ବୈତରଣୀ ନଦୀ ଜଗନ୍ନାଥ ଷ୍ଟିଲ, ପଂଚବଟୀ ଷ୍ଟିଲ, ଆରିଆଷ୍ଟିଲ, ରୁଙ୍ଗଟା ଷ୍ଟିଲ କାରୋନଦୀ, ଏମ୍ଏସପି, ବ୍ରାଣ୍ଡ ଓଏସଆଇଏଲ ବ୍ରାଣ୍ଡ ଅରଡେଇ ନଦୀରୁ ଜଳ ନେଇ କାରଖାନାରେ ବ୍ୟବହାର କରୁଛ”ି । ସେହିପରି ରାୟଗଡା ଜିଲ୍ଲାରେ ଜେକେ ପେପରମିଲ ନାଗାବଳୀ ନଦୀରୁ ଜଳ ନେଉଛି । ସୁନ୍ଦରଗଡ଼ ଜିଲ୍ଲା କୋଇଡାଠାରେ ରୁଙ୍ଗଟା କମ୍ପାନୀ ଦ୍ୱାରା ପ୍ରତିଷ୍ଠିତ ଲୁହା କାରଖାନା କାରୋ ନଦୀରୁ ମଧ୍ୟ ପାଣି ନେଉଛି । ଶିଳ୍ପ କାରଖାନା ଜଳ ବ୍ୟବହାର ପରେ ୱାଟର ଟ୍ରିଟମେଂଟ ପ୍ଲାଂଟ ଯୋଗେ ପରିଷ୍କାର କରି ପୁର୍ନବାର ବ୍ୟବହାର କରିବା କଥା ମାତ୍ର କମ୍ପାନୀମାନେ ମଇଳା ଜଳକୁ ସଫା ନକରି ସିଧାସଳଖ ନଦୀକୁ ଛାଡୁଛନ୍ତିି ଫଳରେ ନଦୀଜଳ ପ୍ରଦୂଷିତ ହେଉଛି । ଓଡ଼ିଶାର ପ୍ରଦୂଷିତ ଜଳ ପିଇବା ଓ ସ୍ନାନକରିବା ପାଇଁ ଅସ୍ୱାସ୍ଥଅକର ବୋଲି ଶ୍ରୀ ସାହୁ କହିଛନ୍ତି । କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା, ଭଦ୍ରକ, ମୟୂରଭଞ୍ଜ, ଢ଼େଙ୍କାନାଳ, ସମ୍ବଲପୁର, ଗଞ୍ଜାମ ଓ ବୌଦ୍ଧ ଜିଲ୍ଲାମାନଙ୍କରେ ଗ୍ରୀନ୍ ଟୁ୍ୟବୁନାଲର ନିୟମକୁ ଉଲଘଂନ କରି ଦିବାଲୋକରେ ବାଲି ଚୋରାଚାଲାଣ କରାଯାଉଛି । ରାଜ୍ୟର ସମ୍ବିଧାନିକ ମୁଖ୍ୟ ଉପରୋକ୍ତ ସମସ୍ୟାର ତୁରନ୍ତ ସମାଧାନ ଲାଗି ପଦକ୍ଷେପ ନେବାକୁ ଶ୍ରୀ ସାହୁ ସ୍ମାରକପତ୍ର ଦେଇଛନ୍ତି ।