ଜଳିଗଲା ହସ୍ପିଟାଲ୍, ୧ଠ ମୃତ

ଜବଲପୁର, ୧ା୮: ମଧ୍ୟପ୍ରଦେଶ ଜବଲପୁରର ଚଣ୍ଡାଲ ଭାଟା ଇଲାକାସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଅଗ୍ନିକାଣ୍ଡ ଘଟି ୪ କର୍ମଚାରୀଙ୍କ ସମେତ ୧ଠଜଣଙ୍କ ମୃତୁ୍ୟ ହୋଇଛି । ଏମାନଙ୍କ ମଧ୍ୟରୁ ୯ ଜଣ ଜୀଅନ୍ତା ଜଳି ଯାଇଛନ୍ତି । ଆଉ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୁମୂର୍ଷୁ ଅବସ୍ଥାରେ ସେମାନଙ୍କୁ ବିଭିନ୍ନ ହସ୍ପିଟାଲ୍ର ଆଇସିୟୁରେ ରଖାଯାଇଛି ।
ସୋମବାର ଅପରାହ୍ନ ୨ଟା ୪୫ରେ ନୁ୍ୟ ଲାଇଫ୍ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ୍ର ପ୍ରବେଶ ପଥରେ ସଟ୍ ସର୍କିଟ୍ ଘଟି ଖୁବ୍ କମ୍ ସମୟ ଭିତରେ ତାହା ବିକରାଳ ରୂପ ନେଇଥିଲା । ତିନି ମହଲା କୋଠାରେ ଚାଲିଥିବା ୩ଠ ଶଯ୍ୟାବିଶିଷ୍ଟ ହସ୍ପିଟାଲ୍ ସମ୍ପୂର୍ଣ୍ଣ ଜଳିଯାଇଛି । ଅଗ୍ନିକାଣ୍ଡ ଘଟିବାବେଳେ ହସ୍ପିଟାଲ୍ ଭିତରେ ସମୁଦାୟ ୩୫ ଜଣ ଥିଲେ । କୋଠାର ଦ୍ୱିତୀୟ ମହଲାରେ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ନିଆଁ ଲାଗିବା ପରେ ରୋଗୀମାନଙ୍କୁ ବଞ୍ଚାଇବା ପାଇଁ କିଛି ଲୋକ ଭିତରକୁ ଯାଇଥିଲେ । ସେମାନେ ଆଉ ବାହାରି ପାରିଲେ ନାହିଁ । କିଛି ଲୋକଙ୍କୁ କବାଟ, ଝରକା ଭାଙ୍ଗି ବାହାରକୁ ଅଣା ଯାଇଥିଲା ।
ଅଗ୍ନିକାଣ୍ଡ ସମ୍ପର୍କରେ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ବିବୃତ୍ତି ମିଳିନାହିଁ । ସ୍ଥାନୀୟ ଏସ୍ପି ସିଦ୍ଧାର୍ଥ ବହୁଗୁଣା କହିଛନ୍ତି, ଦ୍ୱିପ୍ରହର ବେଳେ କରେଣ୍ଟ ଚାଲିଯିବାରୁ ଜେନେରେଟର୍ ଚାଲୁ କରାଯାଇଥିଲା । ଜେନେରେଟର୍ ଚାଲୁ ହେବା ମାତ୍ରେ ପ୍ରଚଣ୍ଡ ବିସ୍ଫୋରଣ ଘଟି ଚାରିଆଡ଼କୁ ନିଆଁ ବ୍ୟାପି ଯାଇଥିଲା । ହସ୍ପିଟାଲ୍ରୁ ବାହାରିବାର ପ୍ରବେଶପଥ ହିଁ ଥିଲା ଏକମାତ୍ର ବାଟ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *