ଆଇଏମ୍ଏଫ୍ ପାଖରେ ହାତ ପତାଉନୁ

ମହଙ୍ଗା ହାର ଉପରେ ସଂସଦରେ ଅର୍ଥମନ୍ତ୍ରୀଙ୍କ ସ୍ପଷ୍ଟୀକରଣ, କକ୍ଷତ୍ୟାଗ କଲା କଂଗ୍ରେସ
ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ ମହଙ୍ଗା ଦର ବୃଦ୍ଧିକୁ ନେଇ ସମାଲୋଚନାର ଶିକାର ହେଉଥିବା କେନ୍ଦ୍ର ସରକାର ଏବେ ଏସମ୍ପର୍କରେ ମୁହଁ ଖୋଲିବାକୁ ବାଧ୍ୟ ହୋଇଛି । ସୋମବାର ସନ୍ଧ୍ୟା ୭ଟା ସମୟରେ ଲୋକସଭାରେ ଏନେଇ ଏକ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଥିଲା । ଏଥିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହଙ୍ଗା ହାର ଉପରେ ସରକାରଙ୍କ ପକ୍ଷ ରଖିଛନ୍ତି । ସୀତାରମଣ ନିଜ ସମ୍ଭାଷଣରେ କହିଛନ୍ତି ଯେ, ଦେଶରେ ମହଙ୍ଗା ହାର ବୃଦ୍ଧି ପାଇବା କ୍ଷେତ୍ରରେ ତାଙ୍କର ଅର୍ଥାତ୍ ବିଜେପି ସରକାରଙ୍କ କୌଣସି ଭୁଲ୍ ନାହିଁ । ପୂର୍ବର ୟୁପିଏ ସରକାର ସମୟରେ ସମୟୋପଯୋଗୀ ସଠିକ୍ ନିଷ୍ପତ୍ତି ନିଆନଯିବା କାରଣରୁ ଦେଶରେ ଏପ୍ରକାର ସ୍ଥିତି ଉତ୍ପନ୍ନ ହୋଇଛି । ଏସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ଯାଇ ସେ କହିଛନ୍ତି ଯେ, ୟୁପିଏ ସରକାର ସମୟରେ ବିଶେଷକରି ୨୨ ମାସ ଧରି କ୍ରମାଗତ ୯ଥର ଦେଶର ମହଙ୍ଗା ହାର ୯%ରୁ ଊଦ୍ଧ୍ୱର୍ ବା ଦୁଇ ଅଙ୍କ ବିଶିଷ୍ଟ ରହିଥିଲା । ତେବେ ଏବେର ବିଜେପି ସିରକାର ଦେଶର ମହଙ୍ଗା ହାରକୁ ୭%ରୁ ମଧ୍ୟ କମ୍ରେ ସୀମିତ ରଖିବାକୁ ନିରନ୍ତର ପ୍ରୟାସ କରୁଛନ୍ତି । ସବୁଠୁ ବଡ଼ କଥା ହେଉଛି, ଆମେ (ଭାରତ), ଆଇଏମ୍ଏଫ୍, ବିଶ୍ୱ ବ୍ୟାଙ୍କ୍ ଭଳି ଅନ୍ତର୍ଜାତୀୟ ଆର୍ଥିକ ସଂଗଠନ ପାଖରେ ଅର୍ଥ ପାଇଁ ହାତ ପତାଉନୁ । ବାଂଲାଦେଶ, ଶ୍ରୀଲଙ୍କା, ପାକିସ୍ତାନ ଭଳି ଦେଶ ସହ ଆମକୁ ତୁଳନା କରୁଥିବା ବ୍ୟକ୍ତିଙ୍କୁ ଲାଜ ଲାଗିବା ଉଚିତ୍ ବୋଲି ସୀତାରମଣ କହିଛନ୍ତି ।
ସୀତାରମଣଙ୍କ କହିବାନୁସାରେ ଜିଏସ୍ଟିରୁ ସଂଗ୍ରହ ପରିମାଣ ଗତ ୫ ମାସ ମଧ୍ୟରେ କ୍ରମାଗତ ୧.୪ ଲକ୍ଷ କୋଟିରୁ ଊଦ୍ଧ୍ୱର୍ ରହିବା ଦେଖିବାକୁ ମିଳିଛି । ୮ ଇନ୍ଫ୍ରାଷ୍ଟ୍ରକ୍ଚର ସେକ୍ଟରରେ କେବଳ ଜୁନ୍ ମାସରେ ଦୁଇ ଅଙ୍କ ସଂଖ୍ୟା ହାରରେ ବୃଦ୍ଧି ହୋଇଛି । ସେହିପରି ଜୁନ୍ରେ କୋର୍ ସେକ୍ଟରରେ ବାର୍ଷିକ ଦର ୧୨.୭% ହାରରେ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି । ସମ୍ପ୍ରତି ଦେଶର ଅର୍ଥବ୍ୟବସ୍ଥା ବହୁତ ସକାରାତ୍ମକ ସଂକେତ ଆଡକୁ ସୂଚୀତ କରୁଛି । ଏହି ପରିପ୍ରେକ୍ଷୀରେ ସୀତାରମଣ କହିଥିଲେ, ଆମେରିକାର ଜିଡିପିରେ ଦ୍ୱିତୀୟ ତ୍ରୈମାସରେ ଠ.୯% ହ୍ରାସ ପାଇଛି । ପ୍ରଥମ ତ୍ରୈମାସରେ ଏହା ୧.୬% ପର୍ଯ୍ୟନ୍ତ ହ୍ରାସ ପାଇଥିଲା । ଏହାକୁ ଆମେରିକା ସରକାର ଆର୍ଥôକ ମାନ୍ଦାବସ୍ଥା ଭାବେ ଆଖ୍ୟାୟିତ କରିଥିଲେ । ତେବେ ଭାରତରେ ମୁଦ୍ରାସ୍ଫୀତିଜନିତ ମାନ୍ଦାବସ୍ଥାର କୌଣସି ଆଶଙ୍କା ନାହିଁ । ବ୍ଲୁମ୍ବର୍ଗ ସର୍ଭେ ରିପୋର୍ଟରେ ମଧ୍ୟ ଭାରତୀୟ ଅର୍ଥବ୍ୟବସ୍ଥାରେ ମାନ୍ଦାବସ୍ଥାଜନିତ ଆଶଙ୍କା ହାର ଠ% ରହିଥିବା ଦର୍ଶାଯାଇଛି । ତେଣୁ ଦେଶବାସୀ ତଥା ବିରୋଧୀ ଦଳର ସମସ୍ତ ସଦସ୍ୟ ମାନ୍ଦାବସ୍ଥାକୁ ନେଇ ଆଶ୍ୱସ୍ତ ରୁହନ୍ତୁ ଯେ, ମାନ୍ଦାବସ୍ଥାଜନିତ ପ୍ରତିକୂଳ ପରିସ୍ଥିତି ଦେଶରେ ଆଦୌ ସୃଷ୍ଟି ହେବନାହିଁ । ଏହି ପରିପ୍ରେକ୍ଷୀରେ ନିଜ ସରକାରଙ୍କ କେତେକ ନିଷ୍ପତ୍ତି ସମ୍ପର୍କରେ ମଧ୍ୟ ସୀତାରମଣ କହିବା ଦେଖିବାକୁ ମିଳିଛି । ସୀତାରମଣଙ୍କ କହିବାନୁସାରେ ବିଜେପି ସରକାରଙ୍କ ନୀତିଗତ ନିଷ୍ପତ୍ତି କାରଣରୁ ଦେଶରେ ଖାଇବା ତେଲ ମୂଲ୍ୟ ଅନେକାଂଶରେ ହ୍ରାସ ପାଇଛି । ମହାମାରୀ କରୋନା, ରୁଷ୍-ୟୁକ୍ରେନ୍ ଯୁଦ୍ଧଜନିତ ପରିସ୍ଥିତି ସତ୍ତ୍ୱେ ଦେଶର ମୁଦ୍ରାସ୍ଫୀତିକୁ ୭% ତଥା ଏହା ଠାରୁ କମ୍ ସ୍ତରରେ ରଖିବାରେ ସଫଳ ହୋଇଛୁ ।
ଅନ୍ୟପକ୍ଷେ ଦେଶର ମହଙ୍ଗା ହାର ବୃଦ୍ଧି ସମ୍ପର୍କରେ ସୀତାରମଣଙ୍କ ଏପ୍ରକାର ସ୍ପଷ୍ଟୀକରଣକୁ ବିରୋଧ କରି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର ସାଂସଦମାନେ ଗୃହ ତ୍ୟାଗ କରିଥିଲେ । କଂଗ୍ରେସ ନେତା ମନୀଷ ତିୱାରୀ କହିଛନ୍ତି, ଦେଶରେ ଗତ ୧୪ ମାସ ଧରି ମହଙ୍ଗା ହାର ଦୁଇ ଅଙ୍କ ଊଦ୍ଧ୍ୱର୍ରେ ରହିଆସୁଛି, ଯାହାକି ଗତ ୩ଠ ବର୍ଷ ମଧ୍ୟରେ ସର୍ବାଧିକ । କଞ୍ଜୁମର୍ ଫୁଡ୍ ପ୍ରାଇସ୍ ଇଣ୍ଡେକ୍ସ ଆକାଶଛୁଆଁ ହୋଇଛି । ଦେଶରେ ଚାଉଳ, ଦହି, ପନିର ଏବଂ ପେନ୍ସିଲ ଏବଂ ଶାର୍ପନର ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଜିଏସ୍ଟି ଲାଗୁ କରିଦିଆଯାଇଛି । ଏପରିକି ବିଜେପି ସରକାର ଦେଶର ସ୍କୁଲ ପଢ଼ା ଛୋଟ ଛୁଆଙ୍କୁ ମଧ୍ୟ ଛାଡୁନି । ପ୍ରକାଶ, ସରକାରୀ ତଥ୍ୟ ଅନୁସାରେ ଜୁନ୍ରେ ଭାରତର ଖୁଚୁରା ମହଙ୍ଗା ହାର ୭.ଠ୧%ରେ ଏବଂ ଖାଦ୍ୟ ମହଙ୍ଗା ହାର ୭.୭୫%ରେ ରହିଥିଲା । ଗତ ୧ବର୍ଷ ତଳେ ଏହି ସମୟ ସୁଦ୍ଧା ଏହି ହାର ୬.୨୬%ରେ ସୀମିତ ଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *