ପ୍ରକଳ୍ପ କାର୍ଯ୍ୟକ୍ଷମ ପୂର୍ବରୁ ମରାମତି

ବସୁଧା ଯୋଜନା ଦିଗହରା
ମାହାଙ୍ଗା (ଆପ୍ର): ମାହାଙ୍ଗା ବ୍ଲକ୍ରେ ବସୁଧା ଯୋଯନା ଦିଗହରା ହୋଇପଡ଼ିଛି । ଏହି ଯୋଜନାରେ ନିର୍ମାଣ ହୋଇଥିବା ୨୫ ରୁ ଉଦ୍ଧ୍ୱର୍ ପାନୀୟ ଜଳ ପ୍ରକଳ୍ପ ଏବେ ଲୋକଙ୍କ କାମରେ ଲାଗିପାରୁନି । ଏଭଳି ଦେଖିବାକୁ ମିଳିଛି ମାହାଙ୍ଗା ବ୍ଲକର ନାହାଙ୍ଗ ପଞ୍ଚାୟତରେ ।
ପଞ୍ଚାୟତର ଡିହିଗୋପ ବରୁଣେଇ ଠାକୁରାଣି ପଛପଟେ ଥିବା ଏକ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟାରମ୍ଭ ୨୦୧୯-୨୦ରେ ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି । ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ହୋଇପାରି ନାହିଁ । ଏହି ପ୍ରକଳ୍ପର ବାଉଣ୍ଡରି ଭାଙ୍ଗି ପଡ଼ିଥିବା ବେଳେ ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରକାଶ ପାଇଥିଲା । ଦୁଇ ମାସ ପରେ ବିଭାଗ ତରଫରୁ ଏହି ବାଉଣ୍ଡରିର ମରାମତିର କାର୍ଯ୍ୟ ଚାଲିଛି । ଆର୍ଡବ୍ଲ୍ୟୁଏସ୍ଏସ୍ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଭୂତଳ ପାଇପ ବିଛାଯାଇଛି । ହେଲେ ଦୀର୍ଘ ୨ ବର୍ଷ ବିତିଗଲାଣି ସିନା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ପ୍ରତିବର୍ଷ ଉକ୍ତ ପ୍ରକଳ୍ପର ଘରଗୁଡିକରେ ରଙ୍ଗ ବୋଳା କାର୍ଯ୍ୟ ଚାଲିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏଣୁ ବିଭାଗୀୟ ମନ୍ତ୍ରୀ ତୁରନ୍ତ ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବାକୁ ଦୃଢ଼ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *