ଗୋପ ହେବ ଭାରତର ଅର୍ଥନୈତିକ ହବ୍

ଗୋପ (ଆପ୍ର): ଗୋପରେ ମିଳିଲା ତୈଳ ଓ ଗ୍ୟାସ୍ର ସନ୍ଧାନ । ଖୁବ୍ଶୀଘ୍ର ଚାଲିବ ଖନନ କାର୍ଯ୍ୟ । ଗୋପ ଏବେ ଜାତୀୟ ଏବଂ ଅନ୍ତର୍ଜାତୀୟ ଅର୍ଥନୀତିରେ ଏକ ପ୍ରମୁଖ ଭୂମିକା ନେବ ଏହାର ସନେ୍ଦହ ନାହିଁ ବୋଲି କହିଛନ୍ତି ଅଏଲ୍ ଇଣ୍ଡିଆ ଲିମିଟେଡ୍ର ଚିଫ୍ ମ୍ୟାନେଜର୍ ଡ. ବି ଏନ୍ ସାହୁ । କମ୍ପାନୀ ମୁଖ୍ୟଙ୍କ ଏଭଳି ପ୍ରତିକ୍ରିୟା ପରେ ଆଜି ଉପସ୍ଥିତ ଥିବା ନିମାପଡ଼ା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାଶ ଓ କାକଟପୁର ବିଧାୟକ ତଥା କ୍ରୀଡ଼ା ଓ ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା ଖୁସି ପ୍ରକଟ କରିଛନ୍ତି । ଗୋପ ବ୍ଲକ୍ ଗୋପ ପଞ୍ଚାୟତର କୁଶୁପୁରୁ ଓ ମହଲପଡ଼ା ପଞ୍ଚାୟତର ଚିତ୍ରା ମୌଜାରେ ଥିବା ସାଟେଲାଇଟ୍ ମାଧ୍ୟମରେ ୮ ଏକର ଲେଖାଏଁ ଜମି ଚିହ୍ନଟ କରାଯାଇ ସେଠାରେ ଏବେ ଖନନ କାର୍ଯ୍ୟ ଆରମ୍ଭ ହେବ । ଦୁଇଟି ସ୍ଥାନର ସମୁଦାୟ ୩୭ ଜଣ ଜମି ମାଲିକଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଏଗ୍ରୀମେଣ୍ଟ କରାଯାଇ ଗୁଣ୍ଠ (୪ ଡିସିମିଲି) ପିଛା ୧୭ ହଜାର ଟଙ୍କା ହିସାବରେ ୫୧ ହଜାର ଟଙ୍କା ବଜାର ଦର ଅନୁଯାୟୀ ଦିଆଯିବା ସହିତ ସମୁଦାୟ ୧୦ କୋଟି ଟଙ୍କାର ଚେକ୍ ଆଜି ଗୋପ ପଞ୍ଚାୟତ କାର୍ଯ୍ୟାଳୟରେ ବଣ୍ଟନ କରାଯାଇଥିଲା ।
ସୂଚନାଯୋଗ୍ୟ ଭାରତ ସରକାରଙ୍କ ତୈଳ କମ୍ପାନୀ ଅଏଲ୍ ଇଣ୍ଡିଆ ଲିମିଟେଡ୍ ତରଫରୁ ଗତ ୨୦୨୦ ନଭେମ୍ବର ୨୦ରେ ତୈଳ ଓ ଗ୍ୟାସ୍ ସନ୍ଧାନ ନିମନ୍ତେ ସେସମିକ ସର୍ବେକ୍ଷଣ କରାଯାଇଥିଲା । ଓଡ଼ିଶାର ୮ଟି ଜିଲ୍ଲା  ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ସେସମିକ ସର୍ଭେରେ ୨୨୦କୋଟି ଟଙ୍କା ଖର୍ଚ୍ଚ କରାଯାଇ ସମୁଦାୟ ୧୨୪୮  କୋଟି ଟଙ୍କାର ନିବେଶରେ ବ୍ୟାପକ ଅନ୍ୱେଷଣ ସମେତ ଡ୍ରିଲିଂ କରାଯାଇ ସର୍ଭେ କରାଯାଇଥିଲା । ରାଜ୍ୟର ୫ଟି ବ୍ଲକ୍ରେ ତୈଳ ଓ ଗ୍ୟାସ୍୍ ମିଳିବାର ସମ୍ଭାବନା ମିଳିଥିବା ବେଳେ ଅର୍ଥନେତିକ ଭାବେ ଗୋପ ବ୍ଲକ୍ର ଦୁଇଟି ସ୍ଥାନରେ ହିଁ ଖନନ କରାଗଲେ କମ୍ପାନୀ ଲାଭବାନ ହୋଇପାରିବ ବୋଲି ସନ୍ଧାନ ସମୟରେ ଜଣାପଡ଼ିଥିଲା । ତୈଳ ଖନନ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଥିବାବେଳେ ଗୋପ ଅଞ୍ଚଳରେ ଏବେଠାରୁ ଜମି ଦର ରେ ଆକାଶ ଛୁଇଁଲାଣି । ଗୋପ, କୁଶୁପୁରୁ, ଗଣେଶ୍ୱରପୁର, ବାୟାକୁଦା, ବେଗୁନିଆ ଭଳି ପାଶ୍ୱର୍ସ୍ଥ ଅଞ୍ଚଳ ଏବେ ଜମି ଦରରେ ୧୦ ଗୁଣ ଅଭିବୃଦ୍ଧି ଦେଖିବାକୁ ମିଳିଛି ।

 

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *