ଜମବଣୀ-ଟିଲୋ ରାସ୍ତା ନିର୍ମାଣ ଦାବି
ବନ୍ତ (ଆପ୍ର): ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତ ଜାମବଣୀ ଠାରୁ ଟିଲୋ ଭାୟା ସରମରା ୭ କିମି ପୂର୍ତ୍ତବିଭାଗ ରାସ୍ତାର ମରାମତି କାର୍ଯ୍ୟ ପିଏମ୍ଜିଏସ୍ୱାଇ ଯୋଜନା ଅର୍ନ୍ତଭୁକ୍ତ କରାଯାଇଛି । ରାସ୍ତାର କାର୍ଯ୍ୟ ଜଣେ ଠିକାଦାର ନେଇଥିବା ସମୟରେ କେତେକ ଅସାମାଜିକ ବ୍ୟକ୍ତି ·ନ୍ଦା ମାଗିବା ଓ ପରବର୍ତ୍ତୀ ସମୟରେ ହିଟାଚି ମେସିନ ସହ ୫୦ ହଜାର ଟଙ୍କାରେ ଯନ୍ତ୍ରାଂଶ ପୋଡ଼ିବା ଦ୍ୱାରା ମରାମତି କାର୍ଯ୍ୟ ଅଧପନ୍ତରିଆ ରହିଛି । ଇତି ମଧ୍ୟରେ ସଂପୃକ୍ତ ରାସ୍ତା ଉପରେ ଗଭୀର ଗର୍ତ୍ତମାନ ସୃଷ୍ଟି ହୋଇ ଯାତାୟତ ଅନୁପଯୋଗୀ ହୋଇଛି । ବର୍ଷାଦିନେ ରାସ୍ତା ଉପରେ ଜଳ ଜମିରହି କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି । ୪ ଚକିଆ ଯାନ ଯିବାଆସିବା ଦୂରରେ କଥା ଚାଲିକରି ଯିବା ମଧ୍ୟ ସମ୍ଭବପର ହେଉ ନାହିଁ ।
ରବିବାର ଏନେଇ ସାବିତ୍ରୀ ଆଡ଼ି ଠାକୁରାଣୀଙ୍କ ନିକଟରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଦଳମତ ନିର୍ବିଶେଷରେ ସଂପୃକ୍ତ ରାସ୍ତାର ମରାମତି ନିମନ୍ତେ ଠିକାଦାରଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମତ ପ୍ରକାଶ ପାଇଛି । ସଭାରେ ଟିଲୋ ସରପଞ୍ଚ ସଂଗ୍ରାମ ଜେନା, ବ୍ଲକ କଂଗ୍ରେସ ସଭାପତି ରାଜକିଶୋର ସ୍ୱାଇଁ, ପୂର୍ବତନ ସରପଞ୍ଚ କିଶୋରକିଙ୍କର ପଢିଆରୀ, ଛୟାଳସିଂ ସମିତିସଭ୍ୟ ନିରୂପମା ରାଉତ, କଂଗ୍ରେସ ସଭାପତି ଶରତ ପଲେଇ, ବିଜେପି ସଭାପତି ସନାତନ ସାହୁ, ହରିହର ମଣ୍ଡଳ, ଲକ୍ଷ୍ମୀଧର ନାୟକଙ୍କ ସମେତ ଅନ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ ।