ସ୍ୱାଇପ୍ ମେସିନ୍ ଲଗାଇ ୫୪ ଲକ୍ଷ ଠକେଇ

ଯାଜପୁର (ଆପ୍ର): ଯାଜପୁର ସହରରେ ଥିବା ସୁନା ଦୋକାନରେ ସ୍ୱାଇପ୍ ମେସିନ୍ ଲଗାଇ ୫୪ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ଦମ୍ପତିଙ୍କ ସହିତ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୁନା ବ୍ୟବସାୟୀ ବଟକୃଷ୍ଣ ସାହୁଙ୍କ ଅଭିଯୋଗକ୍ରମେ ଯାଜପୁର ଟାଉନ୍ ପୁଲିସ ଭୁବନେଶ୍ୱରରୁ ସୁଜନ୍ ଇନ୍ଫୋଟେକ୍ ସଂସ୍ଥାର ମାଲିକ ପ୍ରମୋଦ ଜେନା ଓ ତାଙ୍କ ପତ୍ନୀ ମାଳତୀ ଜେନାଙ୍କୁ ଗତ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେମାନଙ୍କ ସହଯୋଗୀ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅଂଚଳର ପିଙ୍କୁ ଓରଫ ସଞ୍ଜୀବ କୁମାର ଦାସ, ଯାଜପୁର ଜିଲ୍ଳା କାକୁଡିକୁଦ ଗ୍ରାମର ପ୍ରମୋଦ ଜେନା, କଟକ ନିଶ୍ଚିନ୍ତକୋଇଲିର ମିଲନ ସିଂହଙ୍କୁ ଗିରଫ କରାଯାଇଛି ।
ଯାଜପୁର ଥାନାରେ ହୋଇଥିବା ମାମାଲା ନଂ୨୫୧/୨୦୨୨ ଅନୁଯାୟୀ ୧୨ ତାରିଖରୁ ପୁଲିସ ତଦନ୍ତ ଚଳାଇଥିଲା । ତଦନ୍ତ ସମୟରେସ୍ୱାଇପ୍ ମେସିନ୍ ଲଗାଇ ୫୪ ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଥିଲା । ଅଭିନବ ଉପାୟରେ ସେମାନେ ପେଟିଏମ୍ ମେସିନ୍କୁ ବଡ଼ ବଡ଼ ଦୋକାନରେ ଲଗାଇ ତା’ ଜରିଆରେ ନିଜ ଆକାଉଣ୍ଟକୁ ଟଙ୍କା ନେଇଯାଉଥିଲେ । ଅଭିଯୁକ୍ତମାନଙ୍କଠାରୁ ୧୦ଲକ୍ଷ ଟଙ୍କା ସହ ୬ଟି ମୋବାଇଲ, ୩ଟି ସ୍ୱାଇପ୍ମେସିନ୍, ୪୬ଟି ସମ୍, ୨୬ଟି ଚେକ୍ବୁକ୍, ୬୩ଟି ଏଟିଏମ୍ କାର୍ଡ, ୨୧ଟି ବ୍ୟାଙ୍କ ପାସବୁକ ଏବଂ ଗୋଟିଏ ଲାପଟପ୍ ଜବତ କରାଯାଇଛି ବୋଲି ଯାଜପୁର ଏସଡିପିଓ ସରୋଜ କୁମାର ଉପାଧ୍ୟାୟ ଓ ଯାଜପୁର ଥାନାଅôକାରୀ ଅଜୟ କୁମାର ଜେନା ସୋମବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *