ଆରପାରିରେ କଣ୍ଠଶିଳ୍ପୀ ନିର୍ମଳା
କୋଲକତା,୩୧ା୭: ୧୯୬୦-୭୦ ଦଶକର ଓଡିଆ ଓ ବଙ୍ଗଳା ସିନେମାର ପ୍ରଖ୍ୟାତ ପ୍ରଚ୍ଛଦପଟ ଗାୟିକା ନିର୍ମଳା ମିଶ୍ରଙ୍କର ଶନିବାର-ରବିବାର ରାତିରେ ହୃଦ୍ଘାତରେ ପରଲୋକ ଘଟିଛି । ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ଦକ୍ଷିଣ କୋଲକତାର ସଲ୍ଟ ଲେକ୍ସ୍ଥିତ ନିଜ ବାସ ଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପୂର୍ବରୁ ତାଙ୍କୁ ୩ଥର ଷ୍ଟ୍ରୋକ୍ ଓ ୨ଥର ହୃଦ୍ଘାତ ହୋଇଥିଲା ।
ନିର୍ମଳାଙ୍କୁ ଓଡିଆ ସିନେମାର ଲତା ମଙ୍ଗେସ୍କର କୁହାଯାଉଥିଲା । ପ୍ରଖ୍ୟାତ ସଙ୍ଗୀତ ନିଦେ୍ର୍ଦଶକ ବାଳକୃଷ୍ଣ ଦାଶ ତାଙ୍କ ପ୍ରତିଭାକୁ ଜାଣି ପାରି ୧୯୬୦ ମସିହାରେ ‘ଶ୍ରୀ ଲୋକନାଥ’ ଚଳଚ୍ଚିତ୍ରରେ କଣ୍ଠଦାନ କରିବାକୁ ସୁଯୋଗ ଦେଇଥିଲେ । ସ୍ତ୍ରୀ, କା, ମଲାଜହ୍ନ, ଅଭିନେତ୍ରୀ, ଅନୁତାପ, କିଏ କାହାର, ଅମଡାବାଟ, ଅଦିନ ମେଘ ଆଦି ୨୦ରୁ ଅଧିକ ଫିଲ୍ମ ପାଇଁ ସେ କଣ୍ଠଦାନ କରିଛନ୍ତି । ସେ ଗାଇଥିବା ଜନପ୍ରିୟ ଓଡ଼ିଆ ଗୀତ ମଧ୍ୟରେ ନିଦଭରା ରାତି ମଧୁଝରା ଜହ୍ନ, ମୋ ମନର ବୀଣାର ତାରେ, ଜୀବନ ଯମୁନାରେ ଜୁଅ ।ର ଉଠେରେ., ମାୟା ଘେରା ମଧୁବନେ ଯା ଯାରେ ଯା ମନପବନ ନଉକା, ମାୟାବିନି ଏଇ ରାତି, ନା ମାରନା., ଛାଡ଼ ଛାଡ଼ ମୋର ଅଞ୍ଚଳ, ହେମ ହାରିଣୀ ମଥାରମଣି, ପରଦେଶୀ ବନ୍ଧୁ ତୁମେ ଯିବ ଉଡ଼ି ଉଡ଼ିକି, ଢେଉ ଢେଉକା ପାହାଡ଼ ତଳେ, ମୁଁ ତୁମକୁ ଭଲ ପାଏ ଲୁଚିଲୁଚିକା, ଜୋଛନା ଲୁଚନା, ସଞ୍ଜ ସକାଳେ ତୁମ ଛବି, ତୁମେ ଯଦି ସାଥୀ ମୋର, ପ୍ରଭୁପଦ ତଳେ ପ୍ରଣତି ଢାଳେ.., ସପନ ବିଳାସୀ ଓ ଏଇ ଚିକିମିକି ହସେ ପ୍ରଭୃତି ଅନ୍ୟତମ ।
ନିର୍ମଳାଙ୍କୁ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ପୁରସ୍କାର ପ୍ରଦାନ କରାଯାଇଥିଲା ।
୧୯୩୮ରେ ଦକ୍ଷିଣ ଚବିଶ ପ୍ରଙ୍ଗଣାର ମଜିଲପୁରଠାରେ ନିର୍ମଳା ଜନ୍ମ ଗ୍ରହଣ କରିଥିଲେ । ପଣ୍ଡିତ ମୋହିନୀ ମୋହନ ମିଶ୍ର ଓ ଭବାନୀ ଦେବୀଙ୍କ କନ୍ୟା ନିର୍ମଳା ବାଲ୍ୟ ବୟସରୁ ଏକ ସଙ୍ଗୀତମୟ ବାତାବରଣରେ ବଢି ଆସିଥିଲେ ।