୯ଦଫା ଦାବି ପୂରଣ ନ ହେଲେ ଆନେ୍ଦାଳନ ଚେତାବନି

ଓମ୍ଫେଡ୍ ବିରୁଦ୍ଧରେ ଗର୍ଜିଲା ଦୁଗ୍ଧ ଚାଷୀ ମହାସଂଘ
ନିଆଳି (ଆପ୍ର): ଓମ୍ଫେଡ୍ ବିରୁଦ୍ଧରେ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ନିଆଳି କଣ୍ଟାପଡ଼ା ଜୋନାଲ୍ କମିଟି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି । ସେହିପରି ୯ଦଫା ଦାବି ପୂରଣ କରାନଗଲେ ମହାସଂଘ ପକ୍ଷରୁ ଆନେ୍ଦାଳନ ଚେତାବନୀ ଦିଆଯାଇଛି । ବିଳାସୁଣୀ ଠାରେ ମହାସଂଘର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନିଆଳି, କଣ୍ଟାପଡ଼ା ଓ ବାରଙ୍ଗ ବ୍ଲକ୍କୁ ନେଇ ଅଡ଼ଶପୁର ଦୁଗ୍ଧ ଶିତଳୀକରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିବା ବେଳେ ବର୍ତ୍ତମାନ ଏହା ଅଧୀନରେ ୨୬୨ ଦୁଗ୍ଧ ସମବାୟ ପ୍ରାଥମିକ ସମିତି ରହିଛି । ସେଥିମଧ୍ୟରୁ ୩୦ଟି ସମିତି ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ଅଧାରୁ ଅଧିକ ସମିତି ଦୈନିକ ମାତ୍ର ୧୦ରୁ ୨୦ ଲିଟର ଦୁଗ୍ଧ ସଂଗ୍ରହ କରୁଛନ୍ତି । ଦିନ ଥିଲା ଅଡ଼ଶପୁର ଦୁଗ୍ଧ ଶିତଳୀକରଣ କେନ୍ଦ୍ରରେ ଦୈନିକ ୪୫ ହଜାର ଲିଟର ଦୁଗ୍ଧ ସଂଗ୍ରହ କରୁଥିଲା ମାତ୍ର ଆଜି ପରିଚାଳନା ଗତ ତ୍ରୃଟି ଯୋଗୁଁ ଦୈନିକ ୧୨ ହଜାର ଲିଟର ଦୁଗ୍ଧ ସଂଗ୍ରହ ହେଉଛି ।
୯ଦଫା ଦାବି ମଧ୍ୟରେ ବନ୍ଦ ହୋଇପଡ଼ିଥିବା ୩୦ଟି ଦୁଗ୍ଧ ସମବାୟ ସମିତି ଖୋଲିବା ସହ ନୂତନ ସମ୍ପାଦକ ନିଯୁକ୍ତି, କୋଭିଡ଼୍ ସମୟରେ ଚାଷୀଙ୍କୁ ଲିଟର ପ୍ରତି ୨ଟଙ୍କା ପ୍ରୋତ୍ସାହନ ଘୋଷଣା ରାଶି ତୁରନ୍ତ ଯୋଗାଇ ଦେବା, ଗୋ-ଖାଦ୍ୟ ଅପମିଶ୍ରଣକୁ ରୋକିବା ଓ ଅପମିଶି୍ରତ ଗୋ-ଖାଦ୍ୟ ଯୋଗାଉଥିବା ବେପାରୀ ଓ କମ୍ପାନୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଦୁଗ୍ଧ ଲିଟର ପ୍ରତି ଚାଷୀଙ୍କୁ ସର୍ବନିମ୍ନ ୩୫ ଟଙ୍କା ପ୍ରଦାନ, ଓମ୍ଫେଡ଼୍ ଅଡ଼ଶପୁର ମିଲ୍କ ୟୁନିୟନ ଦୁର୍ନୀତିର ତଦନ୍ତ, ସମସ୍ତ ଦୁଗ୍ଧ ସମବାୟ ସମିତିର ବାର୍ଷିକ ଅଡ଼ିଟ୍ କରିବା ସହ ଦୋଷିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ନିଆଳି ଛେନା ନାମରେ କିଛି ଛେନା ଓ ପନିଅର ବେପାରୀ ପାରସ ପାଉଡ଼ରକୁ ବ୍ୟବହାର କରି ଛେନା ତିଆରି କରୁଥିବାବେଳେ ତାର ଗୁଣବତାକୁ ସରକାରଙ୍କ ଖାଦ୍ୟ ଅଧିକାରୀ ଯାଞ୍ଚ କରିବା, ଓମ୍ଫେଡ଼୍ ପକ୍ଷରୁ ଗୋ-ମଇଁଷି ର ଚିକିତ୍ସା ଶିବିର ଆୟୋଜନ କରିବା ଓ ନିଆଳି କଣ୍ଟାପଡ଼ା ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ଖାଲିପଡ଼ିଥିବା ପ୍ରାଣୀଧନ ନିରିକ୍ଷକ କେନ୍ଦ୍ରର ବିଭିନ୍ନ ପଦବୀ ପୂରଣ କରିବା ନେଇ ମହାସଂଘ ପକ୍ଷରୁ ଦାବି କରାଯାଇଛି । ଉକ୍ତ ଦାବି ପୂରଣ କରାନଗଲେ ମହାସଂଘ ପକ୍ଷରୁ ଓମ୍ଫେଡ଼୍ ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆନେ୍ଦାଳନ କରାଯିବ ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘର ନିଆଳି- କଣ୍ଟାପଡ଼ା ଜୋନାଲ୍ କମିଟିର ସଭାପତି ତୃପ୍ତିରଂଜନ ବେହେରାଙ୍କ ସଭାପତିତ୍ୱରେ ରାଜ୍ୟ ସାଧାରଣ ସମ୍ପାଦକ ନାରାୟଣ ଡ଼ାଳୁଆ, ଦୁଗ୍ଧ ଚାଷୀ ନେତା ବିଜୟ ବେହେରା, ଅଶ୍ୱିନୀ ମହାନ୍ତି, ବିଜୟା ନନ୍ଦିନୀ ଲେଙ୍କା, ବନଲତା ବେହେରା ପ୍ରମୁଖ ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *