ରାଜଧାନୀରେ ହେବ ମଙ୍କିପକ୍ସ ଟେଷ୍ଟିଂ

ଭୁବନେଶ୍ୱର (ବୁ୍ୟରୋ): ଖୁବ ଶୀଘ୍ର ଭୁବନେଶ୍ୱର ଆର୍ଏମ୍ଆର୍ସିରେ ଆରମ୍ଭ ହେବ ମଙ୍କିପକ୍ସ ଟେଷ୍ଟିଂ ବ୍ୟବସ୍ଥା । ଏଥିପାଇଁ ଡବ୍ଲୁଏଚ୍ଓ (ହୁ)ର ନିଦେ୍ର୍ଦଶନାମା ଅନୁସାରେ ସବୁକିଛି ପ୍ରସ୍ତୁତ ହୋଇଛି । ଦେଶର ବିଭିନ୍ନ ସ୍ଥାନରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏନେଇ ସତର୍କ ଅଛନ୍ତି । ଏଥିପାଇଁ ସମସ୍ତ ପ୍ରକାରର ଭିତ୍ତିଭୂମି ପ୍ରସ୍ତୁତ ରହିଥିବା ନେଇ ସୂଚନା ଦେଇଛନ୍ତି ଆର୍ଏମ୍ଆର୍ସି ନିଦେ୍ର୍ଦଶିକା ସଂଘମିତ୍ରା ପତି । ଏନ୍ଆଇଭିରୁ କେବଳ କିଟ୍ ଅଣାଯାଇ ପରୀକ୍ଷା କରାଯିବ । ଆସନ୍ତାକାଲି ରାଜ୍ୟ ସରକାର ଏନେଇ ଆଇସିଏମ୍ଆର୍କୁ ଚିଠି ଲେଖିବେ । ପରେ ଏନେଇ ଆଇସିଏମ୍ଆର୍ କର୍ତ୍ତୃପକ୍ଷ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଅବଗତ କରିବେ । ଅଗଷ୍ଟ ମାସ ସୁଦ୍ଧା ଭୁବନେଶ୍ୱରରେ ମଙ୍କିପକ୍ସ ଟେଷ୍ଟିଂ ଆରମ୍ଭ ହୋଇପାରେ ବୋଲି ନିଦେ୍ର୍ଦଶିକା ସଂଘମିତ୍ରା କହିଛନ୍ତି ।
ସେହିପରି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି, ଆରଏମଆରସିରେ ଟେଷ୍ଟ ହେବା ଦ୍ୱାରା ଅନେକ ମାତ୍ରାରେ ଉପକୃତ ହେବେ । ଖୁବଶୀଘ୍ର ନିଜର ରିପୋର୍ଟ ପାଇପାରିବା ଏବଂ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର । ଯାହାଫଳରେ ଆଗକୁ ମଙ୍କିପକ୍ସକୁ ନେଇ କୌଣସି କିଛି ଅସୁବିଧା ହେବ ନାହିଁ । ଭାରତରେ ମଙ୍କିପକ୍ସ ପାଇଁ କିଟ୍ ଏବଂ ଭ୍ୟାକସିନ ପ୍ରସ୍ତୁତ ଆରମ୍ଭ ହୋଇଗଲାଣି । କେରଳରେ ଚିହ୍ନଟ ହୋଇଥିବା ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଏବେ ସୁସ୍ଥ ହୋଇ ସାରିଛନ୍ତି । ସେ ଥୀରୁଅନନ୍ତପୁରମର ସରକାରୀ ମେଡିକାଲ୍ କଲେଜ୍ରେ ଚିକିତ୍ସିତ ହେଉଛନ୍ତି । ସେ ଖୁବ୍ ଶୀଘ୍ର ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେବେ । ତେବେ ବ୍ୟକ୍ତି ଜଣକ ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଅଛନ୍ତି ଓ ତାଙ୍କ ଶରୀରରେ ମଙ୍କିପକ୍ସର କେଣସି ପ୍ରକାରର ଚିହ୍ନ ମଧ୍ୟ ନାହିଁ ବୋଲି ସେ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *