ଫରୋ ଦ୍ୱୀପରେ ଶହେ ଡଲ୍ଫିନ୍ ଶିକାର
ଟୋର୍ଶବନ (ଏଜେନ୍ସି): ଡେନ୍ମାର୍କର ଫରୋ ଦ୍ୱୀପରେ ଶହେ ବଟଲ୍ ନୋଜ୍ ଡଲ୍ଫିନ୍ଙ୍କୁ ବର୍ବରତାର ସହ ଶିକାର କରାଯାଇଥିବା ଜଣାଯାଏ । ବିଗତ ୧୨୦ ବର୍ଷ ମଧ୍ୟରେ ବଟଲ୍ ନୋଜ୍ ଡଲ୍ଫିନ୍ର ଏହା ଏଯାବତ୍ ସବୁଠୁ ବଡ଼ ସାମୂହିକ ଶିକାର ବୋଲି କୁହାଯାଉଛି । ଫରୋ ଦ୍ୱୀପରେ ୯୮ଟି ବୟସ୍କ ଏବଂ ଏକ ସନ୍ତାନ ଯିଏ କି ମାଆ ପେଟରେ ଥିଲା ଓ ଏକ ଛୁଆ ଡଲ୍ଫିନ୍କୁ ଶିକାର କରାଯାଇଛି । ଏହାର ଚିତ୍ର ଖୁବ୍ ଭୟଙ୍କର ଦେଖାଯାଉଛି । ବିଶେଷଜ୍ଞଙ୍କ କହିବାନୁସାରେ, ପ୍ରଥମେ ଡଲ୍ଫିନ୍ଙ୍କୁ ଉପକୂଳକୁ ନିଆଯାଇ ଛୁରୀ ତଥା ଅନ୍ୟାନ୍ୟ ଧାରୁଆ ଅସ୍ତ୍ରଶସ୍ତ୍ରରେ ହତ୍ୟା କରାଯାଇଛି ।
କେବଳ ଏତିକି ନୁହେଁ ଏତେ ସଂଖ୍ୟକ ଡଲ୍ଫିନ୍ଙ୍କୁ ମାରିବା ଦ୍ୱାରା ଉପକୂଳ ପାଣି ସମ୍ପୂର୍ଣ୍ଣ ଭାବେ ଲାଲ୍ ହୋଇଯାଇଛି । ତଥ୍ୟ ଅନୁସାରେ, ଏହିଭଳି ଶିକାର ଫରୋ ଦ୍ୱୀପର ଇତିହାସର ଏକ ପାରମ୍ପରିକ ଅଂଶ । କିନ୍ତୁ ବନ୍ୟଜନ୍ତୁ ସଂଗଠନ ଏହାକୁ ବ୍ୟାପକ ଭାବେ ନିନ୍ଦା କରୁଛି । ଏହି ଶିକାରକୁ ବିରୋଧ କରୁଥିବା ସଂଗଠନ ସି ସେଫର୍ଡ କହିଛନ୍ତି ଯେ, ଏହି ଡଲ୍ଫିନ୍ ଶିକାର କେବଳ ଲଜ୍ଜାଜନକ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଆକ୍ରୋଶର କାରଣ ମଧ୍ୟ ।
ମୃତ ଡଲ୍ଫିନ୍ମାନଙ୍କ ମଧ୍ୟରୁ କେତେକଙ୍କ ଡେଣାରେ ଜାହାଜ ଦ୍ୱାରା କଟିଯାଇଥିବା ଦାଗ ଦେଖିବାକୁ ମିଳିଛି । ଗତ ବର୍ଷ ସେପ୍ଟେମ୍ବରରେ ଏହି ଦ୍ୱୀପର ଶିକାରୀମାନେ ରେକର୍ଡ ସ୍ତରରେ ୧୪୨୮ ଆଟଲାଣ୍ଟିକ୍ ୱାଇଟ୍ ସାଇଡେଡ୍ ଡଲ୍ଫିନ୍ର ଥରେ ଶିକାର କରାଯାଇଥିଲା । ଏହା ପରେ ବନ୍ୟଜନ୍ତୁ ସଂଗଠନରେ ଆକ୍ରୋଶ ଦେଖିବାକୁ ମିଳିଥିଲା । ସେ ବି୍ରଟେନ୍ରୁ ଆଗ୍ରହ କରିଥିଲେ, କିନ୍ତୁ ଫରୋ ଦ୍ୱୀପ ସହ ବ୍ୟବସାୟ ଶେଷ କରିଥିଲେ ।
ମତ୍ସ୍ୟ ଚାଷ ଏଠାକାର ସ୍ଥାନୀୟ ଲୋକଙ୍କର ଏକ ପ୍ରମୁଖ ଉଦ୍ୟୋଗ । ପ୍ରତିବର୍ଷ ଏତେ ସଂଖ୍ୟକ ମାଛ ମରାଯାଉଥିବାବେଳେ ସେମାନଙ୍କ ଶରୀରରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ଟ୍ରକ୍ରେ ଭର୍ତ୍ତି କରି ଜଳାଇବା ପାଇଁ ନିଆଯାଇଥାଏ ।