‘ହର୍ ଘର୍ ତ୍ରିରଙ୍ଗା’ରେ ସାମିଲ ହେବାକୁ ଆହ୍ୱାନ
ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍
ନୂଆଦିଲ୍ଲୀ: ଆମେ ସମସ୍ତେ ଏକ ଚମକ୍ରାର ଏବଂ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛୁ । ଆଜାଦୀ କା ଅମୃତ ମହୋତ୍ସବ ଏକ ଜନ-ଆନେ୍ଦାଳନର ରୂପ ନେଉଛି । ସବୁ କ୍ଷେତ୍ର ଏବଂ ସମାଜର ସବୁ ଶ୍ରେଣୀର ଲୋକ ଏହା ସହିତ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ୧୩ ରୁ ୧୫ ଅଗଷ୍ଟ ଯାଏ ସ୍ପେଶାଲ୍ ମୁଭମେଣ୍ଟ (ସ୍ୱତନ୍ତ୍ର ଆନେ୍ଦାଳନ) ‘ ହର୍ ଘର୍ ତ୍ରିରଙ୍ଗା’ର ଆୟୋଜନ କରାଯାଉଛି । ଏହି ଆନେ୍ଦାଳନର ଅଂଶ ହୋଇ ୧୩ ରୁ ୧୫ ଅଗଷ୍ଟ ଯାଏ ସମସ୍ତେ ନିଜ ଘର ଉପରେ ତ୍ରିରଙ୍ଗା ପତାକା ନିଶ୍ଚୟ ଉଡ଼ାନ୍ତୁ କିମ୍ବା ଏହାକୁ ନିଜ ଘରେ ଲଗାନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଛନ୍ତିି ।
ମନ୍କି ବାତ୍ର ୯୧ ତମ ଅଧ୍ୟାୟରେ ଦୋବାସୀଭ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତିି, ତ୍ରିରଙ୍ଗା ଆମକୁ ଯୋଡ଼ିଥାଏ, ଦେଶ ପାଇଁ କିଛି କରିବାକୁ ପ୍ରେରଣା ଯୋଗାଏ । ଅଗଷ୍ଟ ୨ ରୁ ଅଗଷ୍ଟ ୧୫ ଯାଏ ସମସ୍ତେ ନିଜ ସାମାଜିକ ଗଣମାଧ୍ୟମର ପ୍ରୋଫାଇଲ ପିକ୍ଚରରେ ତ୍ରିରଙ୍ଗା ଲଗାଇପାରିବା । ଅଗଷ୍ଟ ୨ରେ ପିଙ୍ଗଳୀ ଭେଙ୍କୈୟାଜୀଙ୍କ ଜୟନ୍ତୀ ପାଳନ କରାଯାଇଥାଏ, ଯିଏ ଜାତୀୟ ପତାକାକୁ ଡିଜାଇନ୍ କରିଥିଲେ । ଜାତୀୟ ପତାକା ସମ୍ପର୍କରେ କହିଲା ବେଳେ ମହାନ ବିପ୍ଳବୀ ମାଡାମ୍ କାମାଙ୍କୁ ମଧ୍ୟ ସ୍ମରଣ କରୁଛି । ଜୁଲାଇ ମାସରେ ଏକ କୌତୂହଳପ୍ରଦ ପ୍ରୟାସ ସ୍ୱାଧୀନତାର ରେଳଗାଡ଼ି ଓ ରେଳଷ୍ଟେସନ ଆରମ୍ଭ ହୋଇଛି । ଲୋକେ ସ୍୍ୱାଧୀନତା ସଂଗ୍ରାମରେ ଭାରତୀୟ ରେଳର ଭୂମିକା ବିଷୟରେ ଜାଣିବେ । ଦେଶର ୨୪ ରାଜ୍ୟରେ ୭୫ ରେଳ ଷ୍ଟେସନକୁ ଖୁବ ସୁନ୍ଦର ଭାବେ ସଜ୍ଜିତ କରାଯାଉଛି । ସେଠାରେ ଅନେକ ପ୍ରକାର କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଉଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜାଦୀ କା ଅମୃତ ମହୋତ୍ସବ ସମୟରେ ହେଉଥିବା ସମସ୍ତ ଆୟୋଜନର ବଡ଼ ବାର୍ତ୍ତା ହେଲା – ସମସ୍ତେ ନିଜ କର୍ତ୍ତବ୍ୟ ସମ୍ପୂର୍ଣ୍ଣ ନିଷ୍ଠା ସହ ପାଳନ କରିବା । ଆଗାମୀ ୨୫ ବର୍ଷର ଏହି ଅମୃତକାଳ ପ୍ରତ୍ୟେକ ଦେଶବାସୀ ପାଇଁ କର୍ତବ୍ୟକାଳ । କରୋନା ବିରୋଧରେ ଏବେ ମଧ୍ୟ ଲଢ଼େଇ ଜାରି ରହିଛି । ବିଶ୍ୱ ମଧ୍ୟ ଏହା ସହ ସଂଘର୍ଷ କରୁଛି । କରୋନା ବିରୋଧୀ ଲେଇରେ ଆୟୁଷ ବିଶ୍ୱସ୍ତରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି ।
ମନ୍ କୀ ବାôତ୍ରେ ସବୁଥର ଦେଶବାସୀଙ୍କ ସଫଳତାଗୁଡ଼ିକ ବିଷୟରେ ଚର୍ଚ୍ଚା ହୁଏ । ଏହାକୁ ସୋନେ ପର୍ ସୁହାଗା ବୋଲି କହିବା । ହରିୟାଣାର ଯମୁନାନଗର ବାସିନ୍ଦା ସୁଭାଷ କମ୍ବୋଜ, ଜାମ୍ମୁର ବିନୋଦ କୁମାର, କର୍ଣ୍ଣାଟକର ମଧୁକେଶ୍ୱର ହେଗଡେ, ୟୁପିର ଗୋରଖପୁର ନିମିତ ସିଂହ ମହୁ ଚାଷ କରି ବିପୁଳ ସଫଳତା ହାସଲ କରିପାରିଛନ୍ତି । ଏହି ୍ରଅବସରରେ ସେ ହିମାଚଳ ପ୍ରଦେଶରେ ପାଳିନ କରାଯାଉଥିବା ମିଞ୍ଜର୍ ମେଳା (ମକା ଫୁଲ) ବିଷୟରେ ମଧ୍ୟ ଦର୍ଶାଇଛନ୍ତି । ସେହିପରି ତେଲଙ୍ଗାନା ଆଦିବାସୀଙ୍କ ମେଡାରମର ସମକ୍କା-ସରଲମ୍ମା ଯାତ୍ରା, ଛତିଶଗଡ଼, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶର କୋୟା ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ପାଳନ କରାଯାଉଥିବା ମେଳା ବିଷୟରେ ମୋଦି ସୂଚନା ଦେଇଛନ୍ତି । ଷ୍ଟାର୍ଟଅପ ଏବଂ ଉଦ୍ୟମିତାରେ ଆରମ୍ଭ ହୋଇଥିବା ଖେଳନା ଶିଳ୍ପର ସଫଳତା ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି । କ୍ଲାସରୁମ୍ଠାରୁ ଖେଳପଡ଼ିଅ । ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଯୁବବର୍ଗ ଦେଶକୁ ଗୌରବାନ୍ୱିତ କରୁଛନ୍ତି । ପିଭି ସିନ୍ଧୁ ସିଙ୍ଗାପୁର ଓପନ୍ ଖେଳି ନିଜର ପ୍ରଥମ ଟ୍ରଫି ଜିତିଛନ୍ତି । ଆଥ୍ଲେଟ୍ ନୀରଜ ଚୋପ୍ରା ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ପାରା ବ୍ୟାଡମିଣ୍ଟନ ଖେଳରେ ଭାରତୀୟ ଖେଳାଳି ୧୧ଟି ପଦକ ହାସଲ କରିଛନ୍ତି । ଚେନ୍ନାଇରେ ୪୪ତମ ଚେସ୍ ଅଲମ୍ପିଆଡର ଆୟୋଜନ ମଧ୍ୟ ଭାରତ ପାଇଁ ଅତ୍ୟନ୍ତ ସମ୍ମାନର କଥା । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆମର ଯୁବବର୍ଗ ପ୍ରତିନିଧିତ୍ୱ କରୁଛନ୍ତି । ସମସ୍ତ ଖେଳାଳି ଓ ଆଥଲେଟମାନଙ୍କୁ ଦେଶବାସୀଙ୍କ ତରଫରୁ ଶୁଭକାମନା ଜଣାଉଛି ବୋଲି ମୋଦି କହିଛନ୍ତି ।
୧୦ମ ଓ ୧୨ଶ ପରୀକ୍ଷା ଫଳ ସଂପର୍କରେ ସୂଚନା ଦେଇ ସେ କହିଛନ୍ତି ପିଲାମାନେ ନିଜର କଠିନ ପରିଶ୍ରମ ଦ୍ୱାରା ସଫଳତା ଅର୍ଜନ କରିଛନ୍ତି । ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି । ଆସନ୍ତା ଥର ଯେତେବେଳେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସେତେବେଳକୁ ଆଗାମୀ ୨୫ ବର୍ଷର ଯାତ୍ରା ଅ ।ରମ୍ଭ ହୋଇସାରିଥିବ । ଘର ଉପରେ ତ୍ରିରଙ୍ଗା ଉଡାଇବା ପାଇଁ ଆମକୁ ଏକତ୍ର ହେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ପୁନର୍ବାର ଆହ୍ୱାନ କରିଛନ୍ତି ।