ସଂଯୁକ୍ତ କିଷାନ ମୋର୍ଚ୍ଚାର ୪ ଘଣ୍ଟିଆ ଚକା ଜାମ୍

ଭଦ୍ରକ (ଆପ୍ର): ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ର ସରକାରଙ୍କ ବିବାଦୀୟ ୩ କଳା କୃଷି ଆଇନ ବିରୋଧରେ ଦୁର୍ବାର ଆନେ୍ଦାଳନ ପରେ କୃଷି ଆଇନ ପ୍ରତ୍ୟାହାର କରି ନେଇଥିଲେ । ଆନେ୍ଦାଳନକାରୀ କୃଷକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ମୋଦି ସରକାର ଖିଲାପ କରିଛନ୍ତି । କିନ୍ତୁ ଇତିମଧ୍ୟରେ ୭ ମାସ ବିତିଥିଲେ ମଧ୍ୟ ମୋଦି ସରକାର କୌଣସି ଗୋଟିଏ ଦାବି ପୂରଣ କରି ନାହାନ୍ତି । କୃଷକଙ୍କ ଦାବି ପ୍ରତି ମୋଦି ସରକାର ବିଶ୍ୱସଘାତକତା କରିଛନ୍ତି । ଏହାର ପ୍ରତିବାଦରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଦେଶବାପୀ ୪ ଘଣ୍ଟିଆ ଚକାଜାମ ଆନେ୍ଦାଳନ କରାଯାଇଛି । ଏହିକ୍ରମରେ ଭଦକରେ ମଧ୍ୟ ଚକାଜାମ ଆନେ୍ଦାଳନ କରାଯାଇଛି । ବନ୍ତ ଛକ ମାଛ ମାର୍କେଟ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ, ବନ୍ତ ଛକ, ଚରମ୍ପା, ଆରଡ଼ି ଛକ ନିକଟରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଚକାଜାମ୍ କରାଯାଇଥିଲା ।
ଚାଷୀ ଉତ୍ପାଦନ କରୁଥିବା ସମସ୍ତ ଫସଲର ଏମ୍ଏସ୍ପି ପାଇଁ ଆଇନଗତ ବ୍ୟବସ୍ଥା କରିବା, କୃଷକଙ୍କ ଉପରେ ହୋଇଥିବା ସମସ୍ତ ମକଦ୍ଦମା ପ୍ରତ୍ୟାହାର କରିବା, ଉତ୍ତରପ୍ରଦେଶ ଲକ୍ଷ୍ମୀପୁର କ୍ଷେରୀ କୃଷକ ଗଣହତ୍ୟାର ଅଭିଯୁକ୍ତମାନଙ୍କୁ ଦୃଷ୍ଟାନ୍ତମୂୂଳକ ଶାସ୍ତି, ଜନ ବିରୋଧୀ ବିଦୁତ୍ ବିଲ-୨୦୨୦ ପ୍ରତ୍ୟାହାର ପାଇଁ ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି । ଏଆଇକେଏମ, ଏଆଇକେଏସ, ଏଆଇକେଏସ ପରି କୃଷକ ସଂଗଠନ ପକ୍ଷରୁ ଏହି ଚକାଜାମ ଆନେ୍ଦାଳନ କରାଯାଇଥିଲା । ଫଳରେ ଦିନ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଥିଲା । ରାସ୍ତାର ଉଭୟ ପାଶ୍ୱର୍ରେ ହଜାର ହଜାର ଗାଡ଼ି ଅଟକି ରହିଥିଲା । ବନ୍ତ ଛକ ନିକଟରେ ବରିଷ୍ଠ କୃଷକ ନେତା ଚନ୍ଦ୍ରଶେଖର ନାୟକ, ସିପିଆଇ ଏମଏଲ ଲିବରେସନ ଜିଲ୍ଲା ସଂପାଦକ ସମର ବଳ, ସିପିଆଇ ଏମ ଜିଲ୍ଲା ସଂପାଦକ ଦିବସିଂହ ନାୟକ, ସିପଆଇର ଶୁଭେନ୍ଦ୍ର୍ର ପ୍ରତାପ ମହାନ୍ତି, କୃଷକ ନେତା ବିମ୍ବାଧର ବାରିକ, ଗଣତାନ୍ତ୍ରୀକ ମହିଳା ସମିତିର ରାଜ୍ୟ ସଭାନେତ୍ରୀ ସୁରଜିତା ନାୟକ, ଅଖିଳ ଭାରତ ପ୍ରଗତୀଶୀଳ ମହିଳା ସମିତିର ରାଜ୍ୟ ସହ ସଂପାଦିକା ଜୟନ୍ତୀ ବିଶ୍ୱାଳ, ବରିଷ୍ଠ ସିପିଆଇଏମ ନେତା ନିରଂଜନ ପାଣୀ ପ୍ର୍ରମୁଖ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *