ଗୋଷ୍ଠୀ ସଂଘର୍ଷ, ଘର ଜାଳିଦେଲେ

ଡେରାବିଶ (ଆପ୍ର): ଡେରାବିଶ ବ୍ଲକ୍ ନରସିଂହପୁର ପଞ୍ଚାୟତ ତିଲଙ୍ଗ ଗାଁରେ ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ ଘଟିଥିବା ବେଳେ ଦୁର୍ବୃତ୍ତମାନେ ଏକ ଘରେ ନିଆଁ ଲଗାଇଦେଇଛନ୍ତି । ଏଥିଲାଗି ଗୋଟିଏ ପରିବାର ସର୍ବସ୍ୱାନ୍ତ ହୋଇଥିବା ବେଳେ ଗୋଷ୍ଠୀ ସଂଘର୍ଷରୁ ୪ ଜଣ ଆହତ ହୋଇଛନ୍ତି । ଜଣେ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ତିଲଙ୍ଗ ବାଲିକୁଦାପଡିଆରେ ଥିବା ଏକ ପାନଦୋକାନରୁ କେଳାସାହିର କ୍ଷୀର ଦାସଙ୍କ ଝିଅ ବିଜୁଳି (୧୪) ଥଣ୍ଡା ପିଇବା ସମୟରେ ବୋତଲରୁ ପାଇପ ଖସିପଡିବାରୁ ଆଉ ଏକ ପାଇପ୍ ମାଗିଥିଲେ । ଯାହାକୁ ନେଇ ବଚସା ହୋଇ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ବିଜୁଳିଙ୍କୁ ଦୋକାନୀ ଗାଳିଗୁଲଜ କରିଥିଲା । ବିଜୁଳିର ମାମୁଁ ଓ ଜଣେ ସମ୍ପର୍କୀୟ ବିରୋଧ କରିବାରୁ ଉତ୍ତେଜନା ତୀବ୍ର ହୋଇଥିଲା । ପରେ ମାହାଙ୍ଗା ହଳଦିଆ ପଞ୍ଚାୟତ ଦଳିତ ବସ୍ତିର କିଛି ଲୋକ ବିଜୁଳିର ସମ୍ପର୍କୀୟଙ୍କୁ ମାଡ଼ ମାରିଥିଲେ । ବସ୍ତିର ଯୁବକମାନେ କେଳାସାହିକୁ ଯାଇ ପୁଣି ମାରପିଟ କରିବା ସହ ବିଜୁଳିଙ୍କ ମାମୁଁ ମାଗୁ ଦାସଙ୍କୁ ବିଅର ବୋତଲରେ ଆକ୍ରମଣ କରିଥିଲେ । ଆକ୍ରମଣକାରୀମାନେ ଶନିବାର ରାତିରେ କେଳାସାହିରର କ୍ଷୀର ଦାସଙ୍କ ଘର ଜାଳି ଦେଇଥିଲେ । ଡେରାବିଶ ପୁଲିସ ତଦନ୍ତ ଚଳାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *