ଆକାଉଣ୍ଟରୁ ନେଇଗଲା ୨୫ ଲକ୍ଷ
ନଗ୍ନ ନାୟିକାର ଭିଡିଓ ଟ୍ରାପ୍ରେ ଇଞ୍ଜିନୟର
ଭୁବନେଶ୍ୱର(ବୁ୍ୟରୋ): ଅଜଣା ନମ୍ବରରୁ ହ୍ୱାଟ୍ସଆପ୍ରେ ନୁ୍ୟଡ୍ ଭିଡିଓ କଲ୍ କରି ଜଣେ ବୈଷୟିକ ଡିଗ୍ରିଧାରୀଙ୍କଠାରୁ ୨୫ ଲକ୍ଷ ଟଙ୍କା ଠକି ନେଇଛନ୍ତି ଦୁର୍ବୃତ୍ତ । ରାଜଧାନୀ ଭୁବନେଶ୍ୱରରେ ଏପରି ଘଟଣା ଘଟିଛି । ଠକେଇର ଶିକାର ହୋଇଥିବା ବିଏସ୍ଏନ୍ଏଲ୍ର ଜଣେ ଇଞ୍ଜିନୟର ସାଇବର ଥାନାରେ ଅଭିଯୋଗ କରିଛନ୍ତି ଓ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ବିଏସ୍ଏନ୍ଏଲ୍ ଇଞ୍ଜିନୟରଙ୍କ ପାଖକୁ ହ୍ୱାଟ୍ସଆପ୍ରେ ହାଏ ଲେଖି ପଠାଇଥିଲା ଅଜଣା ଯୁବତୀ । କିନ୍ତୁ ଇଞ୍ଜିନୟର ଉକ୍ତ ଆକାଉଣ୍ଟକୁ ଯାଞ୍ଚ ନ କରି ତା’ ସହ ଭିଡିଓ ·ଟ୍ କରିଥିଲେ । କଥାବାର୍ତ୍ତାର କିଛି ସମୟ ପରେ ତାଙ୍କ ପାଖକୁ ଏକ ନଗ୍ନ ଭିଡିଓ ଆସିଥିଲା । ସେଥିରେ ଇଞ୍ଜିନୟରଙ୍କ ଭିଡିଓ ·ଟ୍କୁ ଜଣେ ନାୟିକାଙ୍କ ନଗ୍ନ ଭିଡିଓ ସହିତ ଆଟାଚ୍ କରାଯାଇଥିବା ଦେଖିବାକୁ ମିଳିଥିଲା । ଭିଡିଓ ଦେଖିବା ପରେ ଇଞ୍ଜିନୟରଙ୍କ ବୁଦ୍ଧିବଣା ହୋଇଯାଇଥିଲା । ଲୋକ ଲଜ୍ଜା ଭୟରେ ସେ ଚୁପ୍ ରହିଥିଲେ ।
ପର ଦିନ ଇଞ୍ଜିନୟରଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା । ଫୋନ୍ କରିଥିବା ବ୍ୟକ୍ତି ନିଜକୁ ସିବିଆଇ ଅଫିସର ବିକ୍ରମ ରାଠୋର ଓ ଘର ଦିଲ୍ଲୀରେ ବୋଲି କହିଥିଲେ । ଏହାପରେ ସେହି ନଗ୍ନ ଭିଡିଓ ଦେଖାଇ ଇଞ୍ଜିନୟରଙ୍କୁ ବ୍ଲାକ୍ମେଲ୍ କରିଥିଲେ । ସମ୍ମାନହାନି ଆଶଙ୍କାରେ ଇଞ୍ଜିନୟର ତାଙ୍କ ପାଖକୁ ବିଭିନ୍ନ କିସ୍ତିରେ ୨୫ ଲକ୍ଷ ଟଙ୍କା ପଠାଇଥିଲେ । ତେବେ ଜୁଲମ୍ ଅସହ୍ୟ ହେବାରୁ ସେ ସାଇବର ଥାନା ଦ୍ୱାରସ୍ଥ ହୋଇଥିଲେ । ସାଇବର ଥାନା ପୁଲିସ ଇଞ୍ଜିନୟରଙ୍କ ମୋବାଇଲ୍ରେ ଥିବା ସବୁ ଆକାଉଣ୍ଟକୁ ବନ୍ଦ କରି କଲ୍ କେଉଁଠୁ ଆସୁଥିଲା ତାହା ଜାଣିବା ପାଇଁ ତଦନ୍ତ ଚଳାଇଛି ।