ଏଜେନ୍ସିଙ୍କ ମନମାନିରେ ଅସହାୟ ମେଡିକାଲ୍ ପ୍ରଶାସନ

ବଡ଼ ମେଡିକାଲ୍ ଆଉଟ୍ସୋର୍ସିଂ କର୍ମଚାରୀଙ୍କ ପ୍ରତିବାଦ ସଭା
ବ୍ରହ୍ମପୁର (ବୁ୍ୟରୋ): ସ୍ଥାନୀୟ ଏମ୍କେସିଜି ମେଡିକାଲ୍ କଲେଜ ହସ୍ପିଟାଲରେ କର୍ମଚାରୀଙ୍କ ସମସ୍ୟା ଥମିବାର ନା ଧରୁନି । ଆଉଟ୍ସୋର୍ସିଂ ପ୍ରକ୍ରିୟାରେ ନିୟୋଜିତ ସଂସ୍ଥା ଗୁଡିକ ସହ ମେଡିକାଲ୍ ପ୍ରଶାସନର ସମ୍ପର୍କ ଭଲ ନ ରହିବା କାରଣରୁ ବଳି ପଡୁଛନ୍ତି ଆଉଟ୍ସୋର୍ସିଂ କର୍ମଚାରୀ । ଯଦ୍ଦ୍ୱାରା ଦୀର୍ଘଦିନରୁ କର୍ମଚାରୀ ସଂଘର ଦାବି ପୂରଣ ହୋଇପାରୁ ନାହିଁ । ଏହାର ପ୍ରତିବାଦରେ ରବିବାର ମେଡିକାଲ୍ରେ କାର୍ଯ୍ୟରତ ସମସ୍ତ ସିଫ୍ଟର ଆଟେଣ୍ଡୋଣ୍ଟ ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ସନ୍ନିକଟ ଷ୍ଟେୱାର୍ଡ ଅଫିସ ଆଗରେ ୧ଘଣ୍ଟିଆ ପ୍ରତିବାଦ ସଭା ସଂଘର ସଭାପତି ସି.ଏଚ୍ ସୁନୀଲ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘଦିନର ଦାବିଗୁଡିକ ପୂରଣ ନ ହେଲେ ଆସନ୍ତା ସପ୍ତାହ ମଧ୍ୟରେ ସଂଘ କାର୍ଯ୍ୟବନ୍ଦ ଆନେ୍ଦାଳନକୁ ଓହ୍ଲାଇବ ବୋଲି ସ୍ପଷ୍ଟ କରାଯାଇଛି । ଗତ ୨/୩ବର୍ଷ ଧରି ଟେଣ୍ଡର ପ୍ରକ୍ରିୟାରେ ମେଡିକାଲ୍ ସ୍ୱାସ୍ଥ୍ୟସେବା ପାଇଁ ଅଭିରାମ କେୟାରଟେକ ସର୍ଭିସେସ ନାମକ ଭୁବନେଶ୍ୱରର ଏକ ସଂସ୍ଥା ଦାୟିତ୍ୱ ନେଇଥିଲେ ମଧ୍ୟ ସେହି ସଂସ୍ଥା ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଏ ପର୍ଯ୍ୟନ୍ତ ନିଯୁକ୍ତି ପତ୍ର ମିଳିନି ।
ଏ ପର୍ଯ୍ୟନ୍ତ ଅନେକ ର୍କଚାରୀଙ୍କ ଏପିଏଫ୍, ଇଏସ୍ଆଇ ବାବଦ ଅର୍ଥ ପୈଠ କରାଯାଇନାହିଁ ଏବଂ ଅନେକ ଦିନ ହେବ କର୍ମଚାରୀଙ୍କ ବକେୟା ଓ ବର୍ଦ୍ଧିତ ଦରମା ପ୍ରଦାନ କରିନାହିଁ । ସତ୍ୟବାଦୀ ଗ୍ରାଫିକ୍ସ, ଗଞ୍ଜାମ ସିକୁ୍ୟରିଟି ସର୍ଭିସେସ୍, ଓଆର୍ଆର୍ ଇଣ୍ଟର ପ୍ରାଇଜେସ୍ ଭଳି ସଂସ୍ଥାମାନଙ୍କର ଟେଣ୍ଡର କାର୍ଯ୍ୟକାଳ ସରିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଦରମା ମିଳିପାରିନାହିଁ । ସମ୍ପୃକ୍ତ ଏଜେନ୍ସି ମାନଙ୍କର ସ୍ଥାନୀୟ କାର୍ଯ୍ୟାଳୟ, ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ, ବକେୟା ଥିବା ବର୍ଦ୍ଧିତ ଦରମା ତୁରନ୍ତ ପ୍ରଦାନ, ସରକାରଙ୍କ ନିଦେ୍ର୍ଦଶ ପ୍ରକାରେ ବାର୍ଷିକ ୧୨ଟି ସବୈତନିକ ଛୁଟି ଓ ଗୋଟିଏ ମାସର ୨୫ପ୍ରତିଶତ ବର୍ଦ୍ଧିତ ଦରମା ପ୍ରଦାନ, ଇପିଏଫ୍ ଓ ଇଏସ୍ଆଇ ବାବଦର ଅର୍ଥ ପୈଠ ଆଦି ଦାବି ସଂପର୍କରେ ମେଡିକାଲ୍ ସୁପରିଟେଣ୍ଡେଣ୍ଟ, ପ୍ରିନ୍ସିପାଲ, ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି । ଆସନ୍ତା ସପ୍ତାହ ମଧ୍ୟରେ ଦାବିପୂରଣ ନ ହେଲେ ସଂଘ କାର୍ଯ୍ୟବନ୍ଦ ଆନେ୍ଦାଳନକୁ ଓହ୍ଲାଇବ ବୋଲି କୁହାଯାଇଛି । ପ୍ରତିବାଦ ବୈଠକରେ ସଂଘର ଉପଦେଷ୍ଟା ଭାଲଚନ୍ଦ୍ର ଷଢ଼ଙ୍ଗୀ, ଯୁବନେତା ଲକ୍ଷ୍ମୀନୃସିଂହ ରଥ, ସମ୍ପାଦକ ଏନ୍.ନିରଞ୍ଜନ ଦାସ, ଜୟରାମ ରାଓ, ଉପସଭାପତି ରମେଶ ରାଓ, ଚନ୍ଦ୍ର ପାତ୍ର, ବିଷ୍ଣୁ ପାତ୍ର, କାହ୍ନୁଚରଣ ନାୟକ, ମୂରଲୀ ରାଜୁ, ରାଜଲକ୍ଷ୍ମୀ ସାହୁ, ସୁଜିତ ପାତ୍ର, ଶ୍ରୀନିବାସ ପାତ୍ର, ସମୀର ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *