ଚେଙ୍କ ଦେଇ ମାରିଦେଲେ

ନବରଙ୍ଗପୁର, ୩୦ା୭(ଆପ୍ର): ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ଧ ବିଶ୍ୱାସ ବିରୋଧରେ ସଚେତନତା ସୃଷ୍ଟିୂ କରାଯାଇଥିଲା । ହେଲେ ଏହାର କିଛି ବି ପ୍ରଭାବ ପଡ଼ିନି ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ । ଏଠାରେ ଏକ ଅସୁସ୍ଥ ଶିଶୁ ଚେଙ୍କ ଚିକିତ୍ସାର ଶିକାର ହୋଇ ପ୍ରାଣ ହରାଇଛି ।
ରାଇଘର ବ୍ଲକର କସକଙ୍ଗା ପଞ୍ଚାୟତ ଜଡ଼ାପାରା ଗାଁର ସୁକଦେବ ଗଣ୍ଡଙ୍କ ଶିଶୁପୁତ୍ର ରୂପେଶ (୯ ମାସ) ସୋମବାର ନିମୋନିଆରେ ଆକ୍ରାନ୍ତ ହୋଇଥିଲା । କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ଆଶାକର୍ମୀ ସହନ୍ତି ଗଣ୍ଡ ମଙ୍ଗଳବାର ଦିନ ପୁଅକୁ ମେଡିକାଲ ନେବା ଲାଗି ସୁକଦେବଙ୍କୁ ପରାମର୍ଶ ଦେଇଥିଲେ । କିନ୍ତୁ ପରିବାର ଲୋକେ ବୁଧବାର ଦିନ ଜୋଡ଼ଯୋଙ୍ଗା ଅଞ୍ଚଳର ଜଣେ ବୃଦ୍ଧାଙ୍କୁ ଡକାଇ ରୂପେଶ ପେଟରେ ୨୫ଟି ଚେଙ୍କ ଦେଇଥିଲେ । ଚେଙ୍କ ଦେଉଥିବା ସମୟରେ ଆଶାକର୍ମୀ ପହଞ୍ଚି ଶିଶୁର ଗୁରୁତର ଅବସ୍ଥା ଦେଖି ଆମ୍ବୁଲାନ୍ସ ଡାକି ରୂପେଶକୁ ହାଟଭରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ।
ରୂପେଶ ସୁସ୍ଥ ଭଲ ହେବା ପର୍ଯ୍ୟନ୍ତ ଚିକିତ୍ସା ·ଲୁ ରହିବ ବୋଲି କହିବାରୁ ପରିବାର ଲୋକେ ରିଲିଭ୍ କରିଦେବାକୁ ଜିଦ୍ ଧରିଥିଲେ । ହେଲେ ପିଲାର ସ୍ୱାସ୍ଥ୍ୟାବସ୍ଥା ଶୋଚନୀୟ ଅଛି, ତାକୁ ଛଡ଼ାଯିବ ନାହିଁ ବୋଲି ଡାକ୍ତର ସଫା ସଫା ମନା କରିଥିଲେ । କିନ୍ତୁ ଗୁରୁବାର ଦିନ ପ୍ରାୟ ୧୦ ଟାରେ ଆଶାକର୍ମୀ ଓ ଡାକ୍ତର ଶିଶୁକୁ ଦେଖିବାକୁ ଆସି ବେଡ୍ରେ କାହାରିକୁ ପାଇ ନ ଥିଲେ । ହସ୍ପିଟାଲ ଷ୍ଟାଫ୍ଙ୍କୁ ନ ଜଣାଇ ପରିବାର ଲୋକେ ରୂପେଶକୁ ନେଇ ପଳାଇଥିଲେ । ଡାକ୍ତର ଏ ନେଇ କୁନେ୍ଦଇ ଥାନାରେ ଜଣାଇଥିଲେ ।
ଆଶାକର୍ମୀ ସହନ୍ତି ଗଣ୍ଡ ପୁନର୍ବାର ସୁକଦେବଙ୍କ ଘରକୁ ଯାଇ ରୂପେଶର ଘରୋଇ ଚିକିତ୍ସା ଚାଲିଥିବା ଦେଖିଥିଲେ । ସେ ବହୁତ ବୁଝାଇବା ପରେ ବି ସୁକଦେବ କି ତାଙ୍କ ଘର ଲୋକେ ବୁଝି ନ ଥିଲେ । ଶେଷରେ ଗୁରତର ହୋଇ ପଡ଼ିଥିବା ରୂପେଶର ଶନିବାର ଭୋର ୪ଟାରେ ମୃତୁ୍ୟ ଘଟିଥିଲା । ଅନ୍ଧ ବିଶ୍ୱାସର ବଶବର୍ତ୍ତି ହୋଇ ଅକାଳରେ ଏକ ନିଷ୍ପାପ ଶିଶୁର ଜୀବନ ଗଲା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଏକ ମାସ ପୂର୍ବେ ଚେଙ୍କ ଯୋଗୁଁ ଜିଲ୍ଲାର କୁନେ୍ଦଇ ନିକଟସ୍ଥ ଲିଖିମାପାରାରେ ଏକ ୩ ବର୍ଷ ପୁଅର ମୃତୁୂ୍ୟ ଘଟିଥିଲା । ବାରମ୍ବାର ଏଭଳି ଘଟୁଥିବାରୁ ଜିଲ୍ଲାରେ ପୁନର୍ବାର ସଚେତନତା ସଷ୍ଟି ନିମିତ୍ତ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *