୭ରେ ଲଘୁଚାପ

ଭୁବନେଶ୍ୱର, ୩୦ା୭ (ବୁ୍ୟରୋ): ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଓଡ଼ିଶା ଉପକୂଳରେ ଅଗଷ୍ଟ ୪ କିମ୍ବା ୫ ତାରିଖ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି । ଯାହା ୭ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ଅଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରି·ଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।
ସିଇସି ପକ୍ଷରୁ ଜାରୀ ହୋଇଥିବା ଏକ ବୁଲେଟିନ୍ ଅନୁଯାୟୀ ଆସନ୍ତା ୯ ତାରିଖ ବେଳକୁ ଏହା ଗଭୀର ଅବପାତ ଅର୍ଥାତ୍ ଡିପ୍ ଡିପ୍ରେସନ୍ରେ ପରିଣତ ହୋଇପାରେ । ୭ରୁ ୯ ତାରିଖ ମଧ୍ୟରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ପରବର୍ତ୍ତୀ ସମୟରେ ଆଭ୍ୟନ୍ତରୀଣ ଏବଂ ଉତ୍ତର ଓଡ଼ିଶା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସିଇସି ପକ୍ଷରୁ କୁହାଯାଇଛି ।
ବର୍ତ୍ତମାନ ଜାରି ରହିଥିବା ଶୁଖିଲା ପାଗ ଆସନ୍ତା ୩ ପର୍ଯ୍ୟନ୍ତ ରହିବାର ସୂଚନା ଥିବାବେଳେ ଏହା ପରେ ରାଜ୍ୟର ସ୍ଥାନେ ସ୍ଥାନେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୩ରୁ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସିଇସି ସୂଚନା ଦେଇଛି । ପ୍ରବଳ ବର୍ଷା ସମୟରେ କୃଷକମାନେ ଧାନ ରୋପଣ କରିପାରିବେ ବୋଲି ସିଇସି ବୁଲେଟିନ୍ରେ କୁହାଯାଇଛି । ସେହିପରି ଆସନ୍ତା ୬ରୁ ପୁଣି ଲଗାଣ ବର୍ଷା ହେବା ସମ୍ଭାବନା ପ୍ରକାଶ ପାଇଛି । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ୬ରୁ ୯ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।
ପାଣିପାଗ କେନ୍ଦ୍ର ସୂଚନାନୁଯାୟୀ, ୨ ଦିନ ହେବ ରାଜ୍ୟରେ ପାଗ ଖରାଟିଆ ରହିଛି । ମୌସୁମୀ-ବିରତି ଜାରି ରହିଥିବାରୁ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି । ଅଗଷ୍ଟ ୫ ଯାଏ ପାଗ ଏହିଭଳି ଶୁଖିଲା ରହିବ । ମୌସୁମୀ ଦୁର୍ବଳ ହେବା କାରଣରୁ ଦୁଇ ଦିନ ହେଲା ରାଜ୍ୟରେ ପାଗ ଖରାଟିଆ ରହିଛି । ମୌସୁମୀ ବିରତି ଜାରି ରହିଥିବାରୁ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି । କିଛି ସ୍ଥାନରେ କେବଳ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।
ଗତ ୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଯାଏ ଅଧିକ ରେକର୍ଡ କରାଯାଇଛି । ମେସୁମୀ ନିମ୍ନ-·ପରେଖାର ଉତ୍ତରାୟଣ ଗତି ସହ ରାଜ୍ୟରେ ମେସୁମୀ ଦୁର୍ବଳ ହୋଇଯାଇଛି । ଫଳରେ ରାଜ୍ୟରେ ବର୍ଷାର ପ୍ରଭାବ କମିଛି । ଆସନ୍ତାକାଲି ରାଜ୍ୟର ୨୩ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ୱାର୍ଣ୍ଣିଂ ଜାରି ହୋଇଛି । ୭ ଉପକୂଳବର୍ତ୍ତି ଜିଲ୍ଲା ଛାଡ଼ି ବାକି ସମସ୍ତ ଜିଲ୍ଲାରେ ପାଗ ମେଘୁଆ ରହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *