ଖୁବ୍ କମ୍ ଲୋକ କୋର୍ଟଙ୍କ ଦ୍ୱାରସ୍ଥ ହେଉଛନ୍ତି

ପ୍ରଥମ ଥର ପାଇଁ ଗୋଟିଏ ମଞ୍ଚରେ ପ୍ରଧାନ ବିଚାରପତି, ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ (ଏଜେନ୍ସି): ପ୍ରଥମ ଥର ପାଇଁ ଗୋଟିଏ ମଞ୍ଚରେ ଦେଶର ପ୍ରଧାନ ବିଚାରପତି (ସିଜେଆଇ) ଏବଂ ପ୍ରଧାନମନ୍ତ୍ରୀ ଏକାଠି ହେବାର ଏକ ବିରଳ ମୁହୂର୍ତ୍ତକୁ ଆଜି ଦେଶବାସୀ ଦେଖିବାକୁ ପାଇଛନ୍ତି । ଶନିବାର ଆୟୋଜିତ ସର୍ବଭାରତୀୟ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ପ୍ରଥମ ବୈଠକରେ ଯୋଗଦେବା ଅବସରରେ ପ୍ରଧାନ ବିଚାରପତି ଏନ୍ଭି ରମନ୍ନା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାଠି ଗୋଟିଏ ମଞ୍ଚରେ ଉପସ୍ଥିତ ହୋଇଛନ୍ତି ।
ଏହି ଅବସରରେ ନିଜ ଉଦ୍ବୋଧନ ରଖି ସିଜେଆଇ କହିଛନ୍ତି, ନ୍ୟାୟ ପାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ନଗଣ୍ୟ । ଅଧିକାଂଶ ନାଗରିକ ପ୍ରତ୍ୟହ ଅସହ୍ୟ ଯନ୍ତ୍ରଣା, ପୀଡ଼ାକୁ ସହୁଥିଲେ ମଧ୍ୟ କୋର୍ଟକୁ ଆସିନଥାନ୍ତି । ହୁଏତ ସେମାନଙ୍କୁ କୋର୍ଟରୁ ନ୍ୟାୟ ମିଳିବା ଆଶା କ୍ଷୀଣ ପ୍ରତୀତ ହୋଇଥାଏ । ଏହାର ଅନ୍ୟତମ କାରଣ ମଧ୍ୟ ହୋଇପାରେ । ସଚେତନା ଏବଂ ଆବଶ୍ୟକ ମାଧ୍ୟମ ଅଭାବରୁ ମଧ୍ୟ ଅନେକ ନିରବରେ ଯନ୍ତ୍ରଣା, ନିର୍ଯାତନା ସହ୍ୟ କରିବାକୁ ବାଧ୍ୟ ହେଉଥାଇପାରନ୍ତି । ତେବେ ଏହା ଅତ୍ୟନ୍ତ ପରିତାପର ବିଷୟ ଯେ, ଆଜିର ସମୟରେ ମଧ୍ୟ ଅଧିକାଂଶ ଲୋକ ନ୍ୟାୟିକ ବ୍ୟବସ୍ଥା ନିକଟରେ ପହଞ୍ଚôପାରିନାହାନ୍ତି । ସେହିପରି ଦେଶର ଯୁବବର୍ଗଙ୍କ ସମ୍ପର୍କରେ ମତବ୍ୟକ୍ତ କରି ଭାରତର ପ୍ରଧାନ ବିଚାରପତି ଏନ୍ଭି ରମନ୍ନା କହିଛନ୍ତି, ଆମର ପ୍ରକୃତ ଶକ୍ତି ଯୁବପିଢ଼ିଙ୍କ ମଧ୍ୟରେ ରହିଛି । ପୃଥିବୀରେ ଥିବା ମୋଟ ଯୁବବର୍ଗଙ୍କ ମଧ୍ୟରୁ ଏକ ପଞ୍ଚମାଂଶ ଭାରତରେ ବାସ କରନ୍ତି । କିନ୍ତୁ କୁଶଳୀ ଶ୍ରମିକମାନେ ଆମର ଶ୍ରମଶକ୍ତିର ମାତ୍ର ୩% । ଆମ ଦେଶର ଯୁବବର୍ଗଙ୍କ ଦକ୍ଷତା ବିକାଶର ଆବଶ୍ୟକତା ରହିଛି ।
ସେହିପରି ମୋଦି ନିଜ ସମ୍ବୋଧନରେ କହିଛନ୍ତି, ବିଭିନ୍ନ କାରଗାରରେ ବନ୍ଦୀ ଥିବା ଏବଂ ଆଇନଗତ ସହାୟତାର ଅପେକ୍ଷାରେ ଥିବା ବିଚାରଧୀନ କଏଦୀଙ୍କ ମୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଦିଗରେ ନ୍ୟାୟପାଳିକା ଯତ୍ନବାଦନ ହେବା ଉଚିତ୍ । ଏସମ୍ପର୍କରେ ସେ ନ୍ୟାୟାପାଳିକକୁ ଅନୁରୋଧ ମଧ୍ୟ କରିଛନ୍ତି । ଏତଦ୍ବ୍ୟତୀତ ବ୍ୟବସାୟିକ ସୁଗମତା (ଇଜ୍ ଅଫ୍ ବିଜନେସ୍) ଏବଂ ଜୀବନ ସୁଗମତା (ଇଜ୍ ଅଫ୍ ଲିଭିଂ) ଯେତିକି ଗୁରୁତ୍ୱପୂର୍ଣ୍ଣ, ନ୍ୟାୟ ସୁଗମତା ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ । ମୋଦି ଇଜ୍ ଅଫ୍ ଜଷ୍ଟିସ୍ ଉପରେ ଜୋର ଦେଇ ଏପରି କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *