“ଲକ୍ଡାଉନ୍ ଲିରିକ୍ସ’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ବୁ୍ୟରୋ): ଲକଡାଉନ ଲିରିକ୍ସ ପୁସ୍ତକର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଞ୍ଜୁକ୍ତା ଦାଶଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକରେ ପଦ୍ୟ ସଙ୍କଳନ ରହିଛି । କରୋନା ମହାମାରୀ ସମୟରେ ହୋଇଥିବା ସମସ୍ୟା ଓ ସ୍ୱାସ୍ଥ୍ୟ ସଙ୍କଟକୁ ଏହି ପଦ୍ୟରେ ନିଜର ଭାଷା ଦେଇଛନ୍ତି ସଞ୍ଜୁକ୍ତା । କରୋନା ମହାମାରୀ ମହାସଙ୍କଟ ମଧ୍ୟରେ ଲୋକମାନେ ଅଣ୍ଟା ସଳଖି ମୁକାବିଲା କରି ପୁଣିଥରେ ଜୀବନ ବଞ୍ଚôବାର ସ୍ଥିତିକୁ ନିଜ ପଦ୍ୟ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରିଛନ୍ତି ଲେଖିକା । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁସ୍ତକର ଉନ୍ମୋଚନ କରିବା ସହ ଶ୍ରୀମତି ଦାଶଙ୍କ ଏପରି ସର୍ଜନାତ୍ମକ ଚିନ୍ତାଧାରା ପାଇଁ ପ୍ରଶଂସା କରିଛନ୍ତି । ଶ୍ରୀମତି ଦାଶ ଜଣେ ପରିଚିତ ଓ ଜ୍ଞାନୀ ସାହିତି୍ୟକ । ‘ଅନ୍ତସ୍ୱର’, ‘ଅମୃତ ଅନ୍ୱେଶ’ ଓ ‘ଅପେକ୍ଷାରେ ଏବେବି’ ଭଳି ଓଡିଆ ବହି ତାଙ୍କର ରଚନା । ଇଂରାଜୀ ଲିଟେରଚରରେ ପ୍ରଥମ କରି ସେ ଲକଡାଉନ ଲିରିକ୍ସ ଲେଖିଛନ୍ତି ।