ଯୁଦ୍ଧରେ ରୁଷ୍ର ଅଧେ ସୈନ୍ୟ ମଲେଣି

ୱାଶିଂଟନ୍, ୨୯ା୭: ରୁଷ-ୟୁକ୍ରେନ୍ ଯୁଦ୍ଧ ୬ ମାସ ହେଲା ଜାରି ରହିଥିବା ବେଳେ ଆମେରିକା ପକ୍ଷରୁ କୁହାଯାଇଛି ଯେ, ଏହି ଯୁଦ୍ଧରେ ରୁଷ୍ର ପ୍ରାୟ ୭୫ ହଜାର ସୈନ୍ୟ ମୃତାହତ ହୋଇଛନ୍ତି । ଏବେ ୟୁକ୍ରେନ୍ର ପଶ୍ଚିମ ଇଲାକାରେ ଦୁଇପକ୍ଷର ସେନା ମଧ୍ୟରେ ଭୀଷଣ ଯୁଦ୍ଧ ଲାଗିଛି । ତେବେ ରାଜଧାନୀ କିବ୍ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ।
ଆମେରିକାର ଗୁଇନ୍ଦା ଏଜେନ୍ସି ସିଆଇଏର ନିଦେ୍ର୍ଦଶକ କହିଛନ୍ତି, ଏ ଯୁଦ୍ଧରେ ଅତି କମ୍ରେ ୬ଠ ହଜାର ରୁଷୀୟ ସୈନିକ ମୃତାହତ ହୋଇଛନ୍ତି । କେତେକଙ୍କ ମତରେ, ମୃତାହତ ରୁଷୀୟ ସୈନିକଙ୍କ ସଂଖ୍ୟା ପ୍ରାୟ ୮ଠ ହଜାର । ଆମେରିକା ପକ୍ଷରୁ ଏ ଯେଉଁ ହିସାବ ଦିଆଯାଇଛି, ତାହା ଏକ ରୁଷୀୟ ଏଜେନ୍ସିର ଆକଳନ ଉପରେ ଆଧାରିତ । ସେଥିରେ କୁହାଯାଇଛି ଯେ, ୫୬,୫ଠଠରୁ ଅଧିକ ସୈନିକ, ନ୍ୟାସନାଲ୍ ଗାର୍ଡ ଓ ବିଭିନ୍ନ ପ୍ରାଇଭେଟ୍ ମିଲିଟାରୀ କମ୍ପାନୀର ଯୋଦ୍ଧା ନିହତ ହୋଇଛନ୍ତି । ରୁଷ ରାଷ୍ଟ୍ରପତି ପୁତିନ୍ ଆଜି ସୁଦ୍ଧା ୧୨ରୁ ଅଧିକ ଜେନେରାଲ୍ଙ୍କୁ ହରାଇଲେଣି । କିଛିଦିନ ପୂର୍ବେ ବି୍ରଟେନ୍ର ଗୁଇନ୍ଦା ଏଜେନ୍ସି ମୁଖ୍ୟ କହିଥିଲେ ଯେ, ୟୁକ୍ରେନ୍ ସହ ଯୁଦ୍ଧ କରି ପୁତିନ୍ ବିଫଳ ହୋଇଛନ୍ତି ।
ରୁଷ ସରକାର ଯୁଦ୍ଧରେ ମୃତାହତ ସୈନିକଙ୍କ ନାମ ବା ସଂଖ୍ୟା ପ୍ରକାଶ କରୁନାହାନ୍ତି । ପାଶ୍ଚାତ୍ୟ ଦେଶମାନେ ଅନୁମାନ କରି କହିଛନ୍ତି, ୟୁକ୍ରେନ୍ ସୀମାରେ ପ୍ରାୟ ଦେଢ଼ ଲକ୍ଷ ରୁଷୀୟ ସୈନିକଙ୍କୁ ମୁତୟନ କରାଯାଇଥିଲା । ବହୁସଂଖ୍ୟକ ସୈନିକ ହରାଇବା ପରେ ରୁଷ ଏବେ ତା’ର ସୈନ୍ୟ ସଂଖ୍ୟା ବଢ଼ାଇବାକୁ ବିକଳ ପ୍ରୟାସ କରୁଛି । ଏ ଉଦେ୍ଦଶ୍ୟରେ ସୈନିକଙ୍କ ଚାକିରି ବୟସ ସୀମାକୁ ୫ଠ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ଏବଂ ସେନା ୟୁନିଟ୍ର ମୁଖିଆମାନଙ୍କୁ ମାସିକ ୬୪ଠ ପାଉଣ୍ଡ ବେତନ ଓ ମାଗଣାରେ ଚିକିତ୍ସା ଅଫର୍ ଦିଆଯାଉଛି । ଆଗାମୀ ଶୀତ ଋତୁରେ ଯୁଦ୍ଧ ପାଇଁ ରୁଷ ପକ୍ଷରୁ ପ୍ରସ୍ତୁତି ଜାରି ରହିଥିବା ଦୃଷ୍ଟିରୁ ଯୁଦ୍ଧ ଆସନ୍ତା ବର୍ଷ ମଧ୍ୟ ଜାରି ରହିବା ସଂକେତ ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *