ବନ୍ଦ ଥିବା ସବୁ ଟ୍ରେନ୍ ଚାଲିବ

ନୂଆଦିଲ୍ଲୀ, ୨୯ା୭: କରୋନା ମହାମାରୀ ସମୟରେ ପ୍ରାୟ ୫ଠଠ ପାସେଞ୍ଜର୍ ଟ୍ରେନ୍ ଓ ୧ଠଠ ମେଲ୍ ଏକ୍ସପ୍ରେସ୍ ଟ୍ରେନ୍ର ଚଳାଚଳକୁ ବନ୍ଦ କରିଦିଆଯାଇଥିଲା । ଆସନ୍ତା ସପ୍ତାହକ ମଧ୍ୟରେ ଏଗୁଡ଼ିକର ଚଳାଚଳ ଆରମ୍ଭ ହେବ ବୋଲି ଭାରତୀୟ ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି ।
ମହାମାରୀ ଆରମ୍ଭ ହେବା ପୂର୍ବରୁ ପ୍ରାୟ ୨୮ଠଠ ପାସେଞ୍ଜର୍ ଟ୍ରେନ୍ ଚାଲୁଥିଲା । ଏବେ ଚଳାଚଳ କରୁଥିବା ପାସେଞ୍ଜର୍ ଟ୍ରେନ୍ ସଂଖ୍ୟା ୨୩ଠଠ । ଏହାଛଡ଼ା ବର୍ତ୍ତମାନ ୧୭୭ଠ ମେଲ୍ ଏକ୍ସପ୍ରେସ୍ ଟ୍ରେନ୍ ଚାଲୁଛି । ସପ୍ତାହକ ଭିତରେ ୧୯ଠଠରୁ ଅଧିକ ମେଲ୍ ଏକ୍ସପ୍ରେସ୍ ଚାଲିବ । ସ୍ୱ ପୃଷ୍ଠା: ୫

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *