ନେଇଗଲେ ୬୩ ହଜାର ଟଙ୍କା

ଅନ୍ଲାଇନରେ ପତଞ୍ଜଳି ପୀଠକୁ ଯିବାପାଇଁ ଆବେଦନ ମହଙ୍ଗା ପଡ଼ିଲା
କଟକ (ବୁ୍ୟରୋ): ପତଞ୍ଜଳି ପୀଠକୁ ଯିବାପାଇଁ ଅନଲାଇନରେ ଆବେଦନ କରିବା ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟଙ୍କୁ ମହଙ୍ଗା ପଡ଼ିଛି । ତାଙ୍କ ଠାରୁ ୬୪ ହଜାର ଟଙ୍କା ନେଇଯାଇଛନ୍ତି ସାଇବର ଠକ । ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ପୁଲିସ ତଦନ୍ତ ଆରମ୍ଭ କରିବା ସହିତ ଟଙ୍କା ଫେରସ୍ତ ପାଇଁ ଉଦ୍ୟମ କରୁଛି । ଅନ୍ୟପଟେ ଖୁବଶୀଘ୍ର ଅଭିଯୋଗକୁ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ସାଇବର ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ସିଡିଏ ୧୦ ନମ୍ବରରେ ରହୁଥିବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାଜେଶ ଝୁନଝୁନୱାଲା ପରିବାର ସହିତ ପତଞ୍ଜଳି ପୀଠକୁ ଯିବାପାଇଁ ୧୫ ଜୁଲାଇରେ ଅନଲାଇନ୍‌ ଆବେଦନ କରିଥିଲେ । ପତଞ୍ଜଳି ପୀଠରୁ ଏକ ନମ୍ବର ଯୋଗେ ହ୍ୱାଟ୍ସଆପରେ ରେଜିଷ୍ଟ୍ରେସନ ପାଇଁ ସବିଶେଷ ବିବରଣୀ ଦେବାକୁ କୁହାଯାଇଥିଲା । ତାର ଗୋଟିଏ ଦିନ ପରେ, ୧୬ ଜୁଲାଇରେ ନିଜକୁ ସଂସ୍ଥାର ଅଧିକାରୀ ବୋଲି କହି ହ୍ୱାଟ୍ସଆପ କଲ୍‌ ଆସିଥିଲା । ରାଜେଶ ଦେଇଥିବା ସମସ୍ତ ତଥ୍ୟ ତାଙ୍କୁ ଶୁଣାଇବା ସହ ବୁକିଂ ବାବଦକୁ ୬୩ ହଜାର ଟଙ୍କା ବ୍ୟାଙ୍କ ଅଫ୍ ବରାଦାର ଏକ ନିର୍ଦ୍ଦିଷ୍ଟ ଆକାଉଣ୍ଟରେ ଡିପୋଜିଟ୍‌ କରିବାକୁ କୁହାଯାଇଥିଲା । ସେ ମଧ୍ୟ ଡିପୋଜିଟ କରିଥିଲେ । ତେବେ ଟଙ୍କା ପଠାଇବା ପରେ ପୂନର୍ବାର ୪୫ ହଜାର ଟଙ୍କା ଏମଆରଆଇ ସିଟିସ୍କାନ ପାଇଁ ଡିପୋଜିଟ୍‌ କରିବାକୁ କୁହାଯାଇଥିଲା । ରାଜେଶ ଏଥିରେ ଅରାଜି ହେବା ସହ ବୁକିଂ କ୍ୟାନ୍ସଲ କରି ଟଙ୍କା ଫେରାଇଦେବାକୁ କହିଥିଲେ । ଏହା ପରଠାରୁ ସଂପୃକ୍ତ ନମ୍ବର ଆଉ କାମ କରୁନାହିଁ । ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *