ପାଇପ୍ ପାଣିରେ ବ୍ୟାକ୍ଟେରିଆ
ମୋହନା, ୩୦ା୭ (ଆପ୍ର): ଗଜପତି ଜିଲ୍ଲା ମୋହନା ବ୍ଲକ ପି. ଗୋବିନ୍ଦପୁର ଗାଁରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚôଛି । ମୋହନାରେ ଶନିବାର ଦିନ ୪ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚô ଲୋକଙ୍କୁ ସଚେତନ କରିଛନ୍ତି । ଏଥିସହିତ ପରୀକ୍ଷା ନିମିତ୍ତ ଭୁବନେଶ୍ୱର ପଠାଯାଇଥିବା ଜଳ ନମୁନା ରିପୋର୍ଟ ଆସିଛି । ପାଣିରେ ଇକୋଲାଇ ବା କୋଲିଫର୍ମ ବ୍ୟାକ୍ଟ୍ରିଆ ଥିବା ପାରଳାଖେମୁଣ୍ଡି ସିଡିଏମ୍ଓଙ୍କୁ ଦିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଛି । ଏହି ଘଟଣା ଜଣାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି ।
ଗୋବିନ୍ଦପୁରରେ ସ୍ଥିତି ଅଣାୟତ୍ତ ହୋଇଥିବା ଖବର ପାଇ ଶନିବାର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିଦେ୍ର୍ଦଶକ ମୁରଲୀଧର ପାଢ଼ୀ ଗାଁରେ ପହଞ୍ଚି ଆକ୍ରାନ୍ତ ପରିବାର ସହିତ ଆଲୋଚନା କରିଛନ୍ତି । ଯେଉଁ କୂଅରୁ ବସୁଧା ଯୋଜନାରେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି ତାହା ମଧ୍ୟ ସେ ଦେଖିଛନ୍ତି । ଖୁବ୍ଶୀଘ୍ର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ପାଢ଼ୀ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।
ଉପଜିଲ୍ଲାପାଳ ଆଲୋକ ପ୍ରଧାନ ମେଡିକାଲକୁ ଯାଇ ରୋଗୀଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିବା ସହିତ ମେଡିକାଲ ଅଫିସର ଡା. ନମିତା ପଣ୍ଡାଙ୍କ ସହ ଚିକିତ୍ସା ବ୍ୟବସ୍ଥା ଉପରେ କଥାବାର୍ତ୍ତା ହୋଇଛନ୍ତି ।
ଝାଡ଼ାବାନ୍ତିର କାରଣ ଖୋଜିବା ପାଇଁ ପାଣିର ନମୂନା ସଂଗ୍ରହ କରି ପରୀକ୍ଷା ନିମିତ୍ତ ଭୁବନେଶ୍ୱର ପଠାଯାଇ ଥିଲା । ଗାଁର ୧ ନଂ କୂଅ, ୨ ନଂ କୂଅ, ୩ ନଂ କୂଅ, ୟୁପି ସ୍କୁଲ ପମ୍ପ, ରାସ୍ତା ପାଶ୍ୱର୍ କୂଅ, ଖ୍ରୀଷ୍ଟିଆନ୍ ସାହି କୂଅ, ବସୁଧା ଯୋଜନାରେ ଯୋଗାଣ ହେଉଥିବା ପାଣି ଓ ଯାତ୍ରାସାହି ନଳକୂପ ସମେତ ୮ଟିରୁ ନମୂନା ସଂଗ୍ରହ କରାଯାଇଥିଲା । ଆର୍ଟିପିସିଆର୍ ଲ୍ୟାବ୍ ରିପୋର୍ଟରେ ଗୋଟିଏ କୂଅ ଓ ସରକାରୀ ସପ୍ଲାଇ ପାଣିରେ କୋଲିଫର୍ମ ବ୍ୟାକ୍ଟ୍ରିଆ ଥିବା ଉଲ୍ଲେଖ କରାଯାଇଛି । ଏଥିରୁ ଦୀର୍ଘ ବର୍ଷ ହେଲା ଗ୍ରାମବାସୀ କୋଲିଫର୍ମ ବ୍ୟାକ୍ଟ୍ରିଆ ଥିବା ପାଣି ପିଉଥିବା ସ୍ପଷ୍ଟ ହୋଇଛି ।
ତେବେ ପାନୀୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀଙ୍କ ମାମାନ୍ୟ ଭୁଲ ପାଇଁ ଗ୍ରାମବାସୀ ଝାଡ଼ାବାନ୍ତିର ଶିକାର ହୋଇଥିବା ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି ।
ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିବା ଉପଜିଲ୍ଲାପାଳ ବିଭିନ୍ନ ସମସ୍ୟା ସମ୍ପର୍କରେ ଡାÿ. ପଣ୍ଡାଙ୍କ ସହ ଆଲୋଚନା କରିଛନ୍ତି । ରୋଗୀଙ୍କ ପାଇଁ କୋଠରୀ ଅଭାବ, ପାନୀୟ ଜଳ ସମସ୍ୟା, ୧୫ବର୍ଷରୁ ଅଧିକ ଚାକିରୀ କରିଥିବା କର୍ମଚାରୀଙ୍କୁ ସ୍ଥାନାନ୍ଦତର ଆଦି ସମସ୍ୟା ସଂକ୍ରାନ୍ତରେ ଡା. ପଣ୍ଡା ଜିଳ୍ଲାପାଳଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି । ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ୟା ସମ୍ପର୍କରେ ଜଣାଇଥିଲେ । ଜିଲ୍ଲାପାଳଙ୍କୁ ଏସବୁ ଉପରେ ଜଣାଇବେ ବୋଲି ଉପଜିଲ୍ଲାପାଳ କହିଥିଲେ । ଗସ୍ତ ସମୟରେ ଡ଼ାକ୍ତର ଅମୃତ ଜେନା, ଡ଼ାକ୍ତର ଗୋପାଳ କୃଷ୍ଣ ସାହୁ ଓ ସ୍ୱାସ୍ଥ୍ୟକର୍ମୀମାନେ ଉପସ୍ଥିତ ଥିଲେ ।